ଆସନ୍ତାମାସରେ ଭାରତରେ ଲଞ୍ଚ ହେବ ସାମସଙ୍ଗ Galaxy F41, ଜାଣନ୍ତୁ କ’ଣ ରହିବ ଫିଚର୍ସ ଏବଂ ସ୍ପେସିଫିକେସନ

ଆଗକୁ ଫେଷ୍ଟିଭ ସିଜିନ ଆସୁଛି। ଏପରି ସ୍ଥଳେ ବିଭିନ୍ନ କମ୍ପାନୀ ନୂଆ ନୂଆ ପ୍ରଡକ୍ଟ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ଚଲାଇଛନ୍ତି। ଗ୍ରାହକଙ୍କ କିପରି ବିଭିନ୍ନ ଅଫର ଏବଂ ଡିସକାଉଣ୍ଟ ଦେଇ ନିଜ ଆଡକୁ ଆତ୍କଷ୍ଟ କରିପାରିବେ ତାହାର କୌଶଳ ବିଭିନ୍ନ କମ୍ପାନୀ ଉଠାଉଛନ୍ତି। ଏହି ସାମସଙ୍ଗ ମଧ୍ୟ ପ୍ରତି ମାସରେ ନୂଆ ନୂଆ ସ୍ମାର୍ଟଫୋନ ଲଞ୍ଚ କରୁଛି। ଏବେ ସାମସଙ୍ଗ ଭାରତରେ ଏକ ନୂଆ Galaxy F ସିରିଜ ଲଞ୍ଚ କରିବାକୁ ଯାଉଛି।

ସାଉଥ କୋରିଆନ ସ୍ମାର୍ଟଫୋନ କମ୍ପାନୀ ଦୁଇ ସପ୍ତାହ ପୂର୍ବରୁ ନୂଆF ସିରିଜର ଟିଜର ରିଲିଜ କରିଥିଲା। ଯାହାର ସୂଚନା ଫ୍ଲିପକାର୍ଟରେ ମିଳିଥିଲା। ଏବେ ଏହି ସିରିଜର ପ୍ରଥମ ସ୍ମାର୍ଟଫୋନ ହେବ Galaxy F14 ହେବ। ଭାରତରେ ଏହି ଫୋନ ଆସନ୍ତା ଅକ୍ଟୋବର ୮ ତାରିଖରେ ଲଞ୍ଚ ହେବାକୁ ଯାଉଛି। ଏହାଛଡା କମ୍ପାନୀ ଏହି ମାସରେGalaxy M41 ଏବଂ Galaxy A51s କୁ ଲଞ୍ଚ କରିପାରେ।

samsung phone

ରିପୋର୍ଟ ମୁତାବକ, Galaxy F41 ଆଣ୍ଡ୍ରଏଡ ୧୦ କୁ ନେଇ ଚାଲିବ ଏବଂ ଏଥିରେExynos 9611 ପ୍ରୋସେସର ମଧ୍ୟ ମିଳିବ। ଏହାସହିତ ଇନଫିନିଟି U ଡିଜାଇବ ସହିତ ସୁପର AMOLED ଡିସପ୍ଲେ ମଧ୍ୟ ରହିବ। ଫ୍ଲିପକାର୍ଟ ରିପୋର୍ଟ ମୁତାବକ, Galaxy F41 ରେ ରିଅର ଟ୍ରପଲ କ୍ୟାମେରା ସେଟଅପ୍‌ ରହିବ। ଏହାସହିତ ଓ୍ଵାଇଡ୍‌ ଆଙ୍ଗଲ କ୍ୟାମେରା ସହିତ ଏକ ଡେପଥ ସେନସର ମିଳିବ। ଏହାସହିତ ଫୋନରେ ୬ହଜାର ବ୍ୟାଟେରୀ କ୍ଷମତା ସହିତ ରିଅର ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନସର ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.