ମୋବାଇଲ ଡାଟା ଶୀଘ୍ର ଶେଷ ହୋଇଯାଉଛି କି ? ଏହି ୪ ଟ୍ରିକ୍ସକୁ ଆପଣାଇ ବଞ୍ଚାନ୍ତୁ ଡାଟା

ଡାଟାକୁ ଦିନସାରା ବ୍ୟବହାର କରିବା ସମ୍ଭବ ହୋଇନଥାଏ । ଏପରି ପରିସ୍ଥିତିରେ, ଦିନସାରା ଏହି ଡାଟା ଚାଲିବା ପାଇଁ ଆପଣ କ’ଣ କରିବା ଉଚିତ୍ ତାହା ଜାଣି ରଖନ୍ତୁ । ଆଜି ଆମେ ଆପଣଙ୍କୁ ଏପରି ୪ ଟି ଟ୍ରିକ୍ସ ବିଷୟରେ ଜଣାଇବୁ, ଯାହା ଦ୍ୱାରା ଆପଣ ଦିନସାରା ଆରାମରେ ଡାଟା ଚଲାଇ ପାରିବେ ।

ବର୍ତ୍ତମାନ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଜରୁରୀ ଅଂଶ ହୋଇଯାଇଛି । ସେ ବଡ଼ ହେଉ କି ଛୋଟ କାମ ହେଉ ଆମେ ପ୍ରତ୍ୟେକ କାମରେ ଫୋନ ବ୍ୟବହାର କରିଥାଉ । ମହାମାରୀ ପରେ ସ୍ମାର୍ଟଫୋନ୍ ଆମର ଏକମାତ୍ର ସପୋର୍ଟ ହୋଇପାରିଛି । ଆମେ ଅନଲାଇନ୍‌ ସପିଂ ଠାରୁ ଆରମ୍ଭ କରି ଅନଲାଇନ ପେମେଣ୍ଟ ପର୍ଯ୍ୟନ୍ତ ସବୁ କିଛି ନିଜ ସ୍ମାର୍ଟଫୋନ ସାହାଯ୍ୟରେ କରିଥାଉ । ଏଥିପାଇଁ ଆମକୁ ମୋବାଇଲ ଡାଟାର ଆବଶ୍ୟକତା ହୋଇଥାଏ । ଯେଉଁମାନଙ୍କ ଘରେ ୱାଇ-ଫାଇ ଥାଏ, ସେମାନଙ୍କୁ ଡାଟା ଖର୍ଚ୍ଚ କରିବାକୁ ଚିନ୍ତା କରିବାକୁ ପଡ଼ିନଥାଏ । କିନ୍ତୁ ଯେଉଁମାନଙ୍କ ପାଖରେ କେବଳ ମୋବାଇଲ୍ ଡାଟା ଥାଏ , ସେମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଯାଏ । ଅନେକ ଡାଟା ପ୍ଲାନରେ ପ୍ରତିଦିନ ୩ ଜିବି ପର୍ଯ୍ୟନ୍ତ ଡାଟା ମିଳିଥାଏ । କିନ୍ତୁ ଭିଡିଓ ଓ କାମରେ ଆମେ ଏହାକୁ ଏତେ ଅଧିକ ବ୍ୟବହାର କରୁ ଯେ ୩ ଜିବି ଡାଟା ମଧ୍ୟ କମ ପଡ଼ିଯାଏ । ତେବେ ମୋବାଇଲ୍ ଡାଟାକୁ କିପରି ବଞ୍ଚାଇବେ ତାହା ଜାଣି ରଖନ୍ତୁ ।

ଡାଟାକୁ ଦିନସାରା ବ୍ୟବହାର କରିବା ସମ୍ଭବ ହୋଇନଥାଏ । ଏପରି ପରିସ୍ଥିତିରେ, ଦିନସାରା ଏହି ଡାଟା ଚାଲିବା ପାଇଁ ଆପଣ କ’ଣ କରିବା ଉଚିତ୍ ତାହା ଜାଣି ରଖନ୍ତୁ । ଆଜି ଆମେ ଆପଣଙ୍କୁ ଏପରି ୪ ଟି ଟ୍ରିକ୍ସ ବିଷୟରେ ଜଣାଇବୁ, ଯାହା ଦ୍ୱାରା ଆପଣ ଦିନସାରା ଆରାମରେ ଡାଟା ଚଲାଇ ପାରିବେ । ଏଥି ସହିତ ଆପଣଙ୍କୁ ବାରମ୍ବାର ରିଚାର୍ଜ କରିବାର କୌଣସି ଆବଶ୍ୟକତା ରହିବ ନାହିଁ ଏବଂ ଆପଣଙ୍କ କାମ ହୋଇଯିବ ।

ଡାଟା ଲିମିଟ୍‌ ସେଟ୍ କରନ୍ତୁ :

ଡାଟା ଲିମିଟ୍‌ ସେଟ କରିବା ହେଉଛି ସବୁଠାରୁ ସହଜ ଏବଂ ସରଳ ଉପାୟ । ଏଥିପାଇଁ ଆପଣଙ୍କୁ କେବଳ ନିଜ ଫୋନର ସେଟିଙ୍ଗକୁ ଯାଇ ଡାଟା ଲିମିଟ୍‌ ଆଣ୍ଡ ବିଲିଂ ସାଇକଲ୍‌ ଉପରେ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣ ନିଜ ଆବଶ୍ୟକତା ଅନୁସାରେ ଡାଟା ଲିମିଟ୍‌ ସେଟ୍ କରିପାରିବେ । ଯଦି ଆପଣଙ୍କର ୧ GB ଡାଟା ଅଛି, ତେବେ ଆପଣ ୧ GB ଡାଟା ଲିମିଟ୍‌ ସେଟ୍ କରିପାରିବେ ।

ଆପ୍ ଅପଡେଟ୍‌କୁ ବନ୍ଦ କରନ୍ତୁ :
ମୋବାଇଲ୍ ଡାଟାରେ ଆପ୍ସଗୁଡିକ ଅପଡେଟ୍ ହୋଇଯିବା ଏକ ବଡ ସମସ୍ୟା । ଏହି କାରଣରୁ ଆପଣଙ୍କ ଡାଟା ଶୀଘ୍ର ଶେଷ ହୋଇଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ନିଜ ଫୋନର ସେଟିଂକୁ ଯାଇ ଅଟୋ ଅପଡେଟ୍ ଆପ୍ସ ଓଭର ୱାଇ ଫାଇ ଅନଲି ସିଲେକ୍ଟ କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଫୋନର ଆପ୍ସ କେବଳ ୱାଇ-ଫାଇରେ ଅପଡେଟ୍ ହେବ ।

ଡାଟା ସେଭର୍ ମୋଡ୍ ଅନ୍‌ ରଖନ୍ତୁ :

ଡାଟା ସେଭର୍ ମୋଡ୍ ହେଉଛି ଆପଣଙ୍କର ଡାଟା ସେଭ୍‌ କରିବାର ଏକ ଭଲ ଉପାୟ । ଆପଣଙ୍କ ଫୋନର ଡାଟା ବ୍ୟବହାର କମ୍‌ କରିବାକୁ ଏହି ମୋଡ୍ ବିଭିନ୍ନ ଉପାୟ ବ୍ୟବହାର କରେ ।

ଏହି ଆପ୍ସଗୁଡ଼ିକ ବନ୍ଦ କରନ୍ତୁ :
ମୋବାଇଲ୍ ଡାଟା ବ୍ୟବହାରକୁ କମ୍‌ କରିବା ପାଇଁ ଅଧିକ ଡାଟା ବ୍ୟବହାର କରୁଥିବା ଆପ୍ସର ବ୍ୟବହାରକୁ କମ୍‌ କରନ୍ତୁ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଦେଖିବା ଦ୍ୱାରା ଅନେକ ଡାଟା ଖର୍ଚ୍ଚ ହୋଇଥାଏ । ଏହା ବ୍ୟତୀତ ଯେଉଁ ଆପ୍ସରେ ଅଧିକ ଆଡ୍‌ ଆସିଥାଏ ତାହା ବ୍ୟବହାର କରିବା ବନ୍ଦ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.