ଶସ୍ତାରେ ଲଞ୍ଚ ହେବ Nokia Magic Max 2023

ଖୁବ ଶୀଘ୍ର ଆସିବ ନୋକିଆର ନୂଆ ମଡେଲ Nokia Magic Max 2023, ଲଞ୍ଚ ଆଗରୁ ଜଣାପଡ଼ିଛି ଏହାର ଦାମ ଓ ଫିଚର୍ସ

ନୋକିଆ ବହୁତ ବର୍ଷ ଆଗରୁ ୟୁଜର୍ସଙ୍କ ଭରସାଯୋଗ୍ୟ ହୋଇରହିଛି। ତେବେ ଏହା ବହୁତ ପୁୁରୁଣା ମୋବାଇଲ କମ୍ପାନୀ । ଏହାପରେ ଅନ୍ୟ ନୂଆ ନୂଆ ଫୋନ କମ୍ପାନୀ ଆସିଲା। ତେଣୁ ନୂଆ ଭିତରେ ନୋକିଆ ଭଳି ପୁରୁଣା କମ୍ପାନୀ ୟୁଜର୍ସଙ୍କ ମଧ୍ୟରେ ହଜିଯାଇଥିଲା। ହେଲେ ଏବେ କମ୍ପାନୀ ର ନୂଆ ନୂଆ ସ୍ମାର୍ଟଫୋନ ମାର୍କେଟକୁ ଲାଟେଷ୍ଟ ଫିଚର ସହିତ ଆସୁଛି।

ଯଦି ଆପଣ ୩୦ ରୁ ୪୦ ହଜାର ଟଙ୍କା ଭିତରେ ଫୋନ କିଣିବାକୁ ଚାହୁଁଛନ୍ତି ତେବେ କିଛି ମାସ ମଧ୍ୟରେ ନୋକିଆ ନୂଆ ଫୋନ ଆଣିବାକୁ ଯାଉଛି। କମ୍ପାନୀ ନିଜର ଦମଦାର ଫୋନ ମ୍ୟାଜିକ ମାକ୍ସ ୨୦୨୩ କୁ ଭାରତରେ ଆଣିବାର ପ୍ଲାନିଂ କରୁଛି। ଫୋନ ଆସିବା ଆଗରୁ ହିଁ ଅନେକ ଖବର ସାମ୍ନାକୁ ଆସିଛି। ଏହାର ଦାମ ଠୁ ଆରମ୍ଭ କରି ସ୍ପେସିଫିକେସନ । ଆସନ୍ତୁ ଜାଣିବା ଏହା ସମ୍ପର୍କରେ..

ନୋକିଆର ଏହି ଦମଦାର ଫୋନ ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ। ଶୁଣିବାକୁ ମିଳିଛି ଯେ ଭାରତରେ ନୋକିଆ ମ୍ୟାଜିକ ମାକ୍ସ ଅଗଷ୍ଟ ୨୪ , ୨୦୨୩ ରେ ଲଞ୍ଚ ହେବ। ଏହାର ବେସ୍‌ ଭାରିଏଣ୍ଟ ୮ ଜିବି ର‍୍ୟାମ ଓ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି। ଫୋନର ଦାମ ୩୨,୯୯୦ ଟଙ୍କା ରହିବ ବୋଲି କୁହାଯାଉଛି।

ସ୍ପେସିଫିକେସନ:
ନୋକିଆ ମ୍ୟାଜିକ ମାକ୍ସ ୬.୯ ରେ ୧୪୪ହର୍ଜ ରିଫ୍ରେଶ ରେଟ ଓ ୧୪୪୦*୩୨୦୦ ପିକ୍ସଲ ରିଜଲ୍ୟୁସନ ସହିତ ସୁପର ଅମୋଲେଡ ଫୁଲ ଟଚ ସ୍କ୍ରିନ ରହିଛି। ଏଥିରେ କନିଙ୍ଗ ଗରିଲ୍ଲା ଗ୍ଳାସ ମଧ୍ୟ ଦିଆଯାଇଛି। ଫୋନରେ ୧୨ଜିବି ର ର‍୍ୟାମ ଅପସନ ରହିଛି। ଏଥିରେ ୨୫୬ ଜିବି ସହିତ ୫୧୨ ଜିବି ର ଦୁଇଟି ଆନ୍ତରିକ ଷ୍ଟୋରେଜ ଅପସନ ପାଇବେ। ମୋବାଇଲର ଅପରେଟିଂ ସିଷ୍ଟମ ଓ ସିପିୟୁ କଥା କହିଲେ ଏଥିରେ ଆଣ୍ଡ୍ରଏଡ ୧୩ ଅପରେଟିଂ ସିଷ୍ଟମ ଓ ସ୍ନାପଡ୍ରାଗନ ୮ ଜେନ୍‌ ୨ ପ୍ରୋସେସର ରହିଥିବାର ସମ୍ଭାବନା ରହିଛି।

ନୋକିଆ ମ୍ୟାଜିକ ମାକ୍ସରେ ୬୯୦୦ ଏମଏଏଚ ଲି – ପଲିମର ଗେର୍‌ ପାଇଁ ବ୍ୟାଟେରୀ ଅଛି। ଯାହା ୬୫ଓ୍ଵାଟର ଚାର୍ଜିଂ ସପୋର୍ଟ ସହିତ ଆସୁଛି। ଫୋନରେ କ୍ୟାମେରା କଥା କହିଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ମିଳିବ। ଏଥିରେ ୧୪୪ଏମପି ମେଗାପିକ୍ସଲ ର ପ୍ରାଇମେରି କ୍ୟାମେରା ରହିବ। ଯେବେକି ଫୋନରେ ଅନ୍ୟ ଦୁଇ କ୍ୟାମରୋ ୩୨ ଏମପି ଅଲଟ୍ରା ଓ୍ଵାଇଡ ଲେନ୍ସ+ ୫ ଏମପି ଡେପ୍ଥ ସେଂସର ରହିଛି। ସେଲଫି ପାଇଁ ୬୪ ମେଗାପିକ୍ସଲ ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.