ପୃଥିବୀକୁ ମାଡି ଆସୁଛି ବଡ ବିପଦ, ଶେଷ ହୋଇଯିବେ କୋଟି କୋଟି ଲୋକ

ଉତ୍ତର ଓ ଦକ୍ଷିଣ ଆମେରିକା, ଏସିଆ ଓ ମିଡିଲ ଇଷ୍ଟ ପରି ସ୍ଥାନରେ ଏହାର ପ୍ରଭାବ ପଡିପାରେ । ଆଗକୁ ଯାଇ ସେଠାରେ ଏତେ ମାତ୍ରାରେ ଗରମ ହେବ ଯେ ସେହି ସ୍ଥାନରେ ଲୋକମାନଙ୍କର ରହିବା ବହୁତ କଷ୍ଟକର ହୋଇଯିବ । ତେବେ ଆପଣମାନେ ଏହାର କାରଣ ଜାଣି ଆଶ୍ଚର୍ଯ୍ୟ ହେବ । ଏପରି ହେବାର ଏକ ବଡ କାରଣ ହେଉଛି ବାରମ୍ବାର ଜଳବାୟୁରେ ହେଉଥିବା ପରିବର୍ତ୍ତନ ।

ଭବିଷ୍ୟତରେ ପୃଥିବୀର ଏକ ବଡ ଅଂଶରେ ଏତେ ଅଧିକ ଗରମ ହେବା ଯେ ସେଠାରେ ଲୋକମାନଙ୍କର ରହିବ କଷ୍ଟକର ହୋଇଯିବ । ତେବେ ଏହାର ପ୍ରଭାବ ଅଧିକ ଜନସଂଖ୍ୟା ଥିବା ଅଞ୍ଚଳରେ ଅତ୍ୟଧିକ ପଡିପାରେ । ଯେପରି ଉତ୍ତର ଓ ଦକ୍ଷିଣ ଆମେରିକା, ଏସିଆ ଓ ମିଡିଲ ଇଷ୍ଟ ପରି ସ୍ଥାନରେ ଏହାର ପ୍ରଭାବ ପଡିପାରେ । ଆଗକୁ ଯାଇ ସେଠାରେ ଏତେ ମାତ୍ରାରେ ଗରମ ହେବ ଯେ ସେହି ସ୍ଥାନରେ ଲୋକମାନଙ୍କର ରହିବା ବହୁତ କଷ୍ଟକର ହୋଇଯିବ । ତେବେ ଆପଣମାନେ ଏହାର କାରଣ ଜାଣି ଆଶ୍ଚର୍ଯ୍ୟ ହେବ । ଏପରି ହେବାର ଏକ ବଡ କାରଣ ହେଉଛି ବାରମ୍ବାର ଜଳବାୟୁରେ ହେଉଥିବା ପରିବର୍ତ୍ତନ ।

ଆମେରିକାର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଭାରତ, ପାକିସ୍ତାନ, ପୂର୍ବ ଚୀନ୍‌ ଏବଂ ସବ ସହାରା ଆଫ୍ରିକା ଅସହ୍ୟ ତାତିର ସମ୍ମୁଖୀନ ହୋଇପାରନ୍ତି । ଇଣ୍ଡିଆନା ରାଜ୍ୟ ପର୍ଡୁ ୟୁନିଭର୍ସିଟିର ପ୍ରଫେସର ଡାକ୍ତର ମାଥ୍ୟୁ ହୁବର୍‌ କହିଛନ୍ତି, ଯେ ଏହି ଅଞ୍ଚଳମାନଙ୍କରେ ଗରମର ଅଧିକ ପ୍ରଭାବ ପଡିପାରେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ସେହି ଅଞ୍ଚଳରେ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ବହୁତ କମ୍‌ ପରିମାଣ ରହିଛି ।

ପ୍ରଫେସର ଡାକ୍ତର ମାଥ୍ୟୁ ହୁବର୍‌ ଆହୁରି କହିଛନ୍ତି, ଯେ ଭବିଷ୍ୟତରେ ଅନେକ ଲୋକ ଅତ୍ୟଧିକ ଗରମର ସମ୍ମୁଖୀନ ହେବାକୁ ଯାଉଛନ୍ତି । ସେହି ପରିସ୍ଥିତିରେ କୋଟି କୋଟି ଲୋକଙ୍କର ମୃତ୍ୟୁ ହୋଇପାରେ । ତେବେ ତାଙ୍କ କହିବା କଥା ଏହା ଯେ ସେହି ଗରମର ପ୍ରଭାବ କେବଳ ଗରିବ ଦେଶ ନୁହେଁ ବରଂ ଧନୀ ଦେଶମାନଙ୍କରେ ମଧ୍ୟ ପଡିପାରେ, ଯେଉଁଠାରେ ଅଧିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ରହିଛି । ଗରମ ଯୋଗୁ ସେହି ଦେଶ ଗୁଡିକ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପୁର୍ବରୁ ହିଁ ଗରମର ପ୍ରଭାବ କାନାଡା ଓ ୟୁରୋପରେ ଦେଖିବା ପାଇଁ ମିଳିଛି ।

ଆମେରିକାର ପ୍ରଫେସର କହିଛନ୍ତି, ଯେ ଯଦି ତାପମାତ୍ରା ୧.୫cରୁ ଅଧିକ ହେଲେ ତାହେଲେ ନିମ୍ନଆୟକାରୀ ଦେଶଗୁଡିକର ବସବାସ କରିବା କଷ୍ଟକର ହୋଇଯିବ । ସୂଚନା ଅନୁସାରେ ସେପ୍ଟେମ୍ବରରେ ଅତ୍ୟଧିକ ଗରମର ସାମ୍ନା କରିବା ପାଇଁ ପଡୁଛି । ସେପ୍ଟେମ୍ବରରେ ରେକର୍ଡ ହୋଇଥିବା ତାପମାତ୍ରା ୧୬.୩୮ ଡିଗ୍ରୀ ରହିଛି । ତେବେ ସବୁଠାରୁ ବଡ କଥା ଏହା ଯେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକମାନେ ପରିବେଶ ପ୍ରତି ଧ୍ୟାନ ଦେଉନାହାଁନ୍ତି । ଯାହା ଆଗକୁ ଯାଇ ଚିନ୍ତାର ବିଷୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.