Below header

ବହୁତ ଜଲ୍‌ଦି ଭାରତକୁ ଆସିପାରେ ପୋକୋ ଲାପ୍‌ଟପ୍‌, ଜାଣନ୍ତୁ ଏହାକୁ ନେଇ ସମ୍ପୂର୍ଣ୍ଣ ଖବର

ସାଓମି (Xiaomi)ର ସବ-ବ୍ରାଣ୍ଡ Poco ଚଳିତ ବର୍ଷ ଭାରତରେ କିଛି ବଢ଼ିଆ ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ଦମଦାର ଫୋନକୁ ୟୁଜର୍ସ ବି ବହୁତ ବଢ଼ିଆ ଫିଡବ୍ୟାକ୍‌ ଦେଇଛନ୍ତି । ଏବେ ଆପଣଙ୍କ ପାଇଁ ଆଉ ଏକ ଖୁସି ଖବର। ଆପଣଙ୍କୁ ବହୁତ ଜଲଦି ଇଣ୍ଡିଆନ୍‌ ମାର୍କେଟରେ Poco ବ୍ରାଣ୍ଡର ଲାପଟପ୍‌ ମିଳିବ । ସାଓମିର ସବ-ବ୍ରାଣ୍ଡ ପୋକୋ ୨୦୨୧ରେ ନିଜର ପ୍ରଥମ ଲାପ୍‌ଟପ ଆଣିପାରେ। ନିକଟରେ ପୋକୋ ବ୍ରାଣ୍ଡେଡ ଲାପ୍‌ଟପର ବ୍ୟାଟେରୀକୁ ବିଆଇଏସ୍‌ ସାର୍ଟିଫିକେସନ ଲିଷ୍ଟରେ ଦେଖିବାକୁ ମିଳିଛି।

୨ ନୂଆ ଲାପ୍‌ଟପ୍‌ ବ୍ୟାଟେରୀକୁ ମିଳିଲା ବିଆଇଏସ୍‌ ସାର୍ଟିଫିକେସନ୍‌

ଦୁଇ ନୂଆ ଲାପଟପ୍‌ ବ୍ୟାଟେରୀ (R15B02W, R14B02W)କୁ ଏବେ ଇଣ୍ଡିଆନ୍‌ ବିଆଇଏସ ସାର୍ଟିଫିକେସନ ପ୍ରାପ୍ତ ହୋଇଛି । କିନ୍ତୁ ଏଥର ତାହା Poco ବ୍ରାଣ୍ଡିଙ୍ଗ୍‌ ଅନୁଯାୟୀ ଲାଟେଷ୍ଟ ଅଟେ । ତା’ହେଲେ କ’ଣ ଏବେ ପୋକୋର ଲାପଟପ୍‌ ଆସିବ?

ଆସନ୍ତା ବର୍ଷ ଆରମ୍ଭରେ ଆସିପାରେ କିଛି ଟିଜର

ସାର୍ଟିଫିକେଟରେ ପୋକୋ ବ୍ରାଣ୍ଡ ଏବଂ ଏମ୍‌ଆଇ ବ୍ରାଣ୍ଡ ଅନୁଯାୟୀ ଦୁଇ ବ୍ୟାଟେରୀ ମଡେଲ ଦେଖିବାକୁ ମିଳିଛି । ଯାହାର ସିଧା ଅର୍ଥ ହେଉଛି ଏହି ପୋକୋ ଲାପଟପକୁ ଏମଆଇ ଲାପଟପରେ ରିବ୍ରାଣ୍ଡ କରାଯାଇପାରେ । କିନ୍ତୁ ଏହା କୌଣସି ବଡ଼ କଥା ନୁହେଁ, କାହିଁକିନା ଭାରତରେ ପୋକୋ ଫୋନକୁ ସବୁବେଳେ ରେଡମି ଡିଭାଇସ ରୂପରେ ରିବ୍ରାଣ୍ଡ କରିଦିଆଯାଏ। ପୋକୋ ଇଣ୍ଡିଆ ଭାରତରେ ଲାପଟପକୁ ନେଇ କୌଣସି ଅଫିସିଆଲ ସୂଚନା ଦେଇନାହିଁ। କିନ୍ତୁ ଆଶା କରାଯାଉଛି ଯେ କମ୍ପାନୀ ଆସନ୍ତା ବର୍ଷର ଆରମ୍ଭରେ କିଛି ଟିଜର ରିଲିଜ୍‌ କରିବ । ଏହିସବୁ ଭିତରେ ପୋକୋ ପପ୍‌ ବଡସ୍‌ ନାମକ ନିଜର ଓ୍ଵାୟରଲେସ୍‌ ଇୟରବଡ୍‌ ଉପରେ ମଧ୍ୟ କାମ କରୁଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ଏହି ବ୍ରାଣ୍ଡର ପ୍ରଥମ ଅଡିଓ ପ୍ରଡକ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.