Below header

କମ ଦାମରେ କିଣି ପାରିବେ ଏହି 5G ଫୋନ, ମିଳିବ ଦମଦାର ବ୍ୟାଟେରୀ

ଦେଶରେ ଏୟାରଟେଲ ଏବଂ ଜିଓର 5G ସର୍ଭିସ ହେବା ଦିନଠାରୁ ଦେଶରେ ସୀମିତ ବଜେଟରେ 5G ଫୋନର ଚାହିଦା ବୃଦ୍ଧି ପାଇଛି । ତେବେ ଆଜି ଆମେ ଆପଣଙ୍କୁ ୧୫ ହଜାର ଟଙ୍କାରେ ଆସୁଥିବା 5G ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ, ଯେଉଁଥିରେ ଅଇଟେଲ୍‌, ପୋକୋ, ଭିଭୋ ଏବଂ ରିଏଲମିର 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା ମିଳିବ ।

ଦେଶରେ ଏୟାରଟେଲ ଏବଂ ଜିଓର 5G ସର୍ଭିସ ହେବା ଦିନଠାରୁ ଦେଶରେ ସୀମିତ ବଜେଟରେ 5G ଫୋନର ଚାହିଦା ବୃଦ୍ଧି ପାଇଛି । ତେବେ ଆଜି ଆମେ ଆପଣଙ୍କୁ ୧୫ ହଜାର ଟଙ୍କାରେ ଆସୁଥିବା 5G ସ୍ମାର୍ଟଫୋନ୍ ବିଷୟରେ ଜଣାଇବୁ, ଯେଉଁଥିରେ ଅଇଟେଲ୍‌, ପୋକୋ, ଭିଭୋ ଏବଂ ରିଏଲମିର 5G ସ୍ମାର୍ଟଫୋନ୍ ବିଷୟରେ ସୂଚନା ମିଳିବ । ତେବେ ଆସନ୍ତୁ ଜାଣିବା ଏହି 5G ଫୋନ୍ ବିଷୟରେ ।

Itel P55 5G :
Itel P55 5Gର ୮ GB RAM ଏବଂ ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ହେଉଛି ୯,୯୯୯ ଟଙ୍କା । ଏହା ସହିତ ଏହାର ୪ GB RAM ଏବଂ ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ହେଉଛି ୯,୬୯୯ ଟଙ୍କା । ଏହା ଇ-କମର୍ସ ସାଇଟରୁ କିଣାଯାଇପାରିବ । ଏହାର ବିକ୍ରି ଅକ୍ଟୋବର ୪ରୁ ଆରମ୍ଭ ହୋଇଯାଇଛି । ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୬.୬ ଇଞ୍ଚ HD ପ୍ଲସ୍ ଡିସପ୍ଲେ ଅଛି ଯାହାର ପିକ୍ସେଲ ରିଜୋଲ୍ୟୁସନ ୧୬୦୦x ୭୨୦ ରହିଛି । ଏହାର ରିଫ୍ରେସ ରେଟ ହେଉଛି ୯୦ Hz । ଏଥିରେ ମିଡିଆ ଟେକ୍ ଡାଇମେନ୍ସନ୍ ୬୦୮୦ SoC ଅଛି । ଏହି ଫୋନରେ ୬ GB RAM ଏବଂ ୧୨୮ GB ଷ୍ଟୋରେଜ୍ ରହିଛି ।

POCO M6 Pro 5G :
POCO M6 Pro 5G ଫୋନରେ ସ୍ନାପଡ୍ରାଗନ୍ ୪ ଜେନ୍‌ ୨ ପ୍ରୋସେସର ଅଛି, ପାଓ୍ଵାର ପାଇଁ ଫୋନରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି । ଏହି ଫୋନ ୪GB RAM ଏବଂ ୬୪ GB ଷ୍ଟୋରେଜ୍ ସହିତ ଆସିଥାଏ । ପୋକୋର ଏହି ଫୋନ ୧୦,୯୯୯ ଟଙ୍କାରେ କିଣାଯାଇ ପାରିବ ।

realme narzo 60x 5g :
realme Narzo 60X 5G ଫୋନରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି, ଏହି ଫୋନ୍ ମିଡିଆ ଟେକ୍ ଡାଇମେନସିଟି ୬୧୦ ପ୍ରୋସେସର ସହିତ ଆସିଥାଏ । realme Narzo 60X 5G ରେ ୪GB RAM ଏବଂ ୧୨୮GB ଷ୍ଟୋରେଜ୍ ଅଛି । ଯଦି ଆପଣ ଏହି ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ମାତ୍ର ୧୨,୯୯୯ ଟଙ୍କାରେ କିଣି ପାରିବେ ।

vivo T2x:
vivo T2x ଫୋନର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି । ଏହି ଫୋନରେ ମିଡିଆଟେକ ଡାଇମେନସିଟି୬୦୨୦ ଚିପସେଟ ଅଛି ଏବଂ ଏହି ଫୋନରେ ୪GB RAM ଏବଂ ୧୨୮GB ଷ୍ଟୋରେଜ ଅଛି । ଏହି ଭିଭୋ ଫୋନରେ ପାଓ୍ଵାରପାଇଁ ୫୦୦୦mAh ବ୍ୟାଟେରୀ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.