Below header

ଡିଜିଟାଲ ପ୍ଲାଟଫର୍ମରେ ଏହି ଉପାୟରେ ସୁରକ୍ଷିତ ରଖନ୍ତୁ ନିଜ ଟଙ୍କା, ଜାଣି ରଖନ୍ତୁ ୫ ଟି ସହଜ ଟିପ୍ସ

ବର୍ତ୍ତମାନ ସମୟରେ ଲୋକେ ନଗଦ କାରବାର ଅପେକ୍ଷା ଡିଜିଟାଲ ପେମେଣ୍ଟ ମାଧ୍ୟମରେ କାରବାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଯଦିବା ଏହା ସହଜ ହୋଇଥାଏ, ଘରେ ବସି ବସି ପ୍ରାୟତଃ ସବୁ କାମ ହୋଇଯାଏ । କିନ୍ତୁ ଏଥିରେ ସାବଧାନ ରହିବା ନିହାତି ଜରୁରୀ | ନଚେତ ସାମାନ୍ୟ ଭୁଲ କାରଣରୁ ଜଣେ ମୋଟା ଅଙ୍କର ଅର୍ଥ ହରାଇବାର ମଧ୍ୟ ସମ୍ଭାବନା ରହିଛି । ତେବେ ଆମେ ଆଜି ଆପଣଙ୍କୁ କେତେ ଗୁଡିଏ ସହଜ ଟିପ୍ସ ଗୁଡିକ ବିଷୟରେ କହିବୁ ଯାହାଦ୍ୱାରା ଡିଜିଟାଲ ପ୍ଲାଟଫର୍ମରେ ବି ଆପଣଙ୍କ ଟଙ୍କା ସୁରକ୍ଷିତ ରହିପାରିବ । ଟଙ୍କା କ୍ଷତି ହେବାର କୌଣସି ଭୟ ରହିବ ନାହିଁ ।

୧. ଡିଜିଟାଲ ପେମେଣ୍ଟରେ ୟୁପିଆଇ ପିନ ଏଟିଏମ ପିନ ପରି ହିଁ ହୋଇଥାଏ । କେବେ ଭୁଲରେ ବି ଏହାକୁ କାହା ସହିତ ସେୟାର କରନ୍ତୁ ନାହିଁ ।

digital

୨. କିଛି ସୁରକ୍ଷିତ ଆପ୍ଲିକେସନ ଗୁଡିକୁ ହିଁ ନିଜ ଡିଭାଇସରେ ଡାଉନଲୋଡ଼ କରନ୍ତୁ । ଏମିତି କିଛି ଆପ୍ଲିକେସନ ଅଛି ଯାହା ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସହଜରେ ପତା ଲଗେଇପାରନ୍ତି । ଏଗୁଡିକ ଆପଣଙ୍କ ଡିଜିଟାଲ ପ୍ଲାଟଫର୍ମ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

୩. ଯେଉଁ ୱେବସାଇଟ ଗୁଡିକ ଲିଙ୍କ ମାଧ୍ୟମରେ ଆପଣଙ୍କ ନିକଟକୁ ପଠାଯାଇଥିବ ସେଗୁଡ଼ିକରେ କଦାପି ନିଜ ୟୁପିଆଇ ପିନ ଦିଅନ୍ତୁ ନାହିଁ ।

୪. ମନେ ରଖନ୍ତୁ କାହାକୁ ଟଙ୍କା ପଠେଇବାକୁ ଥିଲେ ହିଁ ୟୁପିଆଇର ଆବଶ୍ୟକତା ଥାଏ | ଟଙ୍କା ପାଇବାକୁ ଥିଲେ ଏହାର ଦରକାର ନଥାଏ ।

୫. ନିଜ ଆପ୍ଲିକେସନ ବିଷୟରେ ସହାୟତା କେନ୍ଦ୍ର ବା କଷ୍ଟମର କେୟାର ସେଣ୍ଟରରୁ ପୁରା ତଥ୍ୟ ହାସଲ କରନ୍ତୁ । ସେହି ଅନୁଯାୟୀ ହିଁ ନିଜ ଆପ୍ଲିକେସନର ବ୍ୟବହାର କରନ୍ତୁ । ଇଣ୍ଟରନେଟ ସାଇଟରେ ଦିଆଯାଉଥିବା ଏଣୁ ତେଣୁ ନମ୍ବରରେ ଜମା ବି କଲ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.