ବାହାର ଗରମରୁ ଏବେ ମିଳିବ ମୁକ୍ତି, Sony ଲଞ୍ଚ କଲା Reno Pocket 2 AC

ଗରମରୁ ରକ୍ଷା ପାଇବା ପାଇଁ ସୋନୀ ଆପଣଙ୍କ ପାଇଁ ଆଣିଦେଇଛି ଶସ୍ତା ଏବଂ ପକେଟ ସାଇଜର AC । ଗତବର୍ଷ ଲଞ୍ଚ ହୋଇଥିବା Reno Pocket ପରେ ପୁଣି ଏବର୍ଷ ସୋନୀ Reno Pocket 2 ଲଞ୍ଚ କରିଛି। ଏହି ନୂଆ ଭର୍ସନର ଡିଜାଇନ ଏବଂ ଲୁକ୍‌ ପୂର୍ବ ଡିଜାଇନ ଭଳି ରହିଛି। କିନ୍ତୁ ଏହାର ନୂଆ ଭର୍ସନ ଏସି ପୁରୁଣା ଅପେକ୍ଷା ବେଶୀ କୁଲିଂ ହେବ। ସବୁଠାରୁ ଖାସ୍‌ କଥା ହେଲା, ଏହହାକୁ ଓ୍ଵାର୍ମର ଭଳି ମଧ୍ୟ ବ୍ୟବହାର କରିପାରିବେ।

କ’ଣ ରହିଛି ଦାମ୍‌: Reno Pocket 2 ର ପ୍ରାରମ୍ଭିକ ଦାମ୍‌ ୧୪,୮୫୦ ୟେନ ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧୦, ୩୦୦ ଟଙ୍କା ରହିଛି।

ସ୍ୱତନ୍ତ୍ରତା: Reno Pocket 2 ସ୍ମାର୍ଟଫୋନ ଜରିଆରେ ଅପରେଟ ହୋଇ ଶରୀର ସଂସ୍ପର୍ଶରେ ଆସି ଶରୀର ମୁତାବକ ଥଣ୍ଡା କିମ୍ବା ଗରମ ଉତ୍ପନ୍ନ କରିବ। ଏହା ସ୍ୱେଟ ପ୍ରୁଫ ଏବଂ ଡ୍ରିପ ଫ୍ରୁଫ ରହିଛି। Reno Pocket ସୋନୀ ଷ୍ଟାର୍ଟଅପ୍‌ ଏକ୍ସେଲେସନ ପ୍ରୋଗ୍ରାମ ଅଧିନରେ ପ୍ରସ୍ତୁତ ହୋଇଥିବା ଡିଭାଇସ। ଯାହାକି ଷ୍ଟାଟଅପ୍ସ ଏବଂ ବିଜନେସ ଅପରେସନକୁ ପ୍ରସ୍ତୁତ କରିବା ପାଇଁ ସପୋର୍ଟ କରିଥାଏ।

sony ac
photo credit: Collater.al

ଏହାକୁ ଆପଣ ବାହାରକୁ ଯିବା ସମୟରେ ବହୁତ ସହଜରେ ନେଇପାରିବେ। ଆଉ ବାହାରେ ହେଉଥିବା ଗରମରୁ ରକ୍ଷା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.