Below header

ସୁନ୍ଦର ଫିଚର ସହ ବଜାରକୁ ଆସିଲା Redmi K40 , ମାତ୍ର ୨୩ ଦିନରେ ବିକ୍ରି ହେଲା ୧୦ ଲକ୍ଷରୁ ଅଧିକ ଫୋନ୍‌

ନୂଆଦିଲ୍ଲୀ :  ଗତକାଲି ଚୀନ୍‌ରେ ବିକ୍ରି ଆରମ୍ଭ ହୋଇଛି Redmi K40 ଫୋନ୍‌ । ଏହା ଗ୍ରାହକଙ୍କୁ ବେଶ ପସନ୍ଦ ହୋଇଛି । ମାତ୍ର ୨୩ ଦିନରେ Redmi K40 ପ୍ରୋ ଫୋନ୍‌ ୧୦ ଲକ୍ଷ ସେଟ୍‌ ବିକ୍ରି କରିଛି ବୋଲି କମ୍ପାନୀ ପ୍ରକାଶ କରିଛି । ବଜାରରେ ଏହି ଫୋନ୍‌ର ବିଶେଷ ଆଗ୍ରହ ଦେଖି କମ୍ପାନି ଅଧିକ ଷ୍ଟକ ରଖିବାକୁ ଚେଷ୍ଟା କରୁଥିବା ପ୍ରକାଶ କରିଛି । ବିକ୍ରି ଆରମ୍ଭ ହୋଇଛି ।

ପ୍ରତି ସିରିଜରେ Redmi K40, K40 Pro duo ଏବଂ Redmi K40 Pro + କୁ ଚୀନ୍‌ ମାର୍କେଟରେ ଲଞ୍ଚ୍‌ କରାଯାଇଥିଲା । ଭାରିଏଣ୍ଟକୁ ଛାଡ଼ି ଅନ୍ୟ ଦୁଇ ଡିଭାଇସ୍‌ ପ୍ରଥମ ଦିନରେ ଆଉଟ୍‌ ଅଫ୍‌ ଷ୍ଟକ ହୋଇଯାଇଥିଲା ।

Redmi K40 ର ଫିଚର୍ସ

କମ୍ପାନୀ K40 ସ୍ମାର୍ଟ ଫୋନ୍‌ରେ 6.67 ଇଞ୍ଚର ଫୁଲ୍‌ HD+ ଡିସ୍‌ପ୍ଲେ ଦେଇଛି । ଏହା ସହିତ କ୍ୱାଲକମ୍‌ ସ୍ନେପଡ୍ରଗନ୍‌ 870 ପ୍ରୋସେସର ଓ ଟ୍ରିପଲ୍‌ ରିଅର କ୍ୟାମେରା କମ୍ପାନି ଦେଇଛି । ରିଅର କ୍ୟାମେରାରେ 48 ମେଗାପିକ୍ସଲ ର ପ୍ରାଇମେରୀ ସେନ୍ସର, 8 ମେଗା ପିକ୍ସଲର ସେକେଣ୍ଡାରୀ ସେନ୍ସର ଓ 5 ମେଗାପିକ୍ସଲର ମାକ୍ରୋ ଲେନ୍ସ ଦିଆଯାଇଛି । ଏହି ସ୍ମାର୍ଟ ଫୋନ୍‌ରେ ସେଲ୍ଫି ପାଇଁ 20 ମେଗାପିକ୍ସଲ ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିରେ 4,520 mAh ବ୍ୟାଟେରୀ ଦିଆଯାଇଛି, ଯାହା 33W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.