ବଜାରକୁ ଆସୁଛି Realme GT3, ବାରସେଲୋନା ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ ଘୋଷଣା

Realme ପକ୍ଷରୁ GT3 ସ୍ମାର୍ଟଫୋନର ଘୋଷଣା । ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ କମ୍ପାନୀ ପକ୍ଷରୁ ଘୋଷଣା କରାଯ।ଇଛି । ଜବରଦସ୍ତ ଡିସପ୍ଲେ ଫିଚରରେ ଏହା ବଜାରକୁ ଆସିବାକୁ ଯାଉଛି । ଏହି ଫୋନ ତିନୋଟି ଭାରିଆଣ୍ଟରେ ଉପଲବ୍ଧ ହେବ । 8ଜିବି RAM ସହ 128 ଜିବି ଷ୍ଟୋରେଜ । ସେହିପରି 12 ଜିବି RAM ସହ 256 ଜିବି ଷ୍ଟୋରେଜ । ଆଉଏକ ଭାରିଆଣ୍ଟ ହେଲା 16 ଜିବି RAM ସହ 1 ଟିବି ଷ୍ଟୋରେଜ ।

କେନ୍ୟୁଜ୍‌(ବ୍ୟୁରୋ): Realme ପକ୍ଷରୁ GT3 ସ୍ମାର୍ଟଫୋନର ଘୋଷଣା । ସ୍ପେନ ବାରସେଲୋନାରେ ଚାଲିଥିବା ମୋବାଇଲ ଓ୍ଵାଲ୍ଡ କଂଗ୍ରେସରେ କମ୍ପାନୀ ପକ୍ଷରୁ ଏହାର ଘୋଷଣା କରାଯ।ଇଛି । ଜବରଦସ୍ତ ଡିସପ୍ଲେ ଫିଚରରେ ଏହା ବଜାରକୁ ଆସିବାକୁ ଯାଉଛି । ଏହାର ପ୍ରୋସେସରବି ଜବରଦସ୍ତ ରହିଛି । ଏବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର ।

ଏଥିରେ ଆପଣଙ୍କୁ 6.74 ଇଞ୍ଚର ସ୍କ୍ରିନ ସାଙ୍ଗକୁ AMOLED ଡିସପ୍ଲେ ସହ 1450 nits ର ବ୍ରାଇଟନେସ ମିଳିବ । ଏହାସହ DCI-P3 color gamut ଓ 2160Hz high-frequency PWM dimming ମିଳିବ । ପ୍ରୋସେସର କଥା ଦେଖିଲେ ଏଥିରେ Octa Core Snapdragon 8+ ପ୍ରଥମ ଜେନେରେସନର ପ୍ରୋସେସର ମିଳିବ । ଏହାସହ ଏଥିରେ Adreno next-gen GPU ରହିଛି । ଅପରେଟିଂ ସିଷ୍ଟମ କଥା ଦେଖିଲେ ଏଥିରେ ଆପଣଙ୍କୁ Android 13 ସହrealme UI 4.0 ମିଳିବ ।

ଏହି ଫୋନ ତିନୋଟି ଭାରିଆଣ୍ଟରେ ଉପଲବ୍ଧ ହେବ । 8ଜିବି RAM ସହ 128 ଜିବି ଷ୍ଟୋରେଜ । ସେହିପରି 12 ଜିବି RAM ସହ 256 ଜିବି ଷ୍ଟୋରେଜ । ଆଉଏକ ଭାରିଆଣ୍ଟ ହେଲା 16 ଜିବି RAM ସହ 1 ଟିବି ଷ୍ଟୋରେଜ । ଏଥିରେ ଆପଣଙ୍କୁ LPDDR5X RAM ମିଳିବ ।

ଏହି ଫୋନରେ ଦୁଇଟି ନାନୋ ସିମ ପୋର୍ଟ ରହିଛି । ଫଳରେ ଆପଣ ଏଥରେ ଦୁଇଟି ସିମକୁ ବ୍ୟବହାର କରି ପାରିବେ । ସେହିପରି USB Type-C audio ପୋର୍ଟ, ଷ୍ଟେରିଓ ସ୍ପିକର୍ସ, ଡଲବି ଏଟମ ଓ ହାଇ ରେଞ୍ଜ ଓଡ଼ିଓ ଫିଚର ରହିଛି । ଏହାସହ ଏଥିରେ 5ଜି ସପୋର୍ଟ ରହିଛି । ଡୁଆଲ 4G VoLTE ସହ Wi-Fi 6 802.11 axର ସପୋର୍ଟ ମିଳିବ । ଏହାସହ ବ୍ଲ ତୁଥ୍‌ 5.2 ର ସପୋର୍ଟ ଆପଣଙ୍କୁ ଏଥିରେ ମିଳିବ । ଏହାସହ ୟୁଏସବି ଟାଇପ ସିର ସପୋର୍ଟ ମିଳିବ ।

ଏବେ ଆସିବା କ୍ୟାମେରା ଫିଚର ଆଡ଼କୁ । ଏଥିରେ ଆପଣଙ୍କୁ 50 ମେଗାପିକ୍ସେଲ ରିଅର କ୍ୟାମେରା ସାଙ୍ଗକୁ Sony IMX890 sensor ମିଳିବ । ଏଥିରେ ଆପଣଙ୍କୁ କିନ୍ତୁ OIS ସପୋର୍ଟ ମିଳିବ । ଏହାସହ 8 ମେଗାପିକ୍ସେଲ 112 ଡିଗ୍ରୀ ଅଲଟ୍ରା ଓ୍ଵାଇଡ କ୍ୟାମେରା । ସେହିପରି 2 ମେଗା ପିକ୍ସେଲ ମାଇକ୍ରୋସ୍କୋପ ଲେନ୍ସ । ଏହାସହ ଏହି ଫୋନରେ ଆପଣଙ୍କୁ ଏଲଇଡି ଫ୍ଲାସ ମିଳିବ ।

ବ୍ୟାଟେରି କଥା ଦେଖିଲେ ଏଥିରେ ଆପଣଙ୍କୁ 4600 mAh ବ୍ୟାଟେରି ସହ 240 ଓ୍ଵାଟ ସୁପର VOOC ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ । ଏହା ଦୁଇଟି କଲର ଭାରିଆଣ୍ଟରେ ଆସିବ । Booster Black ଓ Pulse White । ଏହାର ଆରମ୍ଭ ପ୍ରାଇସ 53 ହଜାର 605 ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.