ବ୍ରଜରାଜନଗର: କ୍ରାଇମ ସ୍ପଟରେ ପୋଲିସ ଡିଜି, ଘଟଣାସ୍ଥଳରେ ଅନୁଧ୍ୟାନ କରୁଛନ୍ତି ସ୍ଥିତି

ଝାରସୁଗୁଡ଼ା (କେନ୍ୟୁଜ): କ୍ରାଇମ୍‌ ସ୍ପଟ୍‌ରେ ପୋଲିସ ଡିଜି । ଆଜି ଘଟଣାସ୍ଥଳକୁ ଯାଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କ୍ରାଇମ ସ୍ପଟ୍‌ ବ୍ରଜରାଜନଗର ଗାନ୍ଧି ଛକକୁ ଯାଇଛନ୍ତି ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଝାରସୁଗୁଡ଼ାରେ ପହଞ୍ଚିଥିଲେ ପୋଲିସ ଡିଜି । ଏଥିସହ ନବ ଦାସଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ସୁନୀଲ ବଂଶଲ ।

ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିବା ବେଳେ ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ଗତକାଲି ଝାରସୁଗୁଡ଼ାରେ ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସହ ଆଲୋଚନା କରିଥିଲେ । ତଦନ୍ତ କେତେ ବାଟ ଆଗେଇଛି, ଏଯାଏ କଣ ମିଳିଛି ସେନେଇ ଜଷ୍ଟିସ ଦାସଙ୍କୁ ଅବଗତ କରାଇଛନ୍ତି ଅରୁଣ ବୋଥ୍ରା । ଆଜି ଜଷ୍ଟିସ ଦାସ ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ କ୍ରାଇମ୍‌ ସ୍ପଟ୍‌କୁ ଯାଇ ପାରନ୍ତି । ତାଙ୍କ ସହ ଆଇନ୍‌ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଏବଂ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଝାରସୁଗୁଡ଼ା ଅଛନ୍ତି । ଗତକାଲି ପୋଲିସ ଡିଜି ମୃତ ନବ ଦାସଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ । କେମିତି ଚାଲିଛି ତଦନ୍ତ ସେନେଇ ପରିବାର ଲୋକଙ୍କ ସହ କଥା ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.