Below header

Poco M2 ଭାରତରେ ହେଲା ଲଞ୍ଚ, ମାତ୍ର ୧୪ ହଜାରରେ ମିଳୁଛି ୬ ଜିବି ରାମ୍‌ ସହିତ ଦମଦାର ଫିଚର୍ସ

ଭାରତରେ ଲଞ୍ଚ ହୋଇଛି Poco M2 । Poco ଇଣ୍ଡିଆ ଦ୍ୱାରା ଏକ ଭର୍ଚୁଆଲ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଇଭେଣ୍ଟର ଲାଇଭ ଷ୍ଟ୍ରିମଂ ସୋସିଆଲ ମିଡିଆ ଚ୍ୟାନେଲ ଜରିଆରେ କରାଯିବ। କମ୍ପାନୀ ଗତ କିଛି ସମୟ ପୂର୍ବରୁ ଏହି ଫୋନର ଲଞ୍ଚିି ଟିଜର ଜାରି କରିଥିଲା। ଭାରତରେ ଏହା ୬ ଜିବି ରାମର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ବୋଲି କମ୍ପାନୀ ଦାବି କରିଛି।

ଏହି ଫୋନର ମୂଲ୍ୟ ଭାରତରେ M2 Pro ଠାରୁ କମ୍‌ ରହିବ ବୋଲି ଜଣାପଡିଛି। ଭାରତରେ ଏହାର ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା ରହିବ। ଏହାସହିତ ଫ୍ଲିପକାର୍ଟରେ ଏହି ଫୋନର ଟିଜର ଜାରି ହୋଇସାରିଛି।

poco 2

ଫୋନର ସ୍ପେସିଫିକେସନ :

ଏହି ଫୋନ ଓ୍ଵାଟରଡ୍ରପ ଷ୍ଟାଇଲ ନଚ ସହିତ ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିବ। ଏହାସହିତ ୬ ଜିବି ରାମ ଏବଂ ୫୦୦୦ ଏମଏଏଚ ବ୍ୟାଟେରୀ ମଧ୍ୟ ରହିବ। ଏହାସହିତ ଫାଷ୍ଟ ଚାର୍ଜିଂର ସୁବିଧା ମଧ୍ୟ ରହିଛି। ଏହାଛଡା ସ୍ମାର୍ଟଫୋନରେ ରିଅରରେ LED ଫ୍ଲାସ ସହିତ କ୍ୱାଡ କ୍ୟାମେରା ସେଟଅପ୍‌ ମଧ୍ୟ ରହିଛି। କମ୍ପାନୀ ଏହାର ଆଉ ବିଶେଷ ଫିଚର ବିଷୟରେ ଫୋନ ଲଞ୍ଚ ହେବା ପରେ ଜଣାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.