Below header

ଇଲେକ୍ଟ୍ରିକ ସ୍କୁଟରର ସୁରକ୍ଷା ନେଇ ଆସିବ ନୂଆ ଗାଇଡ଼ଲାଇନ, ବ୍ୟାଟେରୀ ଟେଷ୍ଟିଙ୍ଗ ନେଇ ବଦଳିବ ନିୟମ

ଗତ ଏକ ମାସ ଭିତରେ ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲାଗିଥିବା ନେଇ ପ୍ରାୟ ୬ଟି ଘଟଣା ସାମ୍ନାକୁ ଆସିଛି । ନିଆଁ ଲାଗିବା ପଛର ପ୍ରକୃତ କାରଣ ଜାଣିବା ପାଇଁ କେନ୍ଦ୍ର ସରକାର ଫରେନସିକ ଯାଞ୍ଚ ନେଇ ଆଦେଶ ଦେଇଛନ୍ତି । ଏଇ ଏହି ଘଟଣାକୁ ପୂର୍ବରୁ ଇଲେକ୍ଟ୍ରିକ ସ୍କୁଟର କିଣିବା ନେଇ ଆଗ୍ରହୀ ଥିବା ଗ୍ରାହକ ମାନେ ଏକ ପ୍ରକାର ଚିନ୍ତାରେ ପଡିଯାଇଛନ୍ତି । ଏହାକୁ ଦେଖି କେନ୍ଦ୍ର ସରକାର ଇବି ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ଗାଇଡଲାଇନ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନୀତି ଆୟୋଗ ଓ ସଡକ ପରିବହନ ମନ୍ତ୍ରାଳୟ ମିଳିତ ଭାବରେ ଇବିର ଟେଷ୍ଟିଙ୍ଗ, ବ୍ୟାଟେରୀ, ସେଲ ଟେଷ୍ଟିଙ୍ଗ ତଥା ବ୍ୟାଟେରୀ ମେଣ୍ଟେନାନ୍ସ ନିୟମ ଗୁଡିକୁ ସଂଶୋଧିତ କରୁଛନ୍ତି । ଆଉ ଏଥିପାଇଁ ନୂଆ ନିୟମ ପ୍ରସ୍ତୁତ କରୁଛନ୍ତି । ଯାହା ଦ୍ୱାରା ଇଲେକ୍ଟ୍ରିକ ଭେହିକୀଲ ବା ଇବିକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରୂପେ ପ୍ରସ୍ତୁତ କରାଯାଇପାରିବ । ଏହା ସହ ଯେଉଁ ଯେଉଁ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟର ଗୁଡିକରେ ନିଆଁ ଲାଗିଥିବା ନେଇ ଖବର ସାମ୍ନାକୁ ଆସିଥିଲା ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଉ ଶୁଣାଯାଉଛି ଯେ ଇବି ନିର୍ମାତା କମ୍ପାନୀ ମାନେ ନିର୍ଦ୍ଦିଷ୍ଟ ନିୟମ ସବୁ ପାଳନ କରିବା ନେଇ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିପାରନ୍ତି ।

ସୂଚନା ଦେଉଛୁକି ଗତ ବର୍ଷ ପ୍ରବଳ ସଂଖ୍ୟାରେ ଇ-ସ୍କୁଟର ବିକ୍ରି ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଗାଡି ଗୁଡି଼କର ନିଆଁ ଲାଗୁଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏଗୁଡିକର ବିକ୍କ୍ରି କିଛିଟା କମିଯାଇଛି । ଏହାକୁ କିଣିବାକୁ ଲୋକେ ଆଉ ସେତେଟା ଆଗ୍ରହ ଦେଖାଉନାହାନ୍ତି । କିନ୍ତୁ ଯେଉଁମାନେ ଏହାକୁ ପୂର୍ବରୁ ବୁକିଂ କରିଛନ୍ତି । ସେମାନେ କ୍ୟାନ୍ସଲ କରାଇ ନେଉଛନ୍ତି । ଆଗ୍ରହ କମିବା କାରଣରୁ ଆଉ କେହି ହୁଏତ ଇଲେକ୍ଟ୍ରିକ ଗାଡି କିଣିବା ନେଇ ସେତେଟା ଆଗ୍ରହ ଆଗ୍ରହ ଦେଖାଉ ନାହାନ୍ତି । ଫଳରେ ଇଲେକ୍ଟ୍ରିକ ସ୍କୁଟର ନିର୍ମାଣକାରୀ କମ୍ପାନୀ ଉପରେ ଏକ ପ୍ରକାର ଚାପ ବଢି ଚାଲିଛି । ଡିଲର ମାନଙ୍କ କହିବା ଅନୁଯାୟୀ ଗ୍ରାହକ ସଂଖ୍ୟା ପ୍ରାୟ ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଛି ।

ଲିଥିୟମ ଆୟନ ବ୍ୟାଟେରୀ:

ଏମିତି ଘଟଣାଯେ କେବଳ ଭାରତରେ ଘଟୁଛି ତାହା ନୁହେଁ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବି ସ୍କୁଟରରେ ନିଆଁ ଲାଗୁଥିବା ନେଇ ଘଟଣାମାନ ସାମ୍ନାକୁ ଆସୁଛି । ଏଏସବୁ ଗାଡ଼ିରେ ବ୍ୟବହାର ହେଉଥିବା ଲିଥିୟମ ଅୟନ ବ୍ୟାଟେରୀ ହେଉଛି ଏସବୁ ଘଟଣାର ମୁଖ୍ୟକାରଣ । ଏହି ବ୍ୟାଟେରୀ ୧୦୦ ଡିଗ୍ରୀ ସେଲ୍ସିୟସରୁ ଅଧିକ ଗରମ ହୋଇଗଲେ ତା ମଧ୍ୟରେ ସୃଷ୍ଟି ହେଉଥିବା ଗରମ ଆଖପାଖ ଠାରୁ କିଛିଟା ଅଧିକ ହୋଇଯାଏ \ ଯାହା ଫଳରେ ସେଥିରେ ନିଆଁ ଲାଗିଯାଏ ।

ଫାଷ୍ଟ ଚାରଜିଙ୍ଗରୁ ଦୁରେଇ ରୁହନ୍ତୁ: ସବୁବେଳେ ଫାଷ୍ଟ ଚରଜିଙ୍ଗ ଠାରୁ ଦୁରେଇ ରହିବା ଉଚିତ । କମ ସମୟ ଭିତରେ ଅଧିକ ଚାର୍ଜ ଜାଗ୍ରତ ହେଉଥିଲେ ମଧ୍ୟ ବ୍ୟାଟେରୀ ଶୀଘ୍ର ଖରାପ ହୋଇଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.