Below header

BDS କିମ୍ବା MDS ଡିଗ୍ରୀଧାରୀଙ୍କ ପାଇଁ ଖୁସି ଖବର, ଭାରତୀୟ ସେନାରେ ମିଳୁଛି ନିଯୁକ୍ତି

ଭାରତୀୟ ସେନାର ଡେଣ୍ଟାଲ କୋରରେ ସର୍ଟ ସର୍ଭିସ କମିଶନ ଅଧିନରେ ୩୭ ପଦବୀରେ ଖାଲିପଡିଛି। ଆପଣ ଯଦି ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୮ ମଇ ୨୦୨୧ ରହିଛି। ଏହି ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଆଧାରରେ ହେବ। ଯାହା ପାଖରେ BDS କିମ୍ବା MDS ଡିଗ୍ରୀ ରହିଥିବ, ସେମାନେ ଆବେଦନ କରିପାରିବେ।

ଜରୁରୀ ତାରିଖ:

ଏହି ପଦବୀରେ ଆବେଦନ କରିବାର ତାରିଖ ୧୯ ଏପ୍ରିଲରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ୧୮ ମଇ ୨୦୨୧ ପର୍ଯ୍ୟନ୍ତ ରହିଛି। ଏଥିପାଇଁ ଭାରତୀୟ ସେନାର େଓ୍ଵବସାଇଟକୁ ଯାଇ ନୋଟିଫିକେସନ ଦେଖି ଆପ୍ଲାଏ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା :

ନୋଟିଫିକେସନ ମୁତାବକ, ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ଡେଣ୍ଟାଲ କାଉନସିଲ ଅଫ ଇଣ୍ଡିଆରୁ ମାନ୍ୟତାପ୍ରାପ୍ତ ସଂସ୍ଥାନରୁ BDS ଏବଂ MDS ଡିଗ୍ରୀ ରହିଥିବା ଆବଶ୍ୟକ। ଏହାସହିତ ବର୍ଷେ ପର୍ଯ୍ୟନ୍ତ ରେଟେଟରୀ ଇର୍ଣ୍ଣନସିପ କରିପାରିବେ। ଏହାଛଡା ତାଙ୍କ ପାଖରେ ରାଜ୍ୟ ଦନ୍ତ ଚିକିତ୍ସା ପରିଷଦ/ ଡିଏସଆଇର ସ୍ଥାୟୀ ଦନ୍ତ ପଞ୍ଜିକରଣ ପ୍ରମାଣ ପତ୍ର ରହିଥିବା ଆବଶ୍ୟକ।

indian army

ବୟସ ସୀମା: ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇନଥିବ।

ଏମିତି କରନ୍ତୁ ଆବେଦନ: ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆନ ଆର୍ମିର ରିକ୍ରୁଟମେଣ୍ଟ େଓ୍ଵବସାଇଟକୁ ଯାଇ http://www.joinindianarmy.nic.in କୁ ଯାଇ ଆବେଦନ କରିପାରିବେ। ଏହାପୂର୍ବରୁ ପ୍ରାର୍ଥୀ ଭଲଭାବେ ନୋଟିଫିକେସନ ପଢିନେବା ଉଚିତ। ଆବେଦନ ପତ୍ରରେ କୌଣସି ପ୍ରକାର ଭୁଲ ରହିଲେ ଫର୍ମକୁ ରିଜେକ୍ଟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.