ବିଶ୍ୱର ସବୁଠାରୁ ଲମ୍ବା କାର୍‌, ରହିଛି ସୁଇମିଂପୁଲ, ହେଲିପ୍ୟାଡ୍‌ ଭଳି ଅତ୍ୟାଧୁନିକ ସୁବିଧା

କାର ଚଲାଇବାକୁ କିଏ ବା ନ ଚାହେଁ। ବିନା ଚିନ୍ତାରେ ପରିବାର ଓ ସାଙ୍ଗସାଥୀଙ୍କ ସହ ଦୂର ସ୍ଥାନକୁ ନିରାପଦ ଭାବେ ଯାତ୍ରା କରିବାକୁ ଆଜିକାଲି ଅଧିକାଂଶ ଲୋକ କାର୍‌ କିଣୁଛନ୍ତି। ତେବେ ଦୁନିଆରେ ଏମିତି ଅନେକ କାର୍‌ ରହିଛି ଯାହାର କିଛି ସ୍ୱତନ୍ତ୍ର ବିଶେଷତ୍ୱ ରହିଛି। କେଉଁ କାର୍‌ ଛୋଟ ହୋଇଥିବା ବେଳେ କେଉଁ କାର୍‌ ବଡ଼। ଅନ୍ୟ କମ୍ପାନୀମାନଙ୍କୁ ଚ୍ୟାଲେଞ୍ଜ ଦେବାକୁ କିଛି କମ୍ପାନୀ ନୂଆ ନୂଆ ଫିଚରର ଗାଡ଼ି ମଧ୍ୟ ମାର୍କେଟକୁ ଛାଡ଼ୁଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ଲମ୍ବା କାର୍‌ ସମ୍ପର୍କରେ।

ବିଶ୍ୱର ସବୁଠାରୁ ଲମ୍ବା କାର୍‌ ହେଉଛି ଆମେରିକାନ୍‌ ଡ୍ରିମ୍‌। ଏହି କାର୍‌ରେ ସୁଇମିଂପୁଲ ସହ ହେଲିପ୍ୟାଡ୍‌ ମଧ୍ୟ ରହିଛି। କେବଳ ଏତିକି ନୁହେଁ କାର୍‌ ଭିତରେ ବିଭିନ୍ନ ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ଅଛି। ଆସନ୍ତୁ ଜାଣିବା ଏହି କାର୍‌ରେ ଆଉ କି କି ସୁବିଧା ରହିଛି ଯାହା ଏହାକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦର୍ଶାଉଛି..

ଉଭୟ ପଟେ ଚାଲିପାରେ:

ବିଶ୍ୱର ଏହି ଲମ୍ବା କାର୍‌ ଉଭୟ ପଟୁ ଚାଲିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହାର ଆଗ ଓ ପଛପାଖରେ ଷ୍ଟୟରିଂ ରହିଛି। କାର୍‌ଟି ବହୁତ ଲମ୍ବା ହୋଇଥିବାରୁ ବୁଲାଇବାରେ ସମସ୍ୟା ହେବା ଆଶଙ୍କା କରି ଏଥିରେ ଏଭଳି ଫିଚର ଦିଆଯାଇଛି।

୧୦୦ ଫୁଟ୍‌ ଲମ୍ବା:

ଆମେରିକାନ୍‌ ଡ୍ରିମ୍‌ର ଦୈର୍ଘ୍ୟ ୧୦୦ ଫୁଟ୍‌ ବା ୩୦ ମିଟର। ଏଥିରେ ଜଣେ ଆରାମରେ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହ ଦୂର ଯାତ୍ରା କରିପାରିବ। କାର୍‌ରେ ୨୬ଟି ଚକ ରହିଛି। କାର୍‌ଟି ଏତେ ଲମ୍ବାରେ ଯେ ଜଣେ ସକାଳେ ଓ ସନ୍ଧ୍ୟାରେ ଏହା ଭିତରେ ଚାଲି ମଧ୍ୟ ପାରିବ।

ରହିଛି ଅତ୍ୟାଧୁନିକ ସୁବିଧା:

ବିଶ୍ୱର ସବୁଠାରୁ ଲମ୍ବା କାର୍‌ ଭିତରେ ବିଭିନ୍ନ ଅତ୍ୟାଧୁନିକ ସୁବିଧା ରହିଛି। କାର୍‌ରେ ହେଲିପ୍ୟାଡ୍‌, ସୁଇମିଂପୁଲ, ଖଟ ରହିଛି। ଜଣେ ଆରାମରେ କାର୍‌ରେ ବସି ମଧ୍ୟ ସୂର୍ଯ୍ୟସ୍ନାନ କରିପାରିବ। ଏଥିରେ ଏକ ମିନି କିଚେନ୍‌ ମଧ୍ୟ ରହିଛି। କାର୍‌ରେ ଜଣେ ଲକ୍‌ଜ୍ୟୁରିୟସ୍‌ ଅନୁଭବ ନେବା ଭଳି ସମସ୍ତ ସୁବିଧା ରହିଛି।

 

ରକ୍ଷଣାବେକ୍ଷଣ ଅଭାବ:

୧୯୯୦ ମସିହାରେ ଲଞ୍ଚ୍‌ ହୋଇଥିବା ଏହି କାର୍‌ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଯୋଗ କାର୍‌ଟି ଭାଙ୍ଗିରୁଜି ଗଲାଣି। କାର୍‌ର ଝରକା, ଟାୟାର ଓ ସିଲିଂ ଏବେ ନଷ୍ଟ ହୋଇପଡ଼ିଛି।

ଆସୁଛି ନୂଆ ରୂପରେ:

ରିପୋର୍ଟ ମୁତାବକ ଏହି କାର୍‌ ପୁଣି ଥରେ ମାର୍କେଟକୁ ନୂଆ ରୂପରେ ଓହ୍ଲାଇବାକୁ ଯାଉଛି। ଏହି କାର୍‌ ଆସିବା ପରେ ଏହାକୁ ଡ୍ରାଇଭିଂ କରିବାକୁ ବହୁ ଲୋକ ଇଚ୍ଛୁକ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.