Nothing Phone 1 ସହ ଇୟର ଷ୍ଟିକ୍ ବି ଏକଦମ୍ ଜବରଦସ୍ତ, ଭାଲେଣ୍ଟାଇନ୍ସ ଡେରେ ଫ୍ଲିପକାର୍ଟ ଦେଉଛି ବମ୍ପର ଅଫର
ଭାଲେଣ୍ଟାଇନ୍ସ ଓ୍ଵିକ ପାଇଁ ଟେକ କମ୍ପାନୀ ନିଜ ପ୍ରଡକ୍ଟସ ଉପରେ ବମ୍ପର ଡିସକାଉଣ୍ଟ ଦେଉଛି । ଇ-କମର୍ସ ପ୍ଲାଟଫର୍ମ୍ସ ଉପରେ ମଧ୍ୟ ବହୁତ ବଢ଼ିଆ ସେଲ ଚାଲୁଛି । ଏହି ମଉକାକୁ ନଜରରେ ରଖି ଟେକ୍ କମ୍ପାନୀ ନଥିଙ୍ଗ୍ ନିଜ ସ୍ମାର୍ଟଫୋନ୍ସ ଏବଂ ଟିଡବ୍ଲୁଏସ ବଡ୍ସ ଉପରେ ମଧ୍ୟ ଡିସକାଉଣ୍ଟ ଦେବା ପାଇଁ ଘୋଷଣା କରିଛି ।
ଭାଲେଣ୍ଟାଇନ୍ସ ଓ୍ଵିକ ପାଇଁ ଟେକ କମ୍ପାନୀ ନିଜ ପ୍ରଡକ୍ଟସ ଉପରେ ବମ୍ପର ଡିସକାଉଣ୍ଟ ଦେଉଛି । ଇ-କମର୍ସ ପ୍ଲାଟଫର୍ମ୍ସ ଉପରେ ମଧ୍ୟ ବହୁତ ବଢ଼ିଆ ସେଲ ଚାଲୁଛି । ଏହି ମଉକାକୁ ନଜରରେ ରଖି ଟେକ୍ କମ୍ପାନୀ ନଥିଙ୍ଗ୍ ନିଜ ସ୍ମାର୍ଟଫୋନ୍ସ ଏବଂ ଟିଡବ୍ଲୁଏସ ବଡ୍ସ ଉପରେ ମଧ୍ୟ ଡିସକାଉଣ୍ଟ ଦେବା ପାଇଁ ଘୋଷଣା କରିଛି ।
ନଥିଙ୍ଗ୍ ଫୋନ୍ (୧)
ଏହା କମ୍ପାନୀର ଏକ ଜବରଦସ୍ତ ସ୍ମାର୍ଟଫୋନ୍ ଅଟେ ଏବଂ ମାର୍କେଟକୁ ଆସିବା କ୍ଷଣି ହିଁ ଅନ୍ୟ ଅପ୍ସନକୁ ପଛରେ ପକାଇ ଦେଇଛି । ଏହି ସ୍ମାର୍ଟଫୋନରେ ତ ବମ୍ପର ଡିସକାଉଣ୍ଟ ମିଳୁଛି, ତାସହିତ କମ୍ପାନୀର ଅଫିସିଆଲ ୱେବସାଇଟରୁ ଏହି ଫୋନ କିଣୁଥିବା ଲୋକଙ୍କୁ ନଥିଙ୍ଗ୍ ଇୟର (ସ୍ଟିକ) ବଡ୍ସ ମଧ୍ୟ ମାଗଣାରେ ମିଳୁଛି ।
ଫ୍ଲିପକାର୍ଟରେ ନଥିଙ୍ଗ ଫୋନ୍ (୧)ର ବେସ୍ ବ୍ୟାରିୟଣ୍ଟକୁ ୩୭,୯୯୯ ଟଙ୍କା ବଳଦରେ ୨୬,୯୯୯ ଟଙ୍କାରେ ଆପଣ କିଣିପାରିବେ । ଖାଲି ଏତିକି ନୁହେଁ ଏହାସହିତ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ବରୋଦା ଏଂ ଆମେରିକାନ୍ ଏକ୍ସପ୍ରେସ କ୍ରେଡିଟ କାର୍ଡ୍ସ ସହିତ ୧୦% ର ଏକ୍ସଟ୍ରା ଡିସକାଉଣ୍ଟ ମଧ୍ୟ ମିଳିପାରିବ ଏଥିରେ ।
୮ଜିବି+୧୨୮ଜିବି ଯୁକ୍ତ ବେସ୍ ଭ୍ୟାରିୟଣ୍ଟ ବ୍ୟତୀତ ବାକି ୮ଜିବି+୨୫୬ଜିବି ଏବଂ ୧୨ଜିବି+୨୫୬ ଷ୍ଟୋରେଜ୍ ଭ୍ୟାରିୟଣ୍ଟସରଦ ଦାମ କ୍ରମାନୁଯାୟୀ ୨୭,୯୯୯ ଟଙ୍କା ଏବଂ ୨୭,୯୯୯ ଟଙ୍କା ଏବଂ ୩୫,୯୯୯ ଟଙ୍କା ହୋଇଯାଇଛି । ଏହି ଅଫର କେବଳ ଭାଲେଣ୍ଟାଇନ୍ ଡେ ପର୍ଯ୍ୟନ୍ତ ଭ୍ୟାଲିଡ୍ ରହିଛି । ଏହି ଦମଦାର ଫୋନର ବ୍ୟାକ ପ୍ୟାନେଲରେ ଲାଇଟ୍ସ ବ୍ୟତୀତ ଏଥିରେ କ୍ୱାଲକବ୍ ସ୍ନାପଡ୍ରାଗନ ୭୭୮ଜି ପ୍ରୋସେର, ୫୦ ମେଗାପିକ୍ସେଲ ଏବଂ ୪୮୦୦ ମାହ ବ୍ୟବାଟେରୀ ଦିଆଯାଇଛି ।
ନଥିଙ୍ଗ୍ ଇୟର (ସ୍ଟୀକ) ଉପରେ ମଧ୍ୟ ବମ୍ପର ଡିସକାଉଣ୍ଟ
କମ୍ପାନୀ ନିଜର ଷ୍ଟାଇଲିସ ଟିଡବ୍ଲୁଏସ ଇୟରବଡ୍ସ ନଥିଙ୍ଗ୍ ଇୟର (ସ୍ଟୀକ)କୁ ୮,୪୯୯ ଟଙ୍କା ଦାମରେ ଲଞ୍ଚ୍ କରିଥିଲା । କିନ୍ତୁ ଏହାକୁ ସେଲ୍ ସମୟରେ ୬,୯୯୯ ଟଙ୍କାରେ କିଣିବାର ମଉକା ମିଳୁଛି । ଆମେରିକାନ୍ ଏକ୍ସପ୍ରେସ ଏବଂ ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ୍ କାର୍ଡସ ସହିତ ଏହା ଉପରେ ୨ ହଜାର ଟଙ୍କା ପର୍ଯ୍ୟନ୍ତର ଅତିରିକ୍ତ ରିହାତିର ଫାଇଦା ବି ଉଠାଇପାରିବେ ।
ଏହାସହିତ ୟେସ୍ ବ୍ୟାଙ୍କ୍ କ୍ରେଡିଟ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ୧୫୦୦ ଟଙ୍କା ପର୍ଯ୍ୟନ୍ତର ୧୦% ଡିସକାଉଣ୍ଟର ଫାଇଦା ମିଳୁଛି । ଏହି ବଡ୍ସକୁ ମିନ୍ତ୍ରା ଏବଂ ଫ୍ଲିପକାର୍ଟରେ ଏହି ଡିସକାଉଣ୍ଟ ସହିତ ୧୩ ଫେବୃୟାରୀ ପର୍ଯ୍ୟନ୍ତ କିଣିପାରିବେ । ଏଥିରେ ୧୨.୬ଏମଏମ କଷ୍ଟମ ଡ୍ରାଈଭର, ଟେକ୍ନୋଲୋଜି ଏବଂ ୨୯ ଘଣ୍ଟା ପର୍ଯ୍ୟନ୍ତର ବ୍ୟାଟେରୀ ଲାଇଫ୍ ଭଳି ଫିଚର୍ସ ମିଳିଥାଏ ।