Below header

୪୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା Oppo Reno 3 Pro, ଶୀଘ୍ର ଉଠାନ୍ତୁ ଅଫରର ଫାଇଦା  

ଓପୋ ନିଜ ସ୍ମାର୍ଟ ଫୋନ Oppo Reno 3 Pro ର ଦର ତୃତୀୟ ଥର ପାଇଁ କମ କରି ଦେଇଛି । ଗତ ମାର୍ଚ୍ଚରେ କମ୍ପାନୀ ତରଫରୁ ଏହି ଫୋନ ଲଞ୍ଚ ହୋଇଥିବା ଏହି ଫୋନର ମୂଲ୍ୟ ୨୯ ହଜାର ୯୯୦ ଟଙ୍କା ରଖାଯାଇଥିବା ବେଳେ ଅଫର ଲାଗୁ ପରେ ଏହାର ମୂଲ୍ୟ ୨୫ ହଜାର ୯୯୦କୁ ଖସି ଆସିଛି । ଓପୋର ଏହି ଫୋନରେ 8 GB +128 GB ଭେରିୟାଣ୍ଟ ସୁବିଧା ରହିଛି । କିନ୍ତୁ କମ୍ପାନୀର ୨୫୬ GB ଷ୍ଟୋରେଜ ମୂଲ୍ୟ ୨୯,୯୯୦ ଟଙ୍କା ଥିବା ନେଇ ଜଣାଯାଇଛି । ଆପଣ ଆମାଜନ ସାଇଟରେ ନୂଆ ମୂଲ୍ୟ ବାବଦରେ ଜାଣି ପାରିବେ । ଏହି ଫୋନ ସ୍କଏ ହ୍ୱାଇଟ, ମିଡ଼ ନାଇଟ ବ୍ଲାକ, ଅରୋରଲ ବ୍ଲୁ କଲର ଭେରିୟାଣ୍ଟ ସହ ବଜାରରେ ଉପଲବ୍ଧ ହେବ ବୋଲି ଜଣାଯାଇଛି ।

କମ୍ପାନୀ ତରଫରୁ ଏହି ଫୋନରେ ୬.୭ ଇଞ୍ଚର ସୁପର ଇ ୩ ଏମୋଲେଡ଼ ଡିଷ୍ପ୍ଲେ ସୁବିଧା ବି ଦିଆଯାଇଛି । ଯାହାର ରିଜୋଲୁସନ 1080 x 2400 ପିକସଲ ପର୍ଯ୍ୟନ୍ତ ରହିଥିବା ଜଣାଯାଇଛି । ଏହା ସହ ଫୋନ ଡୁଆଲ ପଞ୍ଚହୋଲର ସୁବିଧା ମାନ ରହିଛି । ଏହା ସହ ଉନ୍ନତ ପରଫରମାନ୍ସ ପାଇଁ ମିଡିଆଟେକ ହିଲିଓ ପି ୯୫ ପ୍ରସେସର ଓ ୮  ଜିବି ରାମ ସପୋର୍ଟ ବି ମିଳିପାରିବ । ଏହି ଫୋନ ଆଣ୍ଡ୍ରଏଡ ୧୦  ସପୋର୍ଟ ସିଷ୍ଟମ ୭ ଅପରେଟିଙ୍ଗ ସିଷ୍ଟମ ସହ କାମ କରିଥାଏ ।

ଏହି ଫୋନରେ କ୍ୱାଡ କ୍ୟାମେରା ସେଟଅପ ସହ ୬୪ ମେଗା ପିକସଲ ପ୍ରାଇମେରୀ କ୍ୟାମେରା ସହ ୧୩ ମେଗାପିକସଲ ଟେଲିଫୋଟୋ ଲେନ୍ସ, ୮ ମେଗା ପିକସଲ ଅଲଟ୍ରାୱାଇଣ୍ଡ ଆଙ୍ଗଲ ସହ ୨ ମେଗାପିକସଲ ମୋନୋ ଲେନ୍ସ ମହଜୁଦ ଅଛି । ଏହା ସହ ଏହି ଫୋନରେ ୪୪ ମେଗାପିକ୍ସଲ ଡୁଆଲ ପଞ୍ଚହୋଲ କ୍ୟାମେରା ସୁବିଧା ମଧ୍ୟ ରହିଛି । ଏହା ସହ ୟୁଜର ମାନଙ୍କୁ ୪୦୧୫ ଏମଏଏଚ ବ୍ୟାଟେରୀ ସୁବିଧା ମିଳିଯାଇପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.