Below header

ରାସ୍ତା କଡ଼ରେ ଜଣେ ମଣିଷକୁ ଝୁଣି ଚାଲିଲା ବାର୍‌ହା, ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ

ଭଞ୍ଜନଗର: ରାସ୍ତା କଡ଼ରେ ଜଣେ ମଣିଷକୁ ଝୁଣି ଚାଲିଲା ବାର୍‌ହା । ବାର୍‌ହାକୁ ଘଉଡାଇବା ପାଇଁ ,ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଏକତ୍ରିତ ହୋଇ ଚେଷ୍ଟା କଲେ । ହେଲେ ବାର୍‌ହାଟି ଏତେ ହିଂସ୍ର ହୋଇପଡିଥିଲା ଯେ , ତା’ପାଖକୁ କେହି ଯାଇ ପାରୁନଥିଲେ । ତେବେ ଗୋଟିଏ କୁକୁର ସାହସ ଜୁଟାଇ,ବାର୍‌ହା କବଳରୁ ମଣିଷକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା । ଯାହାର ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି ।

ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ନିକଟ ମୁଦୁଲିପଲ୍ଲୀ ଗାଁ ନିକଟ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । କିଛି ସମୟ ପରେ ବାର୍‌ହାଟି ଦୌଡ଼ି ପଳାଇଥିଲା । ଘଟଣା ପରେ ଆହତଙ୍କୁ ଉଦ୍ଧାର କରି, ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.