ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ, ସିଧାସଳଖ ଲିଙ୍କକୁ ଯାଇ ଡାଉନଲୋଡ କରନ୍ତୁ
ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ୨୦୨୩ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । ପରୀକ୍ଷାର୍ଥୀ ସିଧାସଳଖ ଲିଙ୍କକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।
ସିବିଏସଇ ୨୦୨୩ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । ଯେଉଁ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ସେମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ସିବିଏସଇ ୧୦ମ ଏବଂ ୧୨ଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ୧୫ ଫେବୃଆରୀ ୨୦୨୩ରୁ ଆରମ୍ଭ ହେବ ।
ସିବିଏସଇ ଆଡମିଟ୍ କାର୍ଡ ୨୦୨୩ ପାଇଁ ଛାତ୍ରଛାତ୍ରୀ ସ୍କୁଲ କିମ୍ବା େଓ୍ଵବସାଇଟରୁ ଡାଉନଲୋଡ କରିପାରିବେ। ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ । ପରୀକ୍ଷା ଗୋଟିଏ ସିଫ୍ଟରେ ହେବ । ପରୀକ୍ଷା ୧୦.୩୦ରୁ ଆରମ୍ଭ ହେବ ଏବଂ ୧୨.୩୦ର ସରିବ ।
କେମିତି କରିବେ ଆଡମିଟ୍ କାର୍ଡ ଡାଉନଲୋଡ :
ପରୀକ୍ଷାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍ cbse.gov.in କୁ ଯାଆନ୍ତୁ ।
ତା’ ପରେ ସ୍କୁଲର ଲଗଇନ ଲିଙ୍କ ଉପରେ କ୍ଲିକ କରନ୍ତୁ ।
ତା’ ପରେ ୟୁଜର ଆଇଡି ଏବଂ ଅନ୍ୟ ବିବରଣୀ ଭରିବା ପରେ କ୍ଲିକ କରନ୍ତୁ।
ସବୁ ବିବରଣୀ ଭରିବା ପରେ ସବମିଟ୍ ବଟନ ଉପରେ କ୍ଲିକ କରନ୍ତୁ।
ତା’ ପରେ ଆଡମିଟ୍ କାର୍ଡ ଡାଉନଲୋଡ କରି ପ୍ରିଣ୍ଟଆଉଟ କାଢି ଦିଅନ୍ତୁ ।