ମଳାଶୟ ଓ ଓ୍ଵିଗ୍‌ରେ ଲୁଚାଇ ରଖିଥିଲେ ୩୦ ଲକ୍ଷର ସୁନା, ଏୟାରପୋର୍ଟରେ ଏମିତି ଧରାପଡ଼ିଲେ ଯୁବକ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିଦେଶରୁ ସୁନା ତସ୍କରୀ କରିବାକୁ ଏବେ ଲୋକମାନେ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି। କିଏ ପେଟ ଭିତରେ ସୁନାକୁ ରଖୁଛି ତ ଆଉ କିଏ ଅପରେସନ୍‌ କରି ଶରୀର ଭିତରେ ସୁନାକୁ ରଖୁଛି। ସେହିପରି ଆଉ କିଏ ଗୁପ୍ତାଙ୍ଗରେ ସୁନାକୁ ଲୁଚାଇ ଆଣୁଥିବା ଖବର ପ୍ରତିଦିନ ନ୍ୟୁଜ୍‌ରେ ଆସୁଛି। କିନ୍ତୁ ଏବେ ସୁନା ଲୁଚାଇ ଆଣିବାର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି।

ବୁଧବାର ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଜଣେ ବ୍ୟକ୍ତି ଏମିତି ଜାଗାରେ ସୁନା ଲୁଚାଇ ଚାଲାଣ କରୁଥିଲେ, ଯାହା କେହି କେବେ ସ୍ୱପ୍ନରେ ବି କଳନା କରିନଥିବେ। କଷ୍ଟମ୍‌ ବିଭାଗରୁ ବଞ୍ଚିବାକୁ ବ୍ୟକ୍ତି ଜଣକ ସୁନାକୁ ମୁଣ୍ଡର ଓ୍ଵିଗ୍‌ ଓ ମଳାଶୟରେ ଲୁଚାଇଥିଲେ। ବ୍ୟକ୍ତିଙ୍କ ମୁଣ୍ଡରେ ଓ୍ଵିଗ୍‌ ଭିତରେ ସୁନା ଥିବା ଦେଖି କଷ୍ଟମ୍‌ ଅଧିକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଦେଖନ୍ତୁ ଭିଡିଓ:


ରିପୋର୍ଟ ମୁତାବକ, ବୁଧବାର ଆଇଜିଆଇ ଏୟାରପୋର୍ଟର ଟର୍ମିନାଲ ୩ରେ ଆବୁଧାବିରୁ ଫେରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ କଷ୍ଟମ୍‌ ବିଭାଗର ସନ୍ଦେହ ହୋଇଥିଲା। ଏଣୁ ସେମାନେ ବ୍ୟକ୍ତିଙ୍କ ଜିନିଷ ପତ୍ରର ତଲାସୀ ନେଇଥିଲେ। ପ୍ରଥମେ ତ ତାଙ୍କୁ କିଛି ମିଳି ନଥିଲା। କିନ୍ତୁ ଶେଷ ବେଳକୁ ସେମାନେ ବ୍ୟକ୍ତି ମୁଣ୍ଡରେ ନକଲି ଚୁଟି ଲଗାଇଥିବା ଦେଖିଥିଲେ। କଷ୍ଟମ୍‌ ଟିମ୍‌ ତାଙ୍କ ଓ୍ଵିଗ୍‌ ବାହାର କରିବାରୁ ତଳେ ପଲିଥିନ୍‌ରେ ୬୩୦.୪୫ ଗ୍ରାମ୍‌ ସୁନା ରହିଥିବା ଦେଖିଥିଲେ। ଜବତ ସୁନାର ଦାମ୍‌ ପାଖାପାଖି ୩୦.୫୫ ଲକ୍ଷ ହେବ ବୋଲି କୁହାଯାଉଛି।

ଏ ନେଇ କଷ୍ଟମ୍‌ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଇଜିଆଇ ଏୟାରପୋର୍ଟ ଟର୍ମିନାଲ ୩ ଆବୁ ଧାବିରୁ ଫେରୁଥିବା ଜଣେ ଯୁବକ ନିଜ ଓ୍ଵିଗ୍‌ ଓ ମଳାଶୟରେ ସୁନା ଲୁଚାଇ ଚାଲାଣ କରୁଥିଲେ। ତାଙ୍କ ଠାରୁ ୬୦୦ ଗ୍ରାମ୍‌ରୁ ଊର୍ଦ୍ଧ୍ୱ ସୁନା ଜବତ ହୋଇଛି। ତେବେ ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Also Read: ଆଗକୁ ଆଉ ପ୍ରକାଶିତ ହୋଇନପାରେ ଖବର କାଗଜ, ୧୬ ମାସରେ ବଢ଼ିଲାଣି ୧୭୫ ପ୍ରତିଶତ ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.