ମହାମହିମଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେଲାଣି ଓଡ଼ିଶା; ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ହେଲାଣି ଓଡ଼ିଶା । ୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚି ଏୟାରପୋର୍ଟରୁ ଉତ୍କଳ ମଣ୍ଡପ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଯିବେ । ଏଥିପାଇଁ ଏୟାରପୋର୍ଟରୁ ଆରମ୍ଭ କରି ରମାଦେବୀ ବିଶ୍ୱବିଦ୍ୟାଳୟ କଡ଼ା ସୁରକ୍ଷା ବଳୟରେ ରହିବ । ଆଜି ଦିନ ଗୋଟାଏରେ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ ।

ଆସନ୍ତାକାଲି ହେବ କାରକେଡ୍‌ ରିହରସଲ୍‌ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୨୦୦ରୁ ଅଧିକ ଅଫିସର । ସାଦା ପୋଷାକଧାରୀ ପୋଲିସ ଓ ରୁଫଟଫ୍‌ ସୁରକ୍ଷା କର୍ମୀ ମୁତୟନ କରାଯିବ । ୧୦ ତାରିଖରେ ଆର୍‌ଡି ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଦୁଇ ଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରିବେ। ୧୧ ତାରିଖରେ ଲିଙ୍ଗରାଜ ମନ୍ଦିର ଗସ୍ତ କରିବେ । ପରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ହେବାକୁ ଥିବା ଇଣ୍ଡିଆନ ରାଇସ୍‌ କଂଗ୍ରେସକୁ ଉଦଘାଟନ କରିବେ ରାଷ୍ଟ୍ରପତି । ୧୧ ତାରିଖରେ କଟକରୁ ଫେରି ଦିଲ୍ଲୀ ଅଭିମୁଖେ ଫେରିଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.