Below header

ଫୋନ ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

ଏହି ୫ଟି ମୁଖ୍ୟ କାରଣ ପାଇଁ ସ୍ମାର୍ଟଫୋନର ବ୍ୟାଟେରୀ ଜଲ୍ଦି ଶେଷ ହୋଇଯାଏ। ଯଦି ଆପଣ ବି ଏହି ଭୁଲ କରୁଛନ୍ତି ତେବେ ଆଗୁଆ ଜାଣି ସତର୍କ ରୁହନ୍ତୁ। ନଚେତ ଭାରି କ୍ଷତି ସହିବେ।

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି। ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ।

ସ୍ମାର୍ଟଫୋନର ଉପଯୋଗ କେବଳ କଲିଂ ପାଇଁ ନୁହେଁ ବରଂ ମେସେଜିଂ , ମିଟିଂ, କ୍ଲାସେଜ ଆଟେଣ୍ଡ କରିବା ଏବଂ ଭିଡିଓ ଦେଖିବାରେ ମଧ୍ୟ କରାଯାଉଛି। ଏମିତିରେ ଦିନରାତି ଫୋନ ବ୍ୟବହାର କଲେ ବ୍ୟାଟେରୀ ଶେଷ ହୋଇଯିବା ଏକ ସ୍ୱାଭାବିକ କଥା। କିନ୍ତୁ ଆମେ ଫୋନ ଚାର୍ଜ କରିବା ସମୟରେ କିଛି ଭୁଲ କରି ବସିଥାଉ, ଯଦ୍ଦ୍ୱାରା ଆମ ଫୋନରେ ନାନା ସମସ୍ୟା ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ ମୋବାଇଲ ଫୋନ ଚାର୍ଜ କରିବାର ଠିକ ଉପାୟ ବିଷୟରେ କହିବୁ।

ଯଦି ଫୋନ ଚାର୍ଜିଂ ସମୟରେ ଆପଣ ଏହି ଭୁଲ କରୁଛନ୍ତି ତେବେ ଧ୍ୟାନ ରଖନ୍ତୁ , ଏଭଳି କରନ୍ତୁ ନାହିଁ:

୧. ନିଜ ଚାର୍ଜରରେ ହିଁ କରନ୍ତୁ ଫୋନ ଚାର୍ଜ: ଆଜିକାଲି ସବୁ ଫୋନ ଚାର୍ଜର ପ୍ରାୟତଃ ସମାନ ଆସୁଛି। ତେଣୁ ଆପଣ କୌଣସି ବି ଚାର୍ଜରରେ ଫୋନ ଚାର୍ଜ କରି ଦେଇଥାନ୍ତି। କିନ୍ତୁ ଏପରି ଆଦୌ କରନ୍ତୁ ନାହିଁ। ସବୁବେଳେ ନିଜ ଫୋନ ସହିତ ମିଳିଥିବା ଚାର୍ଜରରେ ହିଁ ଫୋନ ଚାର୍ଜ କରନ୍ତୁ।

୨. ଚାର୍ଜିଙ୍ଗ ସମୟରେ କଭର ହଟାଇ ଦିଅନ୍ତୁ: ଚାର୍ଜିଙ୍ଗ କରିବା ସମୟରେ ଫୋନ କଭର ହଟାଇ ଦିଅନ୍ତୁ। କାହିଁକି ନା, ଚାର୍ଜ ବେଳେ ଫୋନ ଗରମ ହୋଇଯାଏ। ଏମିତିରେ କଭର ଫୋନର କୁଲିଙ୍ଗ ଇଫେକ୍ଟକୁ ଧିମା କରି ଦେଇଥାଏ।

୩. ଫୋନକୁ ରାତିସାରା ଚାର୍ଜ କରନ୍ତୁ ନାହିଁ: କଦାପି ଫୋନକୁ ରାତିସାରା ଚାର୍ଜରେ ବସାନ୍ତୁ ନାହିଁ। ଫୋନକୁ ଦୀର୍ଘ ସମୟ ଧରି ଚାର୍ଜରେ ବସାଇବା ବ୍ୟାଟେରୀ ପାଇଁ ଠିକ ନୁହେଁ। ଏମିତିରେ ଫୋନ ବ୍ଲାଷ୍ଟ ହେବାର ଅନେକ ଖବର ସାମ୍ନାକୁ ଆସିଛି। ଆଜିକାଲି ବଜାରରେ ଫାଷ୍ଟ ଚାର୍ଜିଙ୍ଗ କରୁଥିବା ଚାର୍ଜର ମିଳିଲାଣି, ଯଦ୍ଦ୍ୱାରା ବହୁତ କମ ସମୟ ମଧ୍ୟରେ ଆପଣଙ୍କ ଫୋନ ଫୁଲ ଚାର୍ଜ ହୋଇଯାଇଥାଏ।

୪. ଫୋନକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରନ୍ତୁ: ଫୋନର ଚାର୍ଜ ସମ୍ପୂର୍ଣ୍ଣ ସରିବାକୁ ଦିଅନ୍ତୁ ନାହିଁ। ଫୋନରେ ୨୦ ପ୍ରତିଶତ ବ୍ୟାଟେରୀ ଥିଲେ ଏହାକୁ ଚାର୍ଜରେ ବସାଇ ଦିଅନ୍ତୁ। ଚେଷ୍ଟା କରନ୍ତୁ କି, ଆପଣଙ୍କ ଫୋନ ଅତି କମରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଉ।

୫. ନକଲି ଚାର୍ଜର ବ୍ୟବହାର କରନ୍ତୁ ନାହିଁ: ଯଦି ଆପଣଙ୍କ ଚାର୍ଜର ଖରାପ ହୋଇଯାଇଛି, ତ ସେହି କମ୍ପାନୀର ହିଁ ନୂଆ ଚାର୍ଜର କିଣି ଆଣନ୍ତୁ। ଓରିଜିନାଲ ଚାର୍ଜର ଫୋନ ପାଇଁ ବହୁତ ଭଲ। କେବେ ବି ନକଲି କି ଶସ୍ତା ଚାର୍ଜର ବ୍ୟବହାର କରନ୍ତୁ ନାହିଁ। ଏହା ଫୋନରେ ଏଡପଟର ଫେଲ୍ୟୁୟରର କାରଣ ବନିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.