ବିଗ୍ ବସ୍ ୧୭ ପାଇଁ ସଲମାନ ଖାନ୍ ଭାଙ୍ଗିଲେ ସବୁ ରେକର୍ଡ, ଚାର୍ଜ କଲେ ୨୦୦ କୋଟି!
ରିୟାଲିଟି ଶୋ’ ବିଗ୍ ବସ୍ ୧୭ ଏହି ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଶୋ’ର ନିର୍ମାତାମାନେ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛନ୍ତି । ବିଗ୍ ବସ୍ ୧୭କୁ ନେଇ ଅନେକ ଟିଭି ଷ୍ଟାର ଏବଂ ସୋସିଆଲ୍ ମିଡିଆ ଇନଫ୍ଲ୍ୟୁଏନ୍ସର ମାନଙ୍କର ନାମ ଚର୍ଚ୍ଚାରେ ରହିଛି । କିନ୍ତୁ ଅଫିସିଆଲି ଏ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇନାହିଁ ।

ବର୍ତ୍ତମାନ ବିଗ୍ ବସ୍ ୧୭ରେ ସଲମାନ ଖାନ୍ଙ୍କ ଫି’କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଭାଇଜାନଙ୍କ ଫ୍ୟାନ୍ସ ଏବଂ ଶୋ’ର ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି । ବିଗ୍ ବସ୍ ୧୭ ପାଇଁ ସଲମାନ ଏକ ଫିଲ୍ମର ବଜେଟ ଭଳି ଫି’ ନେଉଛନ୍ତି । ରିପୋର୍ଟ ଅନୁସାରେ ସଲମାନ ଖାନ ଏହି ଶୋ’ ପାଇଁ ନିର୍ମାତାଙ୍କ ଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଦାବି କରିଛନ୍ତି । କିନ୍ତୁ ଏବେ ଯାଏଁ ଅଭିନେତା ନିଜ ଫି’କୁ ନେଇ ଅଫିସିଆଲି କୌଣସି କଥା ନିଶ୍ଚିତ କରିନାହାନ୍ତି ।
ଭାଇଜାନ ପ୍ରତି ‘ୱିକେଣ୍ଡକା ୱାର’ ୨ ଦିନ ପାଇଁ ହୋଷ୍ଟ କରନ୍ତି । ସୂଚନା ଅନୁଯାୟୀ ପ୍ରତି ୱିକେଣ୍ଡ ପାଇଁ ସଲମାନ ୧୭ କୋଟି ଚାର୍ଜ କରିଥାନ୍ତି । ସାଧାରଣତଃ ବିଗ୍ ବସ୍ ୪ମାସ ପର୍ଯ୍ୟନ୍ତ ଚାଲିଥାଏ । ତା ହେଲେ ତାଙ୍କର ମୋଟ୍ ୪ ମାସର ଫିି’ ହିସାବ କରିଲେ ପ୍ରାୟ ୨୦୦ କୋଟି ଟଙ୍କା ହେଉଛି । ଏହାର ଅର୍ଥ ସଲମାନ ଖାନଙ୍କ ବିଗ୍ ବସ୍ ୧୭ର ଫିି’ତାଙ୍କ ଫିଲ୍ମ ‘ଟାଇଗର୍ ଜିନ୍ଦା ହେ’ ର ବଜେଟ୍ ଠାରୁ ମଧ୍ୟ ଅଧିକ । ଏହି ଫିଲ୍ମର ବଜେଟ୍ ୧୬୦ କୋଟି ଟଙ୍କା ଥିଲା ।
ସୂଚନାଯୋଗ୍ୟ, ବିଗ୍ ବସ୍ ୧୭ରେ ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ୱାମୀ ବିକ୍କି ଜୈନଙ୍କ ସହିତ ଶୋ’ରେ ଭାଗ ନେବେ ବୋଲି ଶୁଣିବାକୁ ମିଳିଛି । ଅଙ୍କିତା ଲୋଖଣ୍ଡେ ବିଗ୍ ବସ୍ ୧୭ ପାଇଁ ୨ ଶହ ପୋଷାକର ସପିଂ କରିଛନ୍ତି ।