ଜୁମ୍‌କୁ ଟକ୍କର ଦେବା ପାଇଁ ରିଲାଏନ୍ସ ଜିଓ ଲଞ୍ଚ କଲା JioMeet, ଏବେ ୧୦୦ ଜଣକୁ କରିପାରିବେ ଭିଡିଓ କନଫରେନ୍ସ କଲ

ଭାରତ ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିବା ପରେ ସ୍ୱଦେଶୀ ଆପ୍‌ର ଡିମାଣ୍ଡ ଏବେ ବଢିଯାଇଛି।ଚୀନର ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଭାରତୀୟ ଆପ୍‌ର ବ୍ୟବହାର ହେଉଛି। ବର୍ତ୍ତମାନର ଆବଶ୍ୟକତା ଓ ୟୁଜର୍ସଙ୍କ ପସନ୍ଦକୁ ନଜରରେ ରଖି ଜିଓ ପ୍ଲାଟଫର୍ମ ଗୁରୁବାର ଏକ ଭିଡିଓ କନଫରେନ୍ସିଂ ଆପ୍ JioMeet ଲଞ୍ଚ୍ କରିଛି । ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋର ସହିତ ଏହି ଆପକୁ ଡେସ୍କଟପ୍ ୟୁଜର୍ସଙ୍କ ପାଇଁ ମଧ୍ୟ ଲଞ୍ଚ୍ କରାଯାଇଛି । ଜିଓ ମିଟ୍ ଏଚଡି ଭିଡିଓ କନଫରେନ୍ସିଂ ଆପ ଜରିଆରେ ଏକାଠି ୧୦୦ ଲୋକଙ୍କ ସହିତ କନେକ୍ଟ କରାଯାଇପାରିବ।

open

JioMeetରେ ୟୁଜର୍ସ ଥରକରେ ୧୦୦ରୁ ଅଧିକ ଲୋକ ଏକାଠି ଭିଡିଓ କନଫରେନ୍ସିଂ ପାଇଁ ଯୋଡି ହୋଇପାରିବେ । ଏହା ସହିତ ଅନଲିମିଟେଡ୍ କଲ୍ ସର୍ଭିସ୍ ମଧ୍ୟ ଦିଆଯାଇଛି । ଜିଓର କହିବାନୁସାରେ ଫ୍ରି କଲ୍ ସର୍ଭିସ୍ ୨୪ ଘଣ୍ଟା ଚାଲୁ ରହିବ । ଏଥିପାଇଁ କୌଣସି କୋଡର ଆବଶ୍ୟକତା ନାହିଁ । ଏହି ଆପକୁ ଡେସ୍କଟପ ୟୁଜର୍ସଙ୍କ ପାଇଁ ମଧ୍ୟ ଲଞ୍ଚ୍ କରାଯାଇଛି । ଯେଉଁ ଲୋକମାନେ ଆପକୁ ଡେସ୍କଟପ ଭର୍ସନରେ ଯୋଡି ହେବେ ସେମାନେ ଜିଓମିଟ୍ ଇନଭାଇଟ୍ ଲିଙ୍କ ଉପରେ କ୍ଲିକ୍ କରି ଆପ୍ଲିକେସନ ଡାଉନଲୋଡ୍ ନକରି ନିଜ ବ୍ରାଉଜର ସହିତ ଯୋଡି ହୋଇପାରିବେ ।

jiomeet

ପ୍ରଥମ ମୋବାଇଲ୍ ଡିଭାଇସରେ Play Store କିମ୍ବା AppStoreକୁ ଯାଆନ୍ତୁ । ଏହା ପରେ JioMeet ଆପ୍ଲିକେସନ ସର୍ଚ୍ଚ କରି ତାକୁ ଡାଉନଲୋଡ କରନ୍ତୁ । ଏହା ପ୍ରାୟ ସମସ୍ତ ଡିଭାଇସରେ କାମ କରେ । ଏଥିରେ ସ୍କ୍ରିନ୍ ସେୟାର, ମିଟିଂ ସେଡ୍ୟୁଲ ଭଳି କାମ ପାଇଁ ଫିଚର୍ସ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.