Below header

ବିରଜା କଲ୍ୟାଣ ମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର ଟାଉନ: ଯାଜପୁର ଟାଉନସ୍ଥିତ ବିରଜା କଲ୍ୟାଣମଣ୍ଡପରେ ବିଜେପିର ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଯୋଗଦେଇ କାଶ୍ମୀରରେ ୩୭୦ଧାରା ଉଛେଦକୁ ଭାରତ ବର୍ଷର କୋଣ ଅନୁକଣରେ ଲୋକେ ସ୍ୱାଗତ କରିଛନ୍ତି । ୩୭୦ଧାରା ଉଛେଦ ଫଳରେ ଭାରତରେ ଦେଖାଦେଇଥିବା ଆତଙ୍କବାଦ ଦମନ ହେବାରେ ସହୟକ ହୋଇଛି ।

କାଶ୍ମୀରରେ ଧିରେ ଧିରେ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି । ମୋଦିଙ୍କ ଏହି ପଦକ୍ଷେପକୁ ଭାରତବର୍ଷରେ ବିପୁଳ ଜନସମର୍ଥନ ମିଳିଥିବାରୁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଏହି ବାର୍ତାକୁ ଘରେ ଘରେ ପହଁଚାଇବା ଲାଗି ଉପସ୍ଥିତ ବୁଦ୍ଧିଜୀବୀ ଓ ବିଜେପି କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅମିୟକାନ୍ତ ମଲିକ, ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ, ଧର୍ମଶାଳାର ରମେଶ ଚନ୍ଦ୍ର ପରିଡା, ବିଂଝାରପୁର ନିର୍ବାଚନ ମଣ୍ଡଳୀର ବବିତା ମଲିକ ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାର ସୁୁଫଳ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ କହିଥିଲେ । ଏଥିରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ବିଜେପି କର୍ମୀ ଯୋଗଦେଇଥିଲେ ।

ଯାଜପୁର ଟାଉନରୁ ଦେବାଶିଷ ସାହୁ,କେନ୍ୟୁଜ ଓଡ଼ିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.