Below header

ଆସୁଛି କରୋନା ଠାରୁ ବି ଅଧିକ ଭୟଙ୍କର ଭାଇରସ, ଏବେଠୁ ସତର୍କ ରହିବାକୁ WHO ଅଧ୍ୟକ୍ଷ ଦେଲେ ଚେତାବନୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧ୍ୟକ୍ଷ ଟେଦ୍ରୋସ ଆଧାନୋମ ଘେବରିଏସସ ସୋମବାର ନିଜ ଭାଷଣରେ ବିଶ୍ବକୁ ଏକ ସତର୍କ ସୂଚନା ଦେଇଛନ୍ତି । ଟ୍ୱେଦ୍ରସଙ୍କ ଅନୁଯାୟୀ ଆଗାମୀ ମହାମାରୀ ଜନିତ ସଂକ୍ରମଣ ପାଇଁ ବିଶ୍ୱକୁ ପ୍ରସ୍ତୁତ ହୋଇ ରହିବାକୁ ହେବ । ଯେମିତି ଏହାଠୁ ବି ଅଧିକ ଦୁଃସମୟକୁ ବିଶ୍ୱବାସୀ ଦୃଢ଼ତାର ସହ ସାମ୍ନା କରିପାରିବେ । ତାଙ୍କ ଅନୁଯାୟୀ, କରୋନାଯେ ଶେଷ ମାରାତ୍ମକ ଭାଇରସ ତାହା ନୁହେଁ । ଏହା ପରେ ବି ଅନେକ ଭାଇରସ ବିଶ୍ୱକୁ ଆକ୍ରାନ୍ତ କରିପାରେ । ଏଣୁ ବିଶ୍ୱର ବିଭିନ୍ନ ଦେଶମାନଙ୍କୁ ନିଜ ନିଜ ଜନତାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରି ନିଜ ନିଜ ସ୍ୱାସ୍ଥ୍ୟ ସେବାକୁ ବଢାଇବାକୁ ହେବ । ଜେନେଭା ସ୍ଥିତ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ହିଁ ଟେଡ଼ରସ ଏବାବଦରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟ ଠାରୁ ବି ଅଧିକ ସତର୍କ ହୋଇ ରହିବାକୁ ସେ କହିଛନ୍ତି ।

କହିରଖିବା ଉଚିତ ହେବଯେ, ବର୍ତ୍ତମାନ ବିଶ୍ଵବ୍ୟାପୀ ଜାରି ରହିଥିବା କରୋନା ମହାମାରୀରେ ୨୭.୧୯ ମିଲିୟନ ଲୋକ ଆକ୍ରାନ୍ତ ହୋଇ ସାରିଥିବା ବେଳେ ୮ ଲକ୍ଷ ୮୮ ହଜାର ୩୨୬ ଜଣଙ୍କର ମୃତ୍ୟୁ ହୋଇଛି । ଯେବେକି, ୨୦୧୯ ଡିସେମ୍ବରରେ  ଚୀନରୁ ହିଁ ପ୍ରଥମ ସଂକ୍ରମିତ ଚିନ୍ହଟ ହୋଇଥିଲେ । ଏବେ ସଂକ୍ରମିତ ହାର ତାଲିକାରେ ଆମେରିକା ନମ୍ବର ୧ରେ ଥିବା ବେଳେ ଦ୍ଵିତୀୟ ସ୍ଥାନରେ ଅଛି ବି ବ୍ରାଜିଲ । ଯେବେକି, ଉଭୟ ମୃତ୍ୟୁ ଓ ସଂକ୍ରମିତ ହାର ତାଲିକାର ତୃତୀୟ ସ୍ଥାନରେ ଅଛି ଆମ ଦେଶ ଭାରତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.