ଥର୍ମୋମିଟର ଭଳି କାମ କରିବ ସ୍ମାର୍ଟଫୋନ, ଡାଉନଲୋଡ କରନ୍ତୁ ଏହି ଆପ୍‌

ଭାରତୀୟ ପ୍ରଫେସରଙ୍କ ସହ ବୈଜ୍ଞାନିକମାନେ ଏକ ଆପ୍‌ ଡେଭଲପ କରିଛନ୍ତି । ଫିଭର ଫୋନ ନାମକ ଏହି ଆପ୍‌ ଟଚସ୍କ୍ରିନର ବ୍ୟବହାର କରିଥାଏ ଏବଂ ଫୋନର ବ୍ୟାଟେରୀ ଟେମ୍ପ୍ରେଚର ସେନ୍ସରରେ ଶରୀର ତାପମାତ୍ରା ମାପିବା ପାଇଁ ମେସିନ ଲାର୍ଣ୍ଣିଂ ମଡେଲର ବ୍ୟବହାର କରିଥାଏ ଏବଂ ତାପମାତ୍ରାକୁ ଚେକ କରିଥାଏ ।

ବର୍ତ୍ତମାନ ସମୟର ଡିଜିଟାଲ ଦୁନିଆରେ ସବୁକିଛି ସମ୍ଭବ । ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନରେ ସବୁକିଛି ଅତି ସହଜରେ ହୋଇପାରୁଛି । ଟେକ୍ନୋଲୋଜିରେ ଲଗାତାର ପରିବର୍ତ୍ତନ ହେଉଛି । ଏହି ଟେକ୍ନୋଲୋଜି ସାହାଯ୍ୟରେ ଆପଣଙ୍କ ସ୍ମାର୍ଟଫୋନ ଆପଣଙ୍କର ସମସ୍ତ କାମ କରିବା ପାଇଁ ସକ୍ଷମ ହୋଇଥାଏ । ତେବେ କମ୍ୟୁନିକେସନ ଡିଭାଇସ ଭାବେ ସ୍ମାର୍ଟଫୋନର ଭୂମିକା ଗୁରତ୍ୱପୂର୍ଣ୍ଣ ରହିଥାଏ । ଏହା ଆପଣଙ୍କ ଏଣ୍ଟରଟେନମେଣ୍ଟ ପାର୍ଟନର ଭାବେ, ଆପଣଙ୍କ ସମ୍ପର୍କୀୟଙ୍କୁ ଆପଣଙ୍କ ସହ ଯୋଡ଼ିଥାଏ । ତେବେ ଏହି ଡିଭାଇସ ବର୍ତ୍ତମାନ ଆପଣଙ୍କ ଶରୀରର ଟେମ୍ପ୍ରେଚର ମାପି ପାରିବ । ଥର୍ମୋମିଟର ଭଳି କାମ କରିବ ଆପଣଙ୍କ ସ୍ମାର୍ଟଫୋନ ।

ଭାରତୀୟ ପ୍ରଫେସରଙ୍କ ସହ ବୈଜ୍ଞାନିକମାନେ ଏକ ଆପ୍‌ ଡେଭଲପ କରିଛନ୍ତି । ଫିଭର ଫୋନ ନାମକ ଏହି ଆପ୍‌ ଟଚସ୍କ୍ରିନର ବ୍ୟବହାର କରିଥାଏ ଏବଂ ଫୋନର ବ୍ୟାଟେରୀ ଟେମ୍ପ୍ରେଚର ସେନ୍ସରରେ ଶରୀର ତାପମାତ୍ରା ମାପିବା ପାଇଁ ମେସିନ ଲାର୍ଣ୍ଣିଂ ମଡେଲର ବ୍ୟବହାର କରିଥାଏ ଏବଂ ତାପମାତ୍ରାକୁ ଚେକ କରିଥାଏ ।

ଓ୍ଵାସିଙ୍ଗଟନ ୟୁନିଭର୍ସିଟିର ରିସର୍ଚ୍ଚରମାନେ ଏହି ଫିଭର ଫୋନ ଆପକୁ ପ୍ରସ୍ତୁତ କରିଛନ୍ତି, ଯାହା ହାର୍ଡେଓ୍ଵରକୁ ନ ଯୋଡ଼ି ସ୍ମାର୍ଟଫୋନକୁ ଥର୍ମୋମିଟରରେ ପରିବର୍ତ୍ତନ କରିଥାଏ । ଏହି ଆପ୍‌, ଫୋନ ସେନ୍ସର ଦ୍ୱାରା ସମ୍ପୂର୍ଣ୍ଣ ଶରୀରର ତାପମାତ୍ରା ଚେକ୍‌ କରି ପାରିବ । ୩୭ ଜଣ ରୋଗୀଙ୍କ ଉପରେ ଫିଭରଫୋନ ଆପ୍‌ ପରୀକ୍ଷା କରାଯାଇଥିଲା ଏବଂ ଏହି ପରୀକ୍ଷଣ ସଫଳ ହୋଇଥିଲା । ଏହି ଆପ୍‌ ଥର୍ମୋମିଟର ତୁଳନାରେ ଶରୀରର ମୁଖ୍ୟ ତାପମାତ୍ରାର ଅନୁମାନ କରିଥିଲା । ଏହା ଏପରି ଏକ ଆପ୍‌ ଯାହା ଫୋନ ସେନ୍ସର ଦ୍ୱାରା ସ୍କ୍ରିନ ବ୍ୟବହାର କରି ମଣିଷକୁ ଜ୍ୱର ହୋଇଛି କି ନାହିଁ ଚେକ୍‌ କରିପାରିବ । ଅଧ୍ୟୟନ ଅନୁସାରେ ଏହି ଆପ୍‌କୁ ବ୍ୟାପକ ଭାବେ ପ୍ରସ୍ତୁତ କରିବା ପାଇଁ ଅଧିକ ଡେଟାର ଆବଶ୍ୟକତା ରହିଛି ।

ଫିଭରଫୋନ ଏକ ସେନ୍ସର ବ୍ୟବହାର କରିଥାଏ, ଯାହା ବ୍ୟାଟେରୀ ହିଟକୁ ମାପିଥାଏ । ଏହି ଆପ୍‌ ଫୋନ ହିଟ ହେବାର ସମୟକୁ ଅନୁମାନ କରିଥାଏ ଏବଂ ପରେ ମଣିଷ ଶରୀରର ତାପମାତ୍ରାକୁ ଚେକ୍‌ କରିଥାଏ ।

ଏହି ପରୀକ୍ଷଣରେ ସାମିଲ ହୋଇଥିବା ପ୍ରତିଯେଗୀମାନେ ଫୋନକୁ ଏକ ପଏଣ୍ଟ ଆଣ୍ଡ ସୁଟ କ୍ୟାମେରା ଭଳି ଧରିଥିଲେ ଯେଉଁଥିରେ ଏହା ଫୋନର ବ୍ୟାକ ସାଇଡକୁ ଟଚ୍‌ କରିନଥିଲା । ପ୍ରତିଯୋଗୀମାନେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଟଚସ୍କ୍ରିନକୁ ନିଜ ମୁଣ୍ଡରେ ଲଗାଇଥିଲେ । ପରୀକ୍ଷଣର ରେଜଲ୍ଟ ପାଇଁ ଏହି ସମୟ ଯଥେଷ୍ଟ ଥିଲା ।
ଫିଭରଫୋନ ଆପ୍‌ ରୋଗୀ ଶରୀରର ତାପମାତ୍ରାକୁ 0.23 ° C ଆକଳନ କରିଥିଲା, ଯାହା ଚିକିତ୍ସାକ୍ଷେତ୍ରରେ ଗ୍ରହଣୀୟ । ଏହି ଆପ୍‌ର ପରୀକ୍ଷଣ ବର୍ତ୍ତମାନ ମଧ୍ୟ ଚାଲୁଛି ଏନେଇ ଏହା ଗୁଗଲ ପ୍ଲେ ଷ୍ଟୋର ଆପ୍‌ ବା ଆପଲ ଆପ୍‌ ଷ୍ଟୋରରେ ଉପଲବ୍ଧ ହୋଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.