ଭୁଲ ହେବ କି ଏକଜିଟ୍‌ ପୋଲ୍‌ ଆକଳନ ?

ଗତ ୧୯ ତାରିଖରେ ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପରେ ତୁରନ୍ତ ସମସ୍ତ ଗଣମାଧ୍ୟମ ନିଜ ନିଜ ସର୍ଭେ ଅନୁସାରେ ଏକଜିଟ୍‌ ପୋଲ୍‌ ପ୍ରକାଶ କଲେ । ଭୋଟ୍‌ ଦେବା ପରେ କିଛି ଲୋକଙ୍କ ମତକୁ ନେଇ ଏହି ସର୍ଭେ କରାଯାଇଥାଏ । ଯାହା ଏକ ନମୂନା ମାତ୍ର । ଏଥର ପ୍ରାୟ ସମସ୍ତ ଗଣମାଧ୍ୟମ ଏନ୍‌ଡିଏ ପୁଣି କ୍ଷମତା ଦଖଲ କରିବ ବୋଲି କହିଛନ୍ତି । ଏଥିରେ କ୍ଷମତାରେ ଥିବା ବିଜେପି ଏବଂ ସହଯୋଗୀ ଦଳ ଖୁସି ହୋଇଥିବା ବେଳେ ବିରୋଧୀମାନେ କିନ୍ତୁ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଇଭିଏମ୍‌ରେ ଗଡ଼ବଡ଼ିର ଅଭିଯୋଗ କରିଛନ୍ତି ଏବଂ ଏକଜିଟ୍‌ ପୋଲ୍‌କୁ ମାନିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି ।
ତେବେ ପ୍ରକୃତରେ କଣ ଏକଜିଟ୍‌ ପୋଲ୍‌ରୁ ଏକଜାକ୍ଟର ଜନମତ ଆସେ ? ଏ ପ୍ରଶ୍ନ ନିଶ୍ଚୟ ଲୋକଙ୍କୁ ଚିନ୍ତାରେ ପକାଇଥିବା । ଅବଶ୍ୟ ଏକଥା ସତ ଯେ ଏକ୍‌ଜିଟ୍‌ ପୋଲ୍‌ ସବୁ ବେଳେ ସତ ହୋଇ ନାହିଁ । ଅତୀତର ନିର୍ବାଚନକୁ ଯଦି ଦେଖିବା ତେବେ ୨୦୦୪ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନ୍‌ଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଏକଜିଟ୍‌ ପୋଲ୍‌ ଆକଳନ କରିଥିଲା । ହେଲେ ଫଳ ହେଲା ଓଲଟା । ୟୁପିଏ ଜିତିଗଲା । ଠିକ୍‌ ସେହିଭଳି ୨୦୦୯ରେ ୟୁପିଏ ଖୁବ୍‌ କମ୍‌ ବ୍ୟବଧାନରେ ଜିତିବ ବୋଲି ଆକଳନ କରାଯାଇଥିଲା ।
ଏଥର କଣ କହୁଛି ଏକଜିଟ୍‌ ପୋଲ୍‌ ଓ ଏକଜାକ୍ଟ ପୋଲ୍‌ ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.