Ola Electric Carର ଜବରଦସ୍ତ ଲୁକ

ସାମ୍ନାକୁ ଆସିଲା Ola ଇଲେକଟ୍ରିକ କାରର ଜବରଦସ୍ତ ଲୁକ, ଲୋକଙ୍କ ମନ କିଣୁଛି ଏହାର ଶାନଦାର ଡିଜାଇନ

ଇଲେକଟ୍ରିକ ଭେଇକିଲ ଯୁଗରେ ଏବେ ସବୁ କମ୍ପାନୀ ବଢ଼ିଆ ମଡେଲ ଓ ଦମଦାର ଫିଚର୍ସ ଥିବା ଇଭି କୁ ତିଆରିୁ କରୁଛନ୍ତି। ଏଥିରେ ବଡ଼ ନାମୀଦାମୀ କମ୍ପାନୀ ରେସ୍‌ ରେ ସାମିଲ ଥିବା ବେଳେ Ola କମ୍ପାନୀ ବି ପଛରେ ରହିନାହିଁ। ଓଲା ର ଇଲେକଟ୍ରିକ କାର ନିଜ ଶାନଦାର ଲୁକ ରେ ଲୋକଙ୍କୁ ମନ କିଣୁଛି। ଓଲାର ପ୍ରଥମ ଇଭି କାରର ଝଲକ ଶାନଦାର ରହିଛି। ଏବେ ଜାଣନ୍ତୁ ଏହାର କଣ ରହିଛି ଫିଚର୍ସ, ଲୋକଙ୍କୁ ଏହା କିପରି ସୁବିଧା ଦେବ ଜାଣନ୍ତୁ..

ମାର୍କେଟକୁ ଖୁବ ଶୀଘ୍ର ଆସିବ Ola ଇଲେକଟ୍ରିକ କାର। କମ୍ପାନୀ ଏହାକୁ ନେଇ ପ୍ଲାନିଂ କରୁଛି। ଇଲେକଟ୍ରିକ ସ୍କୁଟର ଲଞ୍ଚ ହେବା ପରେ ଓଲା ଶୀଘ୍ର ହିଁ ଏହାକୁ ମାର୍କେଟକୁ ଆଣିବ। ପ୍ରଥମ ଥର ଓଲା କମ୍ପାନୀର ଇଲେକଟ୍ରିକ କାର ଫଟୋ ସାମ୍ନାକୁ ଆସିଛି । ମିଡ଼ିଆ ରିପୋର୍ଟ ଅନୁସାରେ ଓଲା କାରର ପେଟେଣ୍ଟ ଫଟୋ ଇଣ୍ଟରନେଟରେ ଲିକ ହୋଇଛି। ଏଥିରେ କାରର ଡିଜାଇନ ଓ ଲୁକ ସହ ଜଡ଼ିତ ମୁଖ୍ୟ ତଥ୍ୟ ମଧ୍ୟ ଦିଆଯାଇଛି। ଜାଣିବା ପାଇଁ ଦେଖନ୍ତୁ ପୂରା ଭିଡ଼ିଓ….

ଏବେ ଓଲା ଇଲେକଟ୍ରିକ କାରର ଫଟୋ ସାମ୍ନାକୁ ଆସିଛି। ତାହାକୁ ଦେଖିବା ପରେ ଲାଗୁଛି ଯେ ଏହା ବର୍ତ୍ତମାନ କନସେପ୍ଟ ଷ୍ଟେଜରେ ରହିଛି। ଫଟୋରେ ଦେଖାଯାଉଥିବା ମଡେଲ ପ୍ରଡକ୍ସନ ରେଡ଼ି ମଡ଼େଲ ନୁହେଁ। ବର୍ତ୍ତମାନ ଓଲା ଏହି କାରର ଘୋଷଣା କରିବା ିସମୟରେ ଏହାର ଟିଜର ଲଞ୍ଚ କରିଥିଲା। ଏଥିରେ ରେଡ କଲର ର କାର ଥିଲା, କାରର ସାର୍ପ ଲାଇନ୍ସ ଓ ଓଲା ର ବେଜିଂ କୁ ଦେଖାଯାଇଥିଲା। ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି। ତାହା ଟିଜର ରେ ଥିବା କାର ଠାରୁ ପୂରା ଅଲଗା ଦେଖାଯାଉଛି।

ଏବେ ଜାଣନ୍ତୁ ଫିଚର୍ସ:
ନୂଆ ଇମେଜକୁ ବେସ କରି କଥା ହେଲେ ଓଲା ର ଏହି ଇଲେକଟ୍ରିକ କାର ଟେସଲା ମଡେଲ ୩ ଓ ମଡେଲ ଏସ ଭଳି ଦେଖାଯାଉଛି। ଏହା ଏକ ଟ୍ରାଡ଼ିସନାଲ ସେଡ଼ାନ ସିଲହ୍ୟୁଟ କାର। ତେବେ ଏହାର ପଛରେ କୁପ ଭଳି ରୁଫ ରହିଛି। ଏଥିରେ ବଡ଼ି ପ୍ୟାନେଲ୍ସ ସହିତ ଏୟରୋଡାଇନାମିକ୍ସ ହିସାବରେ ଭଲ ତିଆରି ହୋଇଛି।

ଖାସ କଣ ରହିଛି ?
ଫଟୋ ରେ ଦେଖାଯାଇଥିବା ଏହି କାରର ପଛରେ ହ୍ଵିଲ କୁ ଦୂରରେ ରଖାଯାଇଛି। ଯାହାକାରଣରୁ ଓଲା କାରର ହ୍ଵିଲବେସ୍‌ କୁ ବଢ଼ାଇ ଦେଇଛି। ସମ୍ଭାବନା ରହିଛି ଏହାର ଫାଇଦା କମ୍ପାନୀ ଏଥିରେ ବଡ଼ ବ୍ୟାଟେରୀ ପ୍ୟାକ ଆଡ କରିବାର ଆଶା ରହିଛି। କିନ୍ତୁ ଏକ ଟ୍ରାଡ଼ିସନାଲ ଇଲେକଟ୍ର୍ରିକ କାର ଭଳିଏଥିରେ ମଧ୍ୟ ଫ୍ରଣ୍ଟ ଗ୍ରିଲ ଦିଆଯାଇନାହିଁ।

ଏଥିରେ ହ୍ୟାଣ୍ଡଲ୍ୟାମ୍ପ ଅସେମ୍ବଲୀ ବମ୍ପର ଉପରେ ରହିଛି। ପତଳା ଓ ହରାଇଜଣ୍ଟାଲ ଲ୍ୟାମ୍ପ ମଧ୍ୟ ଏଥିରେ ସାମିଲ ରହିଛି। ଏହା ଏକ ଏଲଇଡ଼ି ଲାଇଟ ସହ ଆସିବାର ସମ୍ଭାବନା ରହିଛି। ଦୁଇଟି ହେଡଲାଇଟ୍ସ କୁ ଟଚ୍‌ କରି ଏଲଇଡ଼ି ଲାଇଟ ପୁରା ବୋନଟରେ କଭର ହୋଇଛି। ଏହି କାରରେ ଦୁଆଲ ଟୋର ରୁଫ ମଧ୍ୟ ଅଛି। ଲୋକଙ୍କୁ ଏହା ଖୁବ ପସନ୍ଦ ଆସୁଛି ବୋଲି ଜଣା ପଡ଼ୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.