Below header

୨୫ ବର୍ଷ ପୂର୍ବର କାମ ଆଜିର ସରକାର କରୁଛନ୍ତି, ଚାଷୀଙ୍କ ଆୟ ଦିଗୁଣା ହେଉ ଏହା ସରକାର ଚାହୁଁଛନ୍ତି: ମୋଦି

କେନ୍ୟୁଜ୍(ବ୍ୟୁରୋ):  ଚାଷୀ ଆଇନ ରାତାରାତି ହୋଇ ନାହିଁ। ୨୦-୩୦ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାର ସଂସ୍କାର ନେଇ ଆଲୋଚନା କରିଛନ୍ତି। କୃଷି ବିଶେଷଜ୍ଞ, ଅର୍ଥନୀତି ବିଶାରଦ ଏବଂ ବିକାଶ ଚାହୁଁଥିବା ଚାଷୀ ସଂସ୍କାର ପାଇଁ ଦାବି କରି ଆସୁଥିଲେ। ଚାଷୀଙ୍କ ଆୟ ଦିଗୁଣା ହେଉ, ଏହା ସରକାର ଚାହୁଁଛନ୍ତି। ମଣ୍ଡି ଆଦୌ ବନ୍ଦ ହେବ ନାହିଁ। କଂଗ୍ରସ କୁମ୍ଭୀର କାନ୍ଦଣା କାନ୍ଦୁଛି। ପ୍ରଧାନମନ୍ତ୍ରୀ ସବୁ ଦଳକୁ କହିଛନ୍ତି, ସେମାନେ କୃଷି ଆଇନ ପାଇଁ ଶ୍ରେୟ ନିଅନ୍ତୁ। କେବଳ ଚାଷୀଙ୍କ ଜୀବନ ଅଧିକ ସହଜ ହେଉ ଓ ଚାଷରେ ଆଧୁନିକତା ଆସୁ ବୋଲି ସେ ଚାହୁଁଛନ୍ତି।


ମଧ୍ୟପ୍ରଦେଶରେ ଚାଷୀ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଉଦବୋଧନ କରିଛନ୍ତି । କହିଛନ୍ତି, ୨୫ ବର୍ଷ ପୂର୍ବର କାମ ଆଜିର ସରକାର କରୁଛନ୍ତି। କୃଷକଙ୍କର କ୍ଷତି ଦେଶର କ୍ଷତି। ମୁଁ କେବଳ କୃଷକଙ୍କ ହିତ ଚିନ୍ତା କରେ। କୃଷକଙ୍କ ନାଁରେ ରାଜନୀତି ଚାଲିଛି ବୋଲି ମୋଦି କହିଛନ୍ତି। ରାଜନୈତିକ ଦଳ ଚାଷୀଙ୍କୁ ପଥଭ୍ରଷ୍ଟ ନ କରନ୍ତୁ। ୬-୭ ମାସ ହେଲା ଆଇନ ଲାଗୁ ହେଲାଣି। ଏବେ ଅଚାନକ କାହିଁକି ବିରୋଧ ବୋଲି ପ୍ରଶ୍ନ କରିଛନ୍ତି। ନିଜ ରାଜନୈତିକ ଜମିରେ ଚାଷ ପାଇଁ ମିଛ କହି ଖେଳ ଖେଳା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏମ୍‌ଏସ୍‌ପି ପୂର୍ବ ଭଳି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.