Below header

OpenAI ଲଞ୍ଚ କଲାGPT-4 ଟର୍ବୋ ମଡେଲ, ଜାଣନ୍ତୁ କଣ ରହିଛି ଖାସ

କମ୍ପାନୀର ସିଇଓ କହିଛନ୍ତି ଯେ ବର୍ତ୍ତମାନ ଚାଟବଟରେ ୧୦୦ ମିଲିୟନ ସାପ୍ତାହିକ ଆକ୍ଟିଭ ୟୁଜର ଅଛନ୍ତି । ସାମ ଅଲ୍ଟମ୍ୟାନ କହିଛନ୍ତି ଯେ ତାଙ୍କ ଚାଟବଟ୍ ୨ ମିଲିୟନରୁ ଅଧିକ ଡେଭଲପରଙ୍କ ଦ୍ୱାରା ବ୍ୟବହାର କରାଯାଉଛି ।

OpenAI କମ୍ପାନୀର ସିଇଓ ସାମ ଅଲ୍ଟମାନ ଏକ ନୂଆ GPT-4 ଟର୍ବୋ ମଡେଲ ଲଞ୍ଚ କରିଛନ୍ତି ଯାହା ବର୍ତ୍ତମାନର GPT-4 ମଡେଲ ତୁଳନାରେ ଅଧିକ ସକ୍ଷମ ଏବଂ ଶସ୍ତା ରହିଛି । ନୂଆ ଟର୍ବୋ ମଡେଲ୍ ୧ ଲକ୍ଷ ୨୮ ହଜାର କଣ୍ଟେକ୍ସ ୱିଣ୍ଡୋକୁ ସପୋର୍ଟ କରେ ଏବଂ ଏପ୍ରିଲ୍ ୨୦୨୩ ସୁଦ୍ଧା କୌଣସି ପ୍ରଶ୍ନର ଉତ୍ତର ଲୋକଙ୍କୁ ଦେଇପାରିବ । ଏହାର ଅର୍ଥ, ଯଦି ଆପଣ ଏପ୍ରିଲ୍ ୨୦୨୩ ପର୍ଯ୍ୟନ୍ତ କୌଣସି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଥିବେ, ତେବେ ଏହି ଚାଟରୁ ଆପଣଙ୍କୁ ସଠିକ୍ ଉତ୍ତର ମିଳିବ । କମ୍ପାନୀର ସିଇଓ କହିଛନ୍ତି ଯେ ବର୍ତ୍ତମାନ ଚାଟବଟରେ ୧୦୦ ମିଲିୟନ ସାପ୍ତାହିକ ଆକ୍ଟିଭ ୟୁଜର ଅଛନ୍ତି । ସାମ ଅଲ୍ଟମ୍ୟାନ କହିଛନ୍ତି ଯେ ତାଙ୍କ ଚାଟବଟ୍ ୨ ମିଲିୟନରୁ ଅଧିକ ଡେଭଲପରଙ୍କ ଦ୍ୱାରା ବ୍ୟବହାର କରାଯାଉଛି ।

GPT-4 Turboରେ ୧୨୮ ହଜାର କଣ୍ଟେକ୍ସଟ୍‌ ୱିଣ୍ଡୋ ରହିଛି, ତେଣୁ ଏହା ଗୋଟିଏ ପ୍ରମ୍ପ୍ଟରେ ୩୦୦ରୁ ଅଧିକ ପେଜର ଟେକ୍ସଟ୍‌ ସହିତ ସମାନ । କମ୍ପାନୀ କହିଛି ଯେ GPT-4 Turboର ପରର୍ଫମାନ୍ସକୁ ଡେଭଲପ୍‌ କରିଛି । ଏହାର ଦାମକୁ କମାଯାଇଛି । ଯେଉଁ କାରଣରୁ ଏହାକୁ ଅଧିକ ଡେଭଲପର୍ସ ଏବଂ ସାଧାରଣ ଲୋକମାନେ ନୂଆ ମଡେଲ ବ୍ୟବହାର କରିପାରିବେ । GPT-4 Turbo ବ୍ୟତୀତ କମ୍ପାନୀ GPT-3.5 Turboର ଏକ ନୂଆ ଭର୍ସନ ମଧ୍ୟ ଜାରି କରୁଛି ଯାହା ଡିଫଲ୍ଟ ଭାବରେ ୧୬ ହଜାର କଣ୍ଟେକ୍ସଟ୍‌ ୱିଣ୍ଡୋକୁ ସପୋର୍ଟ କରେ ।

GPT-4 ର ନୂଆ ଭର୍ସନ ବତ୍ତର୍ମାନ ଇମେଜ୍‌ ପ୍ରମ୍ପଟ୍‌, ଟେକ୍ସ-ଟୁ-ସ୍ପିଚ୍‌ ଏବଂ DALL-E 3 କୁ ଇଣ୍ଟିଗ୍ରେଟ କରୁଛି । DALL-E 3 ଏକ ଫିଚର ଯାହା ପ୍ରଥମେ ଅକ୍ଟୋବରରେ ଲଞ୍ଚ କରାଯାଇଥିଲା । କମ୍ପାନୀ କହିଛି ଯେ ଜିପିଟି -4 ଟର୍ବୋକୁ ଆହୁରି ଡେଭଲପ୍‌ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.