JIO ଆଣୁଛି ଦୁନିଆର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍, ଫଟୋ ଦେଖି ଲୋକେ ହେଲେ ଏକ୍ସାଇଟେଡ୍

ଯାହା ସମ୍ବାବନା କରାଯାଉଛି JioPhone 5Gର ଦାମ ୧୦,୦୦୦ ଟଙ୍କାରୁ ବି କମ୍ ହେବ । ଖାସ୍ ସେଥିପାଇଁ ଏହି ଫୋନ ଭାରତର ସବୁଠାରୁ ଶସ୍ତା ୫ଜି ଫୋନ ବନିବାରେ ବୋଲି କୁହାଯାଉଛି ।

ବର୍ଷର ଆରମ୍ଭରେ JioPhone 5G ବିଷୟରେ ଜଣାଇଥିଲା କମ୍ପାନୀ । ତେବେ ପ୍ରଥମରୁ ହିଁ ଫୋନର ଫିଚର୍ସ ସାମ୍ନାକୁ ଆସି ସାରିଛି । ଏହି ଫୋନ୍ ଭାରତର ସବୁଠାରୁ ବଜେଟ ୫ଜି ସ୍ମାର୍ଟଫୋନ୍ ହେବ । ଏବେ ଫୋନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଜିଓଫୋନ୍ ୫ଜି ୟୁନିଟ ଏକ ଟ୍ବିଟର ୟୁଜରଙ୍କ ଦ୍ବାରା ଏହାକୁ ସ୍ପଟ୍ କରାଯାଇଥିଲା । ଯିଏ କି ନା କେବଳ ଡିଭାଇସର ଇମେଜ ସେୟାର କରିଛନ୍ତି ବରଂ ଏହାର ଲଞ୍ଚ୍ ଡେଟ ଏବଂ ଦାମ୍ ବିଷୟରେ ବି ସୂଚନା ପ୍ରଦାନ କରିଛନ୍ତି ।

ତେବେ ଯାହା ସମ୍ବାବନା କରାଯାଉଛି JioPhone 5Gର ଦାମ ୧୦,୦୦୦ ଟଙ୍କାରୁ ବି କମ୍ ହେବ । ଖାସ୍ ସେଥିପାଇଁ ଏହି ଫୋନ ଭାରତର ସବୁଠାରୁ ଶସ୍ତା ୫ଜି ଫୋନ ବନିବାରେ ବୋଲି କୁହାଯାଉଛି । ଏହାର ଅର୍ଥ ଜିଓଫୋନ ୫ଜିର ଲଞ୍ଚ୍ ବହୁତ ଜଲଦି ହୋଇପାରେ ଏବଂ ଏହାର ଦାମ୍ ମାର୍କେଟର ଅନ୍ୟ ୫ଜି ଫୋନ୍ ତୁଳନାରେ ବହୁତ କମ୍ ରହିବ ।

ଯାହାପରେ ଏହା ବହୁତ ବଡ ଖୁସିଖବର ହୋଇପାରେ ୟୁଜର୍ସଙ୍କ ପାଇଁ । ଖାସ୍ କରି ସେହି ୟୁଜର୍ସଙ୍କ ପାଇଁ ଯେଉଁମାନେ ଏବେ ପର୍ଯ୍ୟନ୍ତ ମହଙ୍ଗା କାରଣରୁ ୫ଜି ଫୋନ୍ କିଣିବାରେ ଅସମର୍ଥ ହେଉଥିଲେ । ଏହା ବି ସ୍ପଷ୍ଟ ହୋଇନାହିଁ ଯେ ଏଥିରେ କେଉଁ ଚିପସେଟ ଉପଯୋଗ କରାଯିବ । କିନ୍ତୁ ଲିକରେ କୁହାଯାଉଛି ଯେ ଫୋନରେ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିବ । ଏବଂ ବ୍ୟାକରେ ୧୩ ମେଗାପିକ୍ସେଲ +୨ ମେଗାପିକ୍ସେଲ ଡୁଆଲ କ୍ୟାମେରା ସେଟଅପ୍ ରହିବ ।

ଲିକ୍ ହୋଇଥିବା ଫଟୋକୁ ଦେଖି ଲାଗୁଛି ଯେ ଏହା ପ୍ରୋଟୋଟାଇପ ହେବ । ଫୋନର ଫ୍ରଣ୍ଟରେ ଏକ ୱାଟରଡ୍ରପ ନଞ୍ଚ୍ ଡିସପ୍ଲେ ରହିଛି ଏବଂ ଏହାର ପଛ ପ୍ୟାନେଲରେ ଏକ ଭର୍ଟିକାଲ ଡୁଆଲ କ୍ୟାମେରା ସେଟଅପ୍ ରହିଛି, ଯାହାପରେ ଏକ ଏଲଇଡି ଫ୍ଲାସ ଏବଂ ସେଣ୍ଟରରେ ଏକ ଜିଓ ଲୋଗୋ ଲଗାଯାଇଛି । ତଳ ଆଡକୁ ‘Ultimate Speed, Unlimited Experiences’ ଲେଖାଯାଇଛି । ତେବେ ଏହି ସମସ୍ତ ସୂଚନା ଲିକେଜ୍ ଆଧାରରେ ଆମେ ଆପଣଙ୍କୁ କହୁଛୁ ।

ଆଣ୍ଡ୍ରଏଡ ସେଣ୍ଟ୍ରାଲ ଅନୁସାରେ ଜିଓଫୋନ ୫ଜିରେ ୬.୫ ଇଞ୍ଚର IPS LCD HD+ ରିଜୋଲ୍ୟୁସନ ଡିସପ୍ଲେ ରହିବ । ଯାହାର ରିଜୋଲୁ୍ୟସନ୍ IPS LCD HD+ ପିକ୍ସେଲ ରହିବ । ଫୋନରେ ସାଇଡ ଫେସିଙ୍ଗ ଫିଙ୍ଗରପ୍ରିଣ୍ଟ ସ୍କାନର, ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଏବଂ ୧୩ ମେଗାପିକ୍ସେଲ + ୨ ମେଗାପିକ୍ସେଲର ଡୁଆଲ କ୍ୟାମେରା ସେଟଅପ୍ ରହିବ । ଫୋନ ୫,୦୦୦ mah ବ୍ୟାଟେରୀ ସହ ଆସିପାରେ । ଯାହା ଚାର୍ଜିଙ୍ଗ ସପୋର୍ଟ କରିବ । ଏଥିରେ ମାଇକ୍ରୋଏସଡି କାର୍ଡ ସ୍ଲଟ, ଡୁଆଲ ସିମ୍ ସ୍ଲଟ, ଏବଂ n3, n5, n28, n40, ଏବଂ n78 5G ବ୍ୟାଣ୍ଡର ସପୋର୍ଟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.