ନୂଆ ଫିଚର ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି Realme, ଯାହା ଦେବ ଜିଓ ଫୋନକୁ ଟକ୍କର

ରିଅଲ ମି ଗତ ସପ୍ତାହରେ ନିଜ ସବବ୍ରାଣ୍ଡ Dizo ଲଞ୍ଚ କରିଥିଲା। ଏହା ପରେ ବଜାରେ କେତେ ନୂଆ IoT ପ୍ରଡକ୍ଟ ଲଞ୍ଚ କରିବ ବୋଲି ମଧ୍ୟ ଘୋଷଣା କରିଥିଲା। କମ୍ପାନୀ ଏହି ଘୋଷଣା କରିବା ପରେ ଅପକମିଂ ଡିଭାଇସ ସହିତ ଜଡିତ କିଛି ଲିକ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ରିଅଲ ମିର ସବବ୍ରାଣ୍ଡ Dizo ବଜାରରେ ଦୁଇଟି ନୂଆ ଫିଚର ଫୋନ ଲଞ୍ଚ କରିବାକୁ ଯାଉଛି। ଏହି ଫିଚର ଫୋନ ଭାରତରେ ଜିଓ ଫିଚର ଫୋନକୁ କଡା ଟକ୍କର ଦେଇପାରେ।

କମ୍ପାନୀ ଖୁବଶୀଘ୍ର Dizo Star 500 ଏବଂ Dizo star 300 ଲଞ୍ଚ କରିବ। ନିକଟରେ ଏହାକୁ ଚୀନର ସାର୍ଟିଫିକେସନ ସାଇଟରେ ଦେଖିବାକୁ ମିଳିଛି। ଯେଉଁଥିରେ ଅପକମିଂ ଫିଚର ଫୋନର ଡିଜାଇନ ସହିତ କିଛି ଫିଚର୍ସ ମଧ୍ୟ ଖୁଲାସା ହୋଇଛି।

Dizo Star 500 ଏବଂ Dizo star 300 ଡିଜାଇନ:

Dizo Star 500ର ଡିଜାଇନ ଟ୍ରାଡିସନାଲ ଫିଚର ଫୋନ ଭଳି ରହିଛି, ଯେଉଁଥିରେ ୟୁଜର୍ସ ଫିଜିକାଲ କିପ୍ଯାଡ ମିଳିବ। ଫୋନରେ ଡୁଆଲ ସିମ ସପୋର୍ଟ ସହିତ କନେକ୍ଟିଭିଟି ପାଇଁ ଡୁଆଲ ବ୍ରାଣ୍ଡ ୨ G ସପୋର୍ଟ ମିଳିବ। ଫୋନରେ ୧,୮୩୦ mAhର ବ୍ଯାଟେରୀ ସହିତ ମାଇକ୍ରୋ ଏସଡି କାର୍ଡ ସପୋର୍ଟ ମଧ୍ୟ ରହିଛି। ଫୋନରେ ବ୍ଯାକରେ ସିଙ୍ଗଲ କ୍ଯାମେରା ମଧ୍ୟ ରହିଛି।

ସେହିଭଳି Dizo star 300ରେ ଛୋଟ ସ୍କ୍ରିନ ସହିତ କିପ୍ଯାଡ ମଧ୍ୟ ରହିଛି। ଫୋନରେ LED ଫ୍ଲାସ ସହିତ ସିଙ୍ଗଲ କ୍ଯାମେରା ମଧ୍ୟ ରହିଛି। ଫୋନରେ ମ୍ଯୁଜିକ କ୍ବାଲିଟି ମଧ୍ୟ ରହିଛି। ଡୁଆଲ ସିମ ସପୋର୍ଟ ସହିତ ମାଇକ୍ରୋ ଏସଡି କାର୍ଡ ଏବଂ ୨ ଜି ସପୋର୍ଟ ମଧ୍ୟ ମିଳିବ। ଏହାଛଡା ଫୋନରେ ୨,୫୦୦ mAh ବ୍ଯାଟେରୀ ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.