Below header

ଜିଓ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି VOWi-Fi ସର୍ଭିସ୍, ଆରମ୍ଭ ହେଲା ଟେଷ୍ଟିଂ

ନୂଆଦିଲ୍ଳୀ : ରିଲାଏନ୍ସ ଜିଓ ୪ଜି ସର୍ଭିସ ଆରମ୍ଭ ହେବା ପରେ ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀରେ ହଇଚଇ ମାଚିଯାଇଥିଲା। ଏପରିକି ଟେଲିକମ୍ କମ୍ପାନୀ ମାନଙ୍କରେ ବହୁମାତ୍ରାର ପ୍ରତିଦ୍ବନ୍ଦୀତା ମଧ୍ୟ ଦେଖିବାକୁ ମିଳିଥିଲା। ଗ୍ରାହକଙ୍କୁ ନିଜ ସହ ବାନ୍ଧି ରଖିବା ପାଇଁ ଜିଓ ସମୟ ବ୍ୟବଧାନରେ ବିଭିନ୍ନ ପ୍ରକାରର ନୂତନ ଫିଚର ଏବଂ ସର୍ଭିସ ଲଞ୍ଚ କରିଥାଏ। ରିପୋର୍ଟ ମୁତାବକ, ଜିଓ ପାଖରେ ଭାରତର ସବୁଠାରୁ ବଡ ୪ଜି ନେଟୱାର୍କ ରହିଛି। ଏବେ କମ୍ପାନୀ VOWi-Fi (ଭଏସ ସର୍ଭର ୱାଇଫାଇ) ସର୍ଭିସ ଆରମ୍ଭ କରିବାକୁ ଯାଉଛି। ରିଲାଏନ୍ସ ଜିଓ ଏହି ସର୍ଭିସର ଟେଷ୍ଟିଂ ମଧ୍ୟ ଆରମ୍ଭ କରିଛି।

wifi 1

-ଟେଲିକମ୍ ଟ୍ରାକର ଏକ ରିପୋର୍ଟ ମୁତାବକ ଜିଓ ସର୍ଭିସ VOWi-Fiର ଟେଷ୍ଟିଂ ଆରମ୍ଭ କରିଛି। କମ୍ପାନୀ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେରଳରେ ଏହି ସର୍ଭିସର ଟେଷ୍ଟିଂ ଆରମ୍ଭ କରିଛି। ସମ୍ପୂର୍ଣ୍ଣ ଭାବେ କେବେ ଏହି ସର୍ଭିସ ଲଞ୍ଚ ହେବ ସେନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ କୁହାଯାଉଛି କି ୨୦୨୦ ମସିହା ପର୍ଯ୍ୟନ୍ତ ଏହି ସର୍ଭିସକୁ ଭାରତର ସମସ୍ତ ସ୍ଥାନରେ ଲାଗୁ କରାଯିବ।

ସୂଚନା ଅନୁଯାୟୀ, ଭୋଡାଫୋନ ମଧ୍ୟ VOWi-Fi ସର୍ଭିସକୁ ଲଞ୍ଚ କରିବ ବୋଲି ସୂଚନା ପ୍ରଦାନ କରିଛି। ଏମିତିରେ ଦେଖିବା ବାକି ରହିଲା ଭାରତରେ ଏହି ଦମଦାର ସର୍ଭିସକୁ କିଏ ପ୍ରଥମେ ଲଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.