କେନ୍ଦୁଝର ଦୁଇ ଶିଶୁ ପୁଅଙ୍କୁ ହତ୍ୟା ପରେ ମା’ର ଆତ୍ମହତ୍ୟା ମାମଲା, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ବ୍ୟବଛେଦ

କେନ୍ଦୁଝର ଜିଲ୍ଲା ଡୁରୁକୁଳିଆ ଗାଁରେ ଦୁଇ ଶିଶୁ ପୁଅଙ୍କୁ ହତ୍ୟା କରି କାହିଁକି ଜୀବନ ହାରିଲା ମାଆ ? ଏହା ପଛର କାରଣ କଣ ? ଜଣେ ମାଆ ଏଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ଏପରି ବହୁ ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଛେଦ।

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଡୁରୁକୁଳିଆ ଗାଁରେ ଦୁଇ ଶିଶୁ ପୁଅଙ୍କୁ ହତ୍ୟା କରି କାହିଁକି ଜୀବନ ହାରିଲା ମାଆ ? ଏହା ପଛର କାରଣ କଣ ? ଜଣେ ମାଆ ଏଭଳି ଚରମ ନିଷ୍ପତ୍ତି ନେଲେ କାହିଁକି ? ଏପରି ବହୁ ପ୍ରଶ୍ନ ସାଧାରଣରେ ଉଠିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଛେଦ। ତଦନ୍ତ ପରେ ସଂପୂର୍ଣ୍ଣ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି ମାଜିଷ୍ଟ୍ରେଟ। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ଓ ପୋଲିସ ପହଞ୍ଚି ଖୋଳତାଡ ଚଳାଇଛି।

ଗତକାଲି କେନ୍ଦୁଝର ଡୁରୁକୁଳିଆ ଗାଁର ଭୀମସେନ ନାୟକଙ୍କ ପତ୍ନୀ କ୍ଷଣପ୍ରଭା ନାୟକ ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରିବା ପରେ ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସାଢ଼େ ୩ ବର୍ଷ ଓ ୨ ବର୍ଷର ଶିଶୁ ପୁଅଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ କ୍ଷଣପ୍ରଭା । ବଡ଼ଝିଅ ସ୍କୁଲରୁ ଫେରି ଘରର କବାଟ ବନ୍ଦ ଥିବା ଦେଖିଥିଲେ । ବହୁ ସମୟ ଧରି କବାଟ ବାଡ଼େଇବା ପରେ ନଖୋଲିବାରୁ ପଡ଼ୋଶୀମାନେ ଘରର ଟାଇଲ୍‌ ଖୋଲି ତିନିଜଣଙ୍କ ମୃତଦେହ ଦେଖିଥିଲେ ।

ଘଟଣା ସମୟରେ କ୍ଷଣପ୍ରଭାଙ୍କ ସ୍ୱାମୀ ଚାଷ କରିବାକୁ ଯାଇଥିବା ବେଳେ ଶାଶୂ ଓ ଶ୍ୱଶୁର ଘରେ ନଥିଲେ । ଚମ୍ପୁଆ ପୋଲିସ ଖୋଳତାଡ ଜାରି ରଖିଛି । ଦାମ୍ପତ୍ୟ ଜୀବନରେ କଳହ ନା ପାରିବାରିକ ଅଶାନ୍ତି ? ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି, ଖୋଳତାଡ କରୁଛି ଚମ୍ପୁଆ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.