ସିଦ୍ଧାର୍ଥ-କିଆରାଙ୍କ ବିବାହ ସମୟରେ ହଠାତ୍ ଅସୁସ୍ଥ ହୋଇପଡିଲେ ସିଦ୍ଧାର୍ଥଙ୍କ ବାପା, ଶ୍ୱଶୁରଙ୍କୁ ଦେଖିବା ପାଇଁ ଦୌଡିଆସିଲେ ବୋହୂ
ସିଦ୍ଧାର୍ଥ-କିଆରାଙ୍କ ବିବାହ ବେଳେ ମଳିନ ପଡିଗଲା ସମସ୍ତଙ୍କ ମୁହଁ । ବିବାହ ସମୟରେ ହଠାତ୍ ଅସୁସ୍ଥ ହୋଇପଡିଲେ ସିଦ୍ଧାର୍ଥଙ୍କ ବାପା। ଆଉ ମଣ୍ଡପ ଛାଡି ଶ୍ୱଶୁରଙ୍କ ପାଖକୁ ଦୌଡିଗଲେ ବୋହୂ କିଆରା ।
![Photo](https://knewsodisha.com/wp-content/uploads/2023/02/Photo-1.jpg)
ସିଦ୍ଧାର୍ଥ-କିଆରାଙ୍କ ବିବାହ ସମୟରେ ସମସ୍ତେ ଖୁସି ଥିବା ସମୟରେ ଘଟିଗଲା ଅଘଟଣ । ବିବାହ ରୀତିନୀତି ଚାଲିଥିବା ବେଳେ ହଠାତ୍ ବିଗିଡିଗଲା ସିଦ୍ଧାର୍ଥଙ୍କ ବାପାଙ୍କ ଅବସ୍ଥା । ଆଉ ମଣ୍ଡପରୁ ଦୌଡିଆସିଲେ ବୋହୂ କିଆରା । ସିଦ୍ଧାର୍ଥଙ୍କ ବାପାଙ୍କ ଅବସ୍ଥା ଖରାପ ହେବା ଦେଖି ଅତିଥି ଭୟ କରିଯାଇଥିଲେ । ତୁରନ୍ତ ଡାକ୍ତରଙ୍କୁ ଖବର ଦିଆଯାଇଥିଲା, ଆଉ ଡାକ୍ତର ଆସି ସିଦ୍ଧାର୍ଥଙ୍କ ବାପାଙ୍କ ଚେକଅପ୍ କରିଥିଲେ ।
ମିଡିଆ ରିପୋର୍ଟ ମୁତାବକ, ସୋମବାର ରାତିରେ ସିଦ୍ଧାର୍ଥଙ୍କ ବାପାଙ୍କ ଦେହ ହଠାତ୍ ଖରାପ ହୋଇଯାଇଥିଲା। ଯାହାପରେ ଫଙ୍କସନକୁ ରୋକିଦିଆଯାଇଥିଲା । ସିଦ୍ଧାର୍ଥଙ୍କ ବାପାଙ୍କୁ ତୁରନ୍ତ ହୋଟେଲ ରୁକୁ ନିଆଯାଇଥିଲା ଆଉ ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ । କିଛିସମୟ ପାଇଁ ସିଦ୍ଧାର୍ଥ ଏବଂ କିଆରା ମଧ୍ୟ ରୁମ୍ ଭିତରେ ରହିଥିଲେ । ତେବେ କିଛି ସମୟ ପରେ ସବୁକିଛି ଠିକ୍ ହେବା ପରେ ଫଙ୍କସନ ଆରମ୍ଭ ହୋଇଥିଲା ।
ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ଦୀର୍ଘଦିନରୁ ପରସ୍ପରକୁ ଡେଟିଂ କରୁଥିଲେ ସିଦ୍ଧାର୍ଥ ଏବଂ କିଆରା। ଜୈସଲମେରର ସୂର୍ଯ୍ୟଗଢ ପ୍ୟାଲେସରେ ବିବାହ କରିଛନ୍ତି ଏହି ଦମ୍ପତି । ବିବାହ ବେଳରୁ ଫଟୋ ଏବେ ଭାଇରଲ ହେବାରେ ଲାଗିଛି ।
View this post on Instagram
କିଆରା ଆଡଭାନୀ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ପିଙ୍କ୍ କଲର ଲେହେଙ୍ଗା ପିନ୍ଧିଥିଲେ । ଲେହେଙ୍ଗାରେ ହେଭି ଏମ୍ବ୍ରୋଡରୀ ଜରି କାମ ହୋଇଥିବା ବେଳେ ତା’ ସହ ସେ ମ୍ୟାଚିଂ ବ୍ଲାଉଜ ଓ ହେଭି ୱାର୍କ ଥିବା ଦୁପଟ୍ଟା କ୍ୟାରି କରିଥିଲେ। କିଆରା ନିଜ ଲେହେଙ୍ଗାକୁ ମ୍ୟାଚିଂ କରି ଗ୍ରୀନ୍ କଲରର ହୀରା ଚକ୍କର, ମ୍ୟାଚିଂ ଇୟର ରିଙ୍ଗ, ମାଙ୍ଗ ଟିକା ପିନ୍ଧିଥିଲେ।
“Ab humari permanent booking hogayi hai”
We seek your blessings and love on our journey ahead ❤️🙏 pic.twitter.com/AlBjfKrPtp
— Kiara Advani (@advani_kiara) February 7, 2023
ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ପରସାଯାଇଥିଲା। ମେନୁରେ ରହିଛି ଇଟାଲିୟନ୍, ଚାଇନିଜ୍, ଆମେରିକାନ୍, ସାଉଥ୍ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଥିଲା।
ବିବାହରେ ଉଭୟଙ୍କ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଉଭୟଙ୍କ କିଛି ବନ୍ଧୁ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ରିସେପ୍ସନ ପାର୍ଟି ଫେବୃଆରୀ ୧୨ରେ ମୁମ୍ବାଇରେ ହେବ। ତେବେ ଫିଲ୍ମ ‘ଶେରଶାହ’ ସେଟରେ ଉଭୟଙ୍କ ଭେଟ୍ ହୋଇଥିବା ବେଳେ ତା’ ପରେ ଉଭୟଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।