ରାଜ୍ୟରେ ଖସୁଛି କରୋନା ଗ୍ରାଫ, ୬୦୦ ତଳକୁ ଖସିଲା ପଜିଟିଭ କେସ

ଭୁବନେଶ୍ଵର (କେ ନ୍ୟୁଜ): ଗୋଟିଏ ଦିନ ଭିତରେ ରାଜ୍ୟରେ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରୁ ୩୪୩ ଜଣ କ୍ଵାରିଣ୍ଟୀଂନ ସେଣ୍ଟରର ହୋଇଥିବା ବେଳେ ଲୋକାଲ କଣ୍ଟକଟରୁ ୨୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ଆସିଛି । ଆଜିର ଚିହ୍ନଟକୁ ମିଶାଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୩୯କୁ ବୃଦ୍ଧି ପାଇଥିବା ବେଳେ ଏହା ମଧ୍ୟରୁ ୬୬୨୯ଟି ଆକ୍ଟିଭ କେସ ରହିଛି । କହିରଖିବା ଉଚିତ ହେବକି ଏଯାବତ ୫ କୋଟି ୭୭ ଲକ୍ଷ ୭ ହଜାର ୫୭୦ ଜଣଙ୍କ ନମୁନା ପରୀକ୍ଷଣ ହୋଇଥିବା ବେଳେ ସେମଧ୍ୟରୁ ୩ ଲକ୍ଷ ୮ ହଜାର ୮୩୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ୭୩୭ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଥିବା ନେଇ ରିପୋର୍ଟ ଆସିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୧୪ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଏମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱରରୁ ୨
ଜଣ, ଭୁବନେଶ୍ୱରରୁ ଦୁଇ ଜଣ, ନୟାଗଡରୁ ଜଣେ, ପୁରୀରୁ ଜଣେ ଥିବା ନେଇ ଜଣାଯାଇଛି । ଯେବେକି ଅନୁଗୁଳ ପରି ସୁନ୍ଦରଗଡ ଜିଲ୍ଲାରୁ ବି ୪
ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.