ଭାରତରେ ଲଞ୍ଚ ହେଲା Samsung Galaxy Fold, ଜାଣନ୍ତୁ ଏହାର ଅନ୍ୟ ଫିଚର

କୋରିଆର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Samsung ଆଜି ଭାରତରେ ପ୍ରଥମ ଫୋଲଡ଼ ହେଉଥିବା ଫୋନ ‘ଗାଲାକ୍ସୀ ଫୋଲଡ୍‌’ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ କମ୍‌ ଟାବଲେଟର ଦାମ ଭାରତରେ 1,64,999 ଟଙ୍କା ରହିଛି। ରିଟେଲ ଆଉଟଲେଟସ୍‌ ଏବଂ ପ୍ରି-ବୁକ୍‌ ମୋଡ୍‌ ଜରିଆରେ କମ୍ପାନୀ ଏହାର ବିକ୍ରି କରିବ ବୋଲି ଜଣାଯାଇଛି। ଗ୍ରାହକ ଏହି ଫୋନ୍କୁ ଚଳିତମାସ 4 ତାରିଖରେ ପ୍ରି-ବୁକ୍‌ କରିପାରିବେ।

ଏହାସହ ପଢନ୍ତୁ: ଆସନ୍ତା ଫେବୃଆରୀରୁ ଏହିସବୁ ଫୋନ୍‌ରେ ଆଉ କାମ କରିବନି ହ୍ଵାଟ୍ସଆପ୍‌

Samsung Galaxy Foldର ଫିଚର

Samsung Galaxy Fold କଭରରେ ୪.୬ ଇଞ୍ଚର ସ୍କ୍ରିନ ଦିଆଯାଇଥିବା ବେଳେ ଖୋଲିବା ପରେ ଏହା ୭.୩ ଇଞ୍ଚର ହୋଇଯାଏ। ତେବେ ବନ୍ଦ ହେବା ପରେ ୪.୬ ଇଞ୍ଚର ଡିସପ୍ଲେକୁ ବ୍ୟବହାର କରାଯାଇପାରେ। ଡିସପ୍ଲେର ରିଜଲ୍ୟୁସନ ୧୫୩x୨୧୫୨ ରହିଛି। ଏହି ଫୋନରେ ୭nm ପ୍ରୋସେସରର ୧୨ଜିବି ରାମ୍‌ ରହିଛି।

Samsung Galaxy Foldରେ ମୋଟ 6ଟି କ୍ୟାମେରା ସେନ୍ସର ରହିଛି। ୧୬ ମେଗାପିକ୍ସେଲର ଅଲଟ୍ରା-ଓ୍ଵାଇଣ୍ଡ କ୍ୟାମେରା, ୧୨ ମେଗାପିକ୍ସେଲର ଟେଲିଫଟୋ କ୍ୟାମେରା ଏବଂ ୧୨ ମେଗାପିକ୍ସେଲର ଓ୍ଵାଇଡ୍‌ ଆଙ୍ଗଲର 3ଟି କ୍ୟାମେରା ରହିଛି। ଫୋନର ଫ୍ରଣ୍ଟ କ୍ୟାମେରା ୧୦ ମେଗାପିକ୍ସେଲ ବିଶିଷ୍ଟ। ଫୋନରେ ଆଣ୍ଡ୍ରଏଡ୍‌ ୯.୦ ପାଇ ଅପରେଟିଂ ସିଷ୍ଟମ ରହିଥିବା ବେଳେ ପାଓ୍ଵାର ପାଇଁ ଫୋନରେ ୪,୩୮୦ mAhର ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.