ବହୁତ ଜଲ୍‌ଦି You Tube ରେ ଆସିବାକୁ ଯାଉଛି ଏହି ଖାସ୍ ଫିଚର୍, ଜାଣନ୍ତୁ କ’ଣ

ପ୍ରତିଷ୍ଠିତ ଟେକ୍ କମ୍ପାନୀ Google, ନିଜର ଭିଡିଓ ଷ୍ଟ୍ରିମିଂଗ ପ୍ଲେଟଫର୍ମ Youtube ପାଇଁ ଅନେକ ସାରା ଫିଚର୍ସ ଲଞ୍ଚ କରିଆସୁଛି। ଏହି ଫିଚର୍ସଗୁଡିକ ମଧ୍ୟ ଭ୍ୟୁଅର୍ସ ଏବଂ କ୍ରିଏଟର୍ସଙ୍କ କାମରେ ଆସିପାରିଛି। ଏସବୁ ମଧ୍ୟରେ କମ୍ପାନୀ ବର୍ତ୍ତମାନ ୟୁଟ୍ୟୁବର ପ୍ଲେଟଫର୍ମରେ ଚ୍ୟାପ୍ଟର ଫିଚର ଯୋଡିବା ପାଇଁ ପ୍ରସ୍ତୁତି କରୁଛି। ଏହି ଫିଚରରେ ଆର୍ଟିଫିସିୟାଲ(କୃତିମ) ଇଣ୍ଟେଲିଜେଂସ ଏବଂ ମେସିନ୍ ଲର୍ଣ୍ଣିଂ Algorithms ଟେକନିକ୍ ର ଉପଯୋଗ କରାଯିବ। ଯେଉଁଥିପାଇଁ ଏହା ଚ୍ୟାପ୍ଟର ଭିଡିଓରେ ଆପେ ଆପେ ଯୋଡ଼ି ହୋଇଯିବ। ବର୍ତ୍ତମାନ କିନ୍ତୁ କ୍ରିଏଟର୍ସଙ୍କୁ ଭିଡିଓ ଅପଲୋଡ କରିବା ସମୟରେ ମାନ୍ୟୁଆଲି ଚ୍ୟାପ୍ଟର ଯୋଡ଼ିବାକୁ ପଡୁଛି।

ଏନେଇ Google କହିଛି, ନୂତନ ଚ୍ୟାପ୍ଟର ଫିଚରର ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଫିଚର ମେସିନ୍ ଲର୍ଣ୍ଣିଂ ଟେକନିକ୍ ଜରିଆରେ ଟେକ୍ସକୁ ଚିହ୍ନଟ କରି ଆପେ ଆପେ ଭିଡିଓ ଚ୍ୟାପ୍ଟର ସୃଷ୍ଟି କରିବ। ଏହାଦ୍ୱାରା ଭିଡିଓ କ୍ରିଏଟର୍ସଙ୍କ କାମ ସହଜ ହୋଇଯିବ ଏବଂ ଏଥିସହ ଭ୍ୟୁଅର୍ସଙ୍କୁ ଅନ୍ୟ ଭିଡିଓ ଦେଖିବାରେ ସାହାଯ୍ୟ ମିଳିବ।

youtube1ୟୁଟ୍ୟୁବର ଚ୍ୟାପ୍ଟର ଫିଚର୍ ବର୍ତ୍ତମାନ ଟେଷ୍ଟିଂ ଜୋନ୍ ରେ ରହିଛି। ସୂଚନା ମୁତାବକ, ଏହି ଫିଚର୍ ଲଞ୍ଚିଂକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଆଶା ରହିଛି ଏହି ଫିଚର୍ କୁ ଡିସେମ୍ବରରେ ଲଞ୍ଚ୍‌ କରାଯାଇପାରେ। ରିପୋର୍ଟ ଅନୁଯାୟୀ, ଯୁଟ୍ୟୁବ୍ ବି ସେପ୍ଟେମ୍ବରରେ ଟିକଟକ୍ ଭଳି ସ୍ମାର୍ଟ ଭିଡିଓ ମେକିଂଗ ପ୍ଲେଟଫର୍ମ Shorts ଭାରତରେ ଲଞ୍ଚ କରିଥିଲା। Youtube ର ସର୍ଟ ପ୍ଲେଟଫର୍ମରେ Tiktok ଭଳି ଛୋଟ-ଛୋଟ ଭିଡିଓ ମଧ୍ୟ ତିଆରି କରାଯାଇପାରିବ। ଏଥିସହ ଏହାର ଏଡିଟିଂଗ କରି Youtube ର ଲାଇସେନ୍ସ ଥିବା ଗୀତ ଯୋଡ଼ି ପାରିବେ।

youtube2ସେହିଭଳି Youtube ର ଭାରତରେ ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ୩୦.୦୮ କୋଟି। ଏହି ସଂଖ୍ୟା Tiktok ତୁଳନାରେ ବହୁତ ଅଧିକ। ଏଥିପାଇଁ You Tube କୁ ନିଜର ସମସ୍ତ ବ୍ୟବହାରକାରୀଙ୍କୁ You Tube Shorts କୁ ଆଣିବାକୁ ପଡିବ, ଯାହା ସହଜ କାମ ନୁହେଁ। ସୂଚନା ମୁତାବକ, ଏହା ପୂର୍ବରୁ Facebook ପକ୍ଷରୁ Tiktok ଟକ୍କରରେ Instagram ର Reels ଫିଚର୍ ଅଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.