ମହାଳୟାରେ ଏହି ଗାଁରେ ପଡେନି ପିଣ୍ଡ, ଜାଣନ୍ତୁ କଣ ରହିଛି କାରଣ

ଏଠାରେ କିନ୍ତୁ ମହାଳୟାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ପିତୃପୁରୁଷଙ୍କ ଶ୍ରାଦ୍ଧ ପରିବର୍ତ୍ତେ ଗ୍ରାମବାସୀ ସମୂହ ଦେଇଛନ୍ତି ଶ୍ରଦ୍ଧାଞ୍ଜଳୀ । ଏମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଶ୍ରୀମୋର ପଞ୍ଚାୟତ କଣ୍ଟାମଳିମ ଗାଁରେ ।

ବେଗୁନିଆ(କେନ୍ୟୁଜ୍): ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ଆଜି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ପରମ୍ପରା ରହିଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି।

ତେବେ ଏଠାରେ କିନ୍ତୁ ମହାଳୟାରେ ଦେଖିବାକୁ ମିଳିଛି ନିଆରା ପରମ୍ପରା । ପିତୃପୁରୁଷଙ୍କ ଶ୍ରାଦ୍ଧ ପରିବର୍ତ୍ତେ ଗ୍ରାମବାସୀ ସମୂହ ଦେଇଛନ୍ତି ଶ୍ରଦ୍ଧାଞ୍ଜଳୀ । ଏମିତି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ ଶ୍ରୀମୋର ପଞ୍ଚାୟତ କଣ୍ଟାମଳିମ ଗାଁରେ । ମହାଳୟା ଅବସରରେ ପିତୃପୁରୁଷଙ୍କ ବ୍ରାହ୍ମଣ ଡାକି ଘରେ ଶ୍ରାଦ୍ଧ ଦିଆଯାଏ ଏପରି ସବୁଆଡେ ପ୍ରଚଳିତ ହେଉଥିବା ବେଳେ କଣ୍ଟାମଳିମ ଗାଁର ଲୋକମାନେ କିନ୍ତୁ ଶ୍ରାଦ୍ଧ ନ କରି ସମୂହ ଦୀପଦାନ କରିଥାନ୍ତି । ଗାଁରେ ପାଇକ ଖେଳ ସହିତ ଦୁର୍ଦ୍ଦଶ ପାଇକ ମଶାଲ ଶୋଭାଯାତ୍ରା କରି ବୀର ପାଇକ ସହିଦ ପିତୃପୁରୁଷଙ୍କୁ ଆଜିର ଦିନରେ ମନେ ପକାଇଥାନ୍ତି ।

ତେବେ ୧୮୦୪ମସିହାରେ ଇଂରେଜମାନଙ୍କ ଖୋର୍ଦ୍ଧାର ପାଇକ ଗଡରେ ଆକ୍ରମଣ ସମୟରେ ଏହି କଣ୍ଟାମଳିମ ଗଡରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପାଇକମାନେ ଲୁଚାଇ ରଖିଥିବା ସୂଚନା ପାଇଥିଲେ । ତେଣୁ ଇଂରେଜ ସୈନ୍ୟ ପ୍ରଥମେ ଆସି ଏହି ମହାଳୟା ପୂର୍ବ ଦିନ କଣ୍ଟାମଳିମ ଗଡ ଉପରେ ଆକ୍ରମଣ କରିଥିଲେ ଏବଂ ଏହି ମହାଳୟା ଦିନ ଏହି ଗାଁର ୧୯ଜଣ ପାଇକବୀର ସେ ସମୟରେ ସହିଦ ହୋଇଥିଲେ ବୋଲି ଏହା ପଛରେ ଏକ ଇତିହାସ ରହିଛି । ଆଉ ସେହି ଦିନ ଗ୍ରାମବାସୀ ସମୂହ ମହାଳୟାରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରି ପାରିଲେ ନାହିଁ ।

ତେଣୁ ସେହି ଅମର ସହିଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ମହାଳୟାରେ ଗ୍ରାମବାସୀ ବୀର ପାଇକ ମାନଙ୍କ ସହିଦ ମ୍ମୃତିଚାରଣ କରିଆସୁଛନ୍ତି। ୧୦୮ଦୀପଦାନ ସହିତ ନୀରବ ପ୍ରାର୍ଥନା ଏବଂ ଏକ ସ୍ମୃତିଚାରଣ ସଭାର ଆୟୋଜନ କରି ଅତିଥିମାନଙ୍କ ଦ୍ବାରା ଦୁର୍ଦ୍ଦଶ ପାଇକ ଇତିହାସ ବଖାଣିଛନ୍ତି ଉପସ୍ଥିତ ଅତିଥି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.