Below header

ଜର୍ମାନୀରେ ଫିଲ୍ମ ‘ପଠାନ୍’ର କ୍ରେଜ୍ : ମାଇନସ୍ ଡିଗ୍ରୀ ସେଲସିୟସରେ ନାଚିଲେ ଶାହରୁଖଙ୍କ ଫ୍ୟାନ୍ସ

ଭାରତୀୟ ବକ୍ସ ଅଫିସରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ ପଠାନ’ ଅଟକିବାର ନା ନେଉନାହିଁ । ଚାରିଆଡେ ଏହାର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ୪୦୦ କୋଟିରୁ ଅଧିକ କଲେକ୍ସନ୍ କରିସାରିଥିବା ଏହି ଫିଲ୍ମଟି ରିଲିଜ୍ ହେବା ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ସେମାନେ ସେଲିବେ୍ରସନ୍ କରିବାର କୌଣସି ମଉକା ଛାଡୁନାହାଁନ୍ତି। ଏବେ ତାଙ୍କ ପ୍ରଶଂସକଙ୍କମାନେ ଜର୍ମାନୀରେ ମଧ୍ଯ ‘ ପଠାନ୍’ ଚଳଚ୍ଚିତ୍ରକୁ ନେଇ ସେଲିବେ୍ରସନ୍ କରିଛନ୍ତି। ପଠାନ୍ ଫିଲ୍ମର ହିଟ୍ ଗୀତ ‘ଜୁମ୍ ମେ ଜୋ ପଠାନ୍’ ଗୀତରେ ନାଚୁଥିବାର ଏକ ନୂଆ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ଅଭିନେତାଙ୍କ ଜଣେ ପ୍ରଶଂସକ ନିଜ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ” iamsrk ଜର୍ମାନୀ ମଧ୍ୟ ଆପଣଙ୍କ ସହ ନାଚୁଛି। ମାଇନସ୍ ଡିଗ୍ରୀ ସେଲସିୟସରେ। ମୁଁ ଆଶା କରେ ଆପଣ ଆଉଥରେ ଏଠାକୁ ଆସିବେ। ” ଏହି କ୍ଲିପ୍‌ରେ ଦେଖିବାକୁ ମିଳୁଛି କି, ଏକ ଗ୍ରୁପ୍ ରେ କିଛି ଲୋକମାନେ ଜର୍ମାନୀର ହେମ୍ବବର୍ଗ ରାସ୍ତାରେ ଥଣ୍ଡା ପାଗରେ ଏକତ୍ରିତ ହୋଇଛନ୍ତି। ଏବଂ ପଠାନ୍ ଫିଲ୍ମ ର ହିଟ୍ ନମ୍ବର ଉପରେ ଡ୍ଯାନ୍ସ ପ୍ରଦର୍ଶନ କରୁଛନ୍ତି ତା ପୁଣି ହୁକ୍ ଷ୍ଟେପରେ ।

ଏହି ଭାଇରାଲ୍ କ୍ଲିପ୍ ଅନ୍ୟ କାହାର ନୁହେଁ ବରଂ ଖୋଦ୍ ଶାହରୁଖ ଖଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ଏହି ଡ୍ଯାନ୍ସ କୁ ଦେଖି ଖୁବ୍ ଆନନ୍ଦିତ ହୋଇଥିଲେ। ସେ ଭିଡିଓ ଟିରେ ପ୍ରତିକ୍ରିୟା କରି ଲେଖିଛନ୍ତି, ” Oh yes Germany….thank u for dancing in the cold!!’ ‘ ଅଭିନେତାଙ୍କ ଟ୍ୱିଟ୍ ପରେ ଅତ୍ଯଧିକ ଖୁସି ହୋଇ ଫ୍ୟାନ୍ସ ଜଣକ ନିଜ ଆକାଉଣ୍ଟ୍ ରେ ଭିଡିଓ ସେୟାର କରି ” @iamsrk ଲେଖିବା ସହିତ। ମୁଁ ବର୍ତ୍ତମାନ ଖୁସିରେ ମରିପାରେ। ”ବୋଲି ପ୍ରତିକ୍ରିୟା ଦେଇଥିଲେ।ଅନ୍ୟ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ମଧ୍ୟ ଏହି ଡ୍ଯାନ୍ସ କୁ ଖୁବ୍ ପସନ୍ଦ କରିଥିଲେ ଏବଂ ହୃଦୟସ୍ପର୍ଶୀ ମନ୍ତବ୍ୟ ଏବଂ ଇମୋଜି ସହିତ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

.ସେହିପରି, ସାରା ବିଶ୍ୱ ପଠାନ୍ ଫିଲ୍ମର ସେଲିବେ୍ରେସନ୍ କରୁଥିବାବେଳେ ସେହିଭଳି ଅନ୍ୟ ଏକ ଭିଡିଓ ଉପରେ ମଧ୍ଯ ଶାହରୁଖ ନିଜ ପ୍ରତିକ୍ରିୟା ରଖିଛନ୍ତି।ଯେଉଁ ଭିଡିଓରେ କିଛି ଯୁବକ ବିଚ୍ ରାସ୍ତାରେ ଏକ ଗାଡି ଉପରେ ବସି ଜାତୀୟ ପତାକା ଧରି ରଙ୍ଗ ଉଡାଇ ପଠାନ୍ ପାଇଁ ସେଲିବେ୍ରେସନ୍ କରୁଥିଲେ। ଏହି ଭିଡିଓକୁ ଦେଖିବା ପରେ ଶାହରୁଖ ଲେଖିଥିଲେ, “ୟାର୍ ୟେ ତୋ କାଫି ଜ୍ଯାଡା ହୋ ଗୟା, ଧନ୍ୟବାଦ “।

ତେବେ ସୂଚନା ଥାଉକି, ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ଅଭିନୀତ ‘ପଠାନ୍’ ଜାନୁଆରୀ ୨୫ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ୧୦୦ ରୁ ଅଧିକ ଦେଶରେ ରିଲିଜ୍ ହୋଇଥିଲା ଏବଂ ଏହା ପର ଠାରୁ ବକ୍ସ ଅଫିସ୍ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.