Below header

ଖୁବ ଶୀଘ୍ର ଲାଗୁ ହେବ 8th Pay Commission!

8th Pay Commission କୁ ନେଇ ଆସିଲା ସରକାରଙ୍କ ତରଫରୁ ବଡ ଅପଡେଟ, ଏବେ ପୁଣି ଥରେ ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା

ଯଦି ଆପଣ ମଧ୍ୟ ଜଣେ କେନ୍ଦ୍ରୀୟ କର୍ମଚାରୀ ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ନ୍ୟାସନାଲ ପେନ୍ସନ୍ ସିଷ୍ଟମକୁ ନେଇ ଦେଶରେ ଯେଉଁ ପ୍ରକାର ଆଲୋଚନା ଚାଲିଛି, ସେତିକିବେଳେ ସରକାର ଖୁବ ଶୀଘ୍ର ସାରା ଦେଶରେ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ। ତେବେ ନିୟମ ଅନୁଯାୟୀ କେନ୍ଦ୍ର କର୍ମଚାରୀଙ୍କ ବେତନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ବୃଦ୍ଧି କରିଥାନ୍ତି । ନୂଆ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ପୁଣି ଥରେ ବଢିବ। ଏନେଇ କଣ ରହିଛି ପୁରା ଖବର ଜାଣି ନିଅନ୍ତୁ..

ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପାଉଛନ୍ତି । ଏନେଇ କର୍ମଚାରୀମାନେ ବହୁବାର ଅଭିଯୋଗ କରିଆସୁଥିଲେ ବି ସେମାନଙ୍କୁ ଦାବି ମୁତାବକ ବେତନ ମିଳୁନାହିଁ । ଅର୍ଥାତ କେନ୍ଦ୍ର କର୍ମଚାରୀଙ୍କୁ ଯେତିକି ଦରମା ମିଳିବା କଥା ତା’ଠାରୁ କମ୍ ମିଳୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଷ୍ଟମ ବେତନ କମିଶନ ଦାବି କରୁଥିଲେ। ଯେଉଁଥିରେ ଖୁବ ଶୀଘ୍ର ମୋହର ଲାଗିବ। ଜାଣନ୍ତୁ ଏବେ ସରକାରଙ୍କ ସହ ଜଡିତ ଏହି ବଡ ଅପଡେଟ ..

ରିପୋର୍ଟ ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ବେତନ ସୀମା ୧୮ ହଜାର ରଖାଯାଇଛି । ଏହି ବେତନ ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ପ୍ରମୁଖ ଭୂମିକା ରହିଛି । ଏବେ ଏହି ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ସପ୍ତମ ବେତନ କମିଶନରେ ଏହାକୁ ୩.୬୮ ଗୁଣା ପର୍ଯ୍ୟନ୍ତ ରଖିବାକୁ ସୁପାରିଶ କରାଯାଇଛି । ଯଦି ଏହା ଉପରେ କେନ୍ଦ୍ର ସରକାର ସହମତି ପ୍ରକାଶ କରନ୍ତି ତେବେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ବେତନ ୧୮ ହଜାରରୁ ବୃଦ୍ଧି ପାଇ ୨୬ ହଜାର ହୋଇଯିବ ।

ବର୍ତ୍ତମାନ ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାରରୁ ଛପନ ହଜାର ନଅଶହ ଟଙ୍କା ମଧ୍ୟରେ ରହିଛି। ଏବେ ନୂତନ ବେତନ ଆୟୋଗ କାର୍ଯ୍ୟକାରୀ ହେବା ପରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ବୃଦ୍ଧି ପାଇବ। ଏହା ସହି, ପେ କମିଶନ ରିପୋର୍ଟରେ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ବୃଦ୍ଧି ପାଇପାରେ ।

କ’ଣ ରହିଛି ନିୟମ ଜାଣନ୍ତୁ :
2013 ରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା ଏବଂ ଏହା 2016 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା, ଯାହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟିଥିଲା। ଏବେ ପୁଣି ଥରେ ସରକାରୀ କର୍ମଚାରୀମାନେ ଖୁସି ଖବର ପାଇବାକୁ ଯାଉଛନ୍ତି। ନିୟମ ଅନୁଯାୟୀ ନୂତନ ବେତନ ଆୟୋଗର ସୁପାରିଶ ପ୍ରତି ଦଶ ବର୍ଷ ପରେ କାର୍ଯ୍ୟକାରୀ କରାଯାଏ ।

ଚତୁର୍ଥ ବେତନ କମିଶନରେ କର୍ମଚାରୀଙ୍କ ଦରମା ୨୭.୬ ପ୍ରତିଶତ ବଢ଼ିଥିବା ବେଳେ ସର୍ବନିମ୍ନ ଦରମା ୭୫୦ ଟଙ୍କା ହୋଇଥିଲା । ସେହିପରି ପଞ୍ଚମ ବେତନ କମିଶନରେ ୩୧ ପ୍ରତିଶତ ଦରମା ବଢ଼ିଥିଲା ଓ ସର୍ବନିମ୍ନ ଦରମା ୨,୫୫୦ ଟଙ୍କା ହୋଇଥିଲା । ଷଷ୍ଠ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୧.୮୬ ଗୁଣା ହୋଇଥିବା ବେଳେ ଦରମା ୫୪ ପ୍ରତିଶତ ବୃଦ୍ଧି ସହ ସର୍ବନିମ୍ନ ଦରମା ୭ ହଜାର ରହିଥିଲା । ସପ୍ତମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ଗୁଣା ରହିଥିବା ବେଳେ ଦରମା ୧୪.୨୯ ପ୍ରତିଶତ ବୃଦ୍ଧି ଓ ସର୍ବନିମ୍ନ ଦରମା ୧୮ ହଜାର ହୋଇଥିଲା । ତେଣୁ ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୩.୬୮ ଗୁଣା ଯଦି ହୁଏ ତେବେ ଦରମା ୪୪.୪୪ ପ୍ରତିଶତ ବୃଦ୍ଧି ହେବା ସହ ସର୍ବନିମ୍ନ ଦରମା ୨୬ ହଜାର ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.