ସୁନ୍ଦର ଚେହେରା ହେଲେ ଏଠି ବୟସ ବଢୁଛି ଶୀଘ୍ର, ଦୁଇ ସପ୍ତାହରେ ବଢିଯାଏ ବୟସ !

ଦୁନିଆରେ କିଏ ସୁନ୍ଦର ରହିବାକୁ ଚାହେଁନି । ଏଥିପାଇଁ କିଏ କେତେ କଣ କରନ୍ତି । ଏମିତିରେ ସୁନ୍ଦର ଚେହେରା କଥା ଉଠିଲେ, କୋରିଆନଙ୍କ ସୁନ୍ଦରତା ଓ ସେମାନଙ୍କ ଲୁକ୍ସକୁ ନେଇ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସବୁବେଲେ କୋରିଆନଙ୍କ ଭଳି ଗ୍ଲାସ ଲୁକ୍ସ ପାଇବାକୁ କେତେ କଣ ତରିକା ଆପଣାଇଥାନ୍ତି ଅନେକ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦକ୍ଷିଣ କୋରିଆରେ ଲୋକଙ୍କ ବୟସ ଚୁଟକିରେ ବଢିଯାଏ । ପିଲାଙ୍କ ଜନ୍ମ ନେବାର କିଛି ସପ୍ତାହ କିଛି ମାସ ପରେ ବି ପିଲାର ବୟସ ୨ବର୍ଷରେ କାଉଣ୍ଟ ହୋଇଯାଏ ।

ଆଶ୍ଚର୍ଯ୍ୟର କଥା ହେଉଛି ଦକ୍ଷିଣ କୋରିଆରେ ଲୋକଙ୍କ ବୟସ ଗଣନା କରିବାର କୌଣସି ଗୋଟିଏ ପ୍ରକାର ନାହିଁ । ପୁରୁଣା ଉପାୟରେ ବୟସ ଗଣନା କରାଯାଉଛି । ସେ ପୁଣି ବିଭିନ୍ନ ତରିକାରେ ହେଉଚି ଗଣନା । ଆମ ଦେଶରେ ମଣିଷ ଜନ୍ମ ହେବା ଦିନରୁ ବର୍ଷକ ପରେ ପିଲାର ବୟସ ନିର୍ଦ୍ଧାରିତ ହୁଏ । ସେଇଠି କିନ୍ତୁ ସାଉଥ କୋରିଆରେ ଏହା ଓଲଟା ।

ଦକ୍ଷିଣ କୋରିଆରେ ଏଭଳି କିଛି ଗଣନା ପ୍ରକାର ନାହିଁ ଯାହା ଅନ୍ତରାଷ୍ଟ୍ରିୟ ଭାବେ ମାନ୍ୟତା ପ୍ରାପ୍ତ । ଦକ୍ଷିଣକୋରିଆରେ ଯଦି ପିଲା ଜନ୍ମ ହେଉଛି ତେବେ ସେହି ସମୟରେ ହିଁ ତାର ବୟସ ୧ବର୍ଷ ବୋଲି ମାନିନିଆଯାଏ । ଏହା ଦକ୍ଷିଣକୋରିଆରେ ବୟସ ଗଣିବାର ସବୁଠୁ ପ୍ରଚଳିତ ତରିକା ଅଟେ । ଏହି ହିସାବରେ ଯଦି କୌଣସି ପିଲା ଏହି ବର୍ଷ ଡିସେମ୍ବରରେ ଜନ୍ମ ହେଉଛି ତେବେ ଜାନୁଆରୀ ହେଲାବେଳକୁ ତାକୁ ୨ବର୍ଷ ବି ଧରି ନିଆଯାଏ । ଏମିତିକି ଗୋଟିଏ ଦିନରେ ବି କେତେକ ସ୍ଥାନରେ ପିଲାର ବୟସ ୧ବର୍ଷ ମାନିନିଆଯାଏ । କୋରିଆନଙ୍କ ମଧ୍ୟରେ ଏଜସିଷ୍ଟମ କିଛି ଏହିଭଲି ।

ଖାଲି ଏତିକି ନୁହେଁ, ଅନ୍ୟ ସ୍ଥାନଗୁଡିକରେ ପିଲାର ବୟସ ଜନ୍ମ ହେବା କ୍ଷଣି ଯେମିତି ଶୂନ ଧରାଯାଏ ଓ ବର୍ଷେ ପରେ ୧ବର୍ଷ ଓ ମାସ, ତାରିଖ ଭାବରେ ଗଣନା କରାଯାଏ ସେହିଭଳି ଦକ୍ଷିଣ କୋରିଆରେ ବି ଏପରି ଅଧିକାରିକ ପ୍ରକାର ଲାଗୁ ହୋଇପାରେ । ଧରିନିଅନ୍ତୁ ଯଦି ଏହା ଲିଗାଲ ହେଉଛି ତେବେ ଏଠାକାର ଲୋକେ ଅଚାନକ ପ୍ରମାଣପତ୍ରରେ ୧ବର୍ଷ ଛୋଟ ନିଶ୍ଚୟ ହୋଇଯିବେ । ଦକ୍ଷିଣ କୋରିଆନ ପ୍ରେସିଡେଣ୍ଟ ଏହାକୁ ଲାଗୁ କରିବାର ଚେଷ୍ଠାରେ ଅଛନ୍ତି । ଏକ ରିପୋର୍ଟ ହିସାବରେ ରାଷ୍ଟ୍ରପତିଙ୍କ କହିବା କଥା କି ଏଥିରେ ଯଦି ଭ୍ରମ ରହୁଛି ତେବେ ସାମାଜିକ ଓ ଆର୍ଥିକ କ୍ଷତି ହେବା କଥା ଭୁଲ ନୁହେଁ ।

Leave A Reply

Your email address will not be published.