Below header

ଭାରତରେ ଲଞ୍ଚ ହେଲା Samsung Galaxy M 53 5G, ୨୪ ହଜାରରୁ କମ ଟଙ୍କାରେ ପାଇପାରିବେ 108 MP କ୍ୟାମେରା ସୁବିଧା

ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ କମ୍ପାନୀ Samsung Galaxy M 53 5G ଫୋନ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ସାମସଙ୍ଗର ଏହି ଫୋନର ମୂଲ୍ୟ ଯେତିକି ରହିଛି ସେହିମୂଲ୍ୟରେ ଆପଣ One Plus Nord, Realme 9 Pro Plus, Redmi Note 11 Pro plus ପରି ଫୋନ ବି ପାଇପାରିବେ । Samsungର ଏହି ଫୋନରେ ଆପଣ କଣ କଣ ସୁବିଧା ପାଇପାରିବେ ଆସନ୍ତୁ ଜାଣିବା ।

କଣ ରହିଛି ଫିଚର

Samsung Galaxy M 53 5Gରେ ମିଡିୟାଟେକ Dimensity 900 ପ୍ରସେସର ସହିତ ୬.୭ଇଞ୍ଚର ସୁପର ଏମୋଲେଡ଼ + ଡିଷ୍ପ୍ଲେ ରହିଛି ଯାହାର ରିଫ୍ରେଶ ରେଟ ୧୨୦Hz । ସାମସଙ୍ଗର ଏହି ଫୋନରେ ୧୦୮ ମେଗାପିକସଲର କ୍ୱାଡ କ୍ୟାମେରା ସେଟଅପ ରହିଛି । Samsung Galaxy M 53 5Gରେ ଆଣ୍ଡ୍ରଏଡ ୧୨ ପରି ସୁବିଧାମାନ ବି ରହିଛି । ଏଥିରେ ଥିବା ୫୦୦୦ mAhର ବ୍ୟାଟେରୀ ସହ ୨୫Wର ଫାଷ୍ଟ ଚାରଜିଙ୍ଗ ସୁବିଧା ମିଳିପାରିବ ।

ଫୋନରେ 6.7 ଇଞ୍ଚର ଫୁଲ ଏଚଡ଼ି HD+ ଡିଷ୍ପ୍ଲେ ସହିତ AMOLED  ଡିଷ୍ପ୍ଲେ ରହିଛି । ଯାହାର ରିଫ୍ରେଶ ରେଟ 120 Hz ରହିଛି । ଡିଷ୍ପ୍ଲେ ଉପରେ ଗରିଲ୍ଲା ଗ୍ଲାସ 5ର ପ୍ରୋଟେକ୍ସନ ରହିଛି । Samsung Galaxy M 53 5Gରେ ମିଡିୟାଟେକ Dimensity 900 ପ୍ରସେସର ସମେତ 8 ଯିବି ରାମ ଓ 128 ଜିବି ଷ୍ଟୋରେଜ ସୁବିଧା ମିଳୁଛି।

samsung
image credit: GMSArena.com

 

ସାମସଙ୍ଗର ଏହି ଫୋନରେ ଚାରି ଚାରିଟି ରିୟର କ୍ୟାମେରା ସୁବିଧା ରହିଛି । ଯେଉଁଥିରେ 108 ମେଗା ପିକସଲର ଏକ ପ୍ରାଇମେରୀ ଦ୍ଵିତୀୟ ଲେନ୍ସ 8 ମେଗାପିକସଲର ଅଲଟ୍ରା ଉଇଂଡ ସୁବିଧା ବେଳେ ଥିବାବେଳେ କନେକଟିଭିଟି ପାଇଁ 5G, 4G LTE , Wifie, ବ୍ଲୁ ଟୁଥ ଭି, gps ଓ ଟାଇପ ସି ପୋର୍ଟ ଜିପିଏସ ସମେତ ଫିଙ୍ଗରପ୍ରିଣ୍ଟ ସେନ୍ସରଓ 5000mAh ବ୍ୟାଟେରୀ ରହିଛି । ଯାହା ସହିତ 25 Wର ଫାଷ୍ଟ ଚାରଜିଙ୍ଗ ସୁବିଧା ମିଳିପାରିବ ।

କେତେ ରହିଛି ମୂଲ୍ୟ

Samsung Galaxy M 53 5Gର 6 ଜିବି ରାମ ସହ 128 ଜିବି ଷ୍ଟୋରେଜ ମୂଲ୍ୟ କମ୍ପାନୀ ପକ୍ଷରୁ 23 ହଜାର 999 ଟଙ୍କା ରଖାଯାଇଥିବା ବେଳେ 8 ଜିବି ରାମ ସହ 128 ଜିବି ଷ୍ଟୋରେଜର ମୂଲ୍ୟ 25 ହଜାର 999 ଟଙ୍କା ରଖାଯାଇଛି । ICICI ବ୍ୟାଙ୍କର କ୍ରେଡିଟ କାର୍ଡରୁ ପେମେଂଟ କଲେ 2500 ଟଙ୍କା ପର୍ଯ୍ୟନ୍ତର ଛାଡ଼ ମିଳିବ । ବଲୁ ଓ ଗ୍ରୀନ କଲର ଭେରିୟାଣ୍ଟ ଅପସନ ସହିତ ଏପ୍ରିଲ 29 ତାରିଖରେ ଏହାକୁ ଆମାଜନ ଇଣ୍ଡିଆ ତଥା ସାମସଙ୍ଗର ରିଟେଲ ଷ୍ଟୋର ମାନଙ୍କରୁ ଏହାକୁ କିଣାଯାଇ ପାରିବ ।

ଏମିତିରେ ତ ଏହି ମୂଲ୍ୟରେ ଆପଣ ଅନେକ ସ୍ମାର୍ଟଫୋନ ପାଇପାରିବେ । କିନ୍ତୁ ଆପଣଙ୍କର ସାମସଙ୍ଗ ପ୍ରତି ଏକ ବିଶେଷ ଦୁର୍ବଳତା ରହିଛି ଆପଣଙ୍କ ପାଇଁ ଏହି ସେଟ ନିଶ୍ଚିତ ରୂପେ ବେଷ୍ଟ ଚଏସ ରହିବ ବୋଲି ଆମେ ଆଶା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.