ବର୍ବରତା: ସ୍ବାମୀକୁ ହତ୍ୟା ଧମକ ଦେଇ ସ୍ତ୍ରୀ ସହ କଲେ ଗଣ ଦୁଷ୍କର୍ମ

ଗତ ସୋମବାର ଦିନ ଅଖନୁରରେ ଅନୁଷ୍ଠିତ ହୋଇଥିବା ଏକ ଉତ୍ସବରୁ ଫେରିବା ସମୟରେ ଚାରି ଜଣ ବାଇକ ଆରୋହୀ ନବ ଦମ୍ପତିଙ୍କୁ ରାସ୍ତାରେ ଅଟକାଇ ଘଟଣା ସ୍ଥଳରେ ତାଙ୍କ ସ୍ବାମୀଙ୍କୁ ବାନ୍ଧି ମହିଳାଙ୍କ ସହ ଦୁଷ୍କର୍ମ କରି ଫେରାର୍ ହୋଇଯାଇଛନ୍ତି। ଘଟଣାଟି ଅଖନୁରର ଚୌକି ଚୌରାରେ ରାତି ପ୍ରାୟ ୧୧ଟାରେ ଘଟିଥିଲା। ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛି।

rapeରିପୋର୍ଟ ଅନୁଯାୟୀ ଗତ ସୋମବାର ଦିନ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହ ଚୌକି ଚୌରା ସ୍ଥିତ ଭସୱା ଗାଁରେ ଅନୁଷ୍ଠିତ ହୋଇଥିବା ଉତ୍ସବ ଦେଖି ଫେରିବା ସମୟରେ ରାସ୍ତା ଶୂନଶାନ୍ ଥିବାରୁ ୪ଜଣ ବାଇକ ଆରୋହୀ ତାଙ୍କ ଗାଡି ସାମ୍ନାକୁ ଆସି ଅଟକାଇବା ସହ ତାଙ୍କ ସ୍ବାମୀଙ୍କୁ ବାନ୍ଧି ଦେଇଥିଲେ ଏବଂ ସମସ୍ତେ ମିଶି ତାଙ୍କ ସହ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିବା କଥା ମହିଳା ଜଣକ ପୋଲିସ ଆଗରେ କହିଛନ୍ତି।

ଥାନା ଅଧିକାରୀ ଅଖନୁର ସଂଞ୍ଜୀବ ଗୁପ୍ତାଙ୍କ କହିବା ଅନୁଯାୟୀ ଧାରା ୩୭୬ ଏବଂ ୧୦୪ ଅନୁଯାୟୀ ଦୁର୍ବୁତମାନଙ୍କୁ ଖୋଜିବା ଆରମ୍ଭ ହୋଇସାରିଛି। ମହିଳାଙ୍କର ଡାକ୍ତରୀମାଇନା କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାହାର ରିପୋର୍ଟ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.