କରୋନା କାଳରେ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ରିୟା ଚକ୍ରବର୍ତ୍ତୀ, କହିଲେ- ଯାହାର ଦରକାର ସିଧାସଳଖ ମେସେଜ୍‌ କରନ୍ତୁ

ଦେଶର ଚାରିଆଡ଼େ କରୋନା ସଂକ୍ରମଣ ବ୍ୟାପିଥିବା ବେଳେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚର୍ଚ୍ଚାକୁ ଆସିଥିବା ରିୟା ଏବେ କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏ ନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ରିୟା ଚକ୍ରବର୍ତ୍ତୀ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ମେସେଜ୍‌ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି- ଏହି କଠିନ ସମୟରେ ଏକତା ଜରୁରୀ। ଯାହାକୁ ଯାହାକୁ ପାରିବ ସମସ୍ତଙ୍କୁ ସାହାଯ୍ୟ କର। ବଡ଼ ହୁଅନ୍ତୁ ବା ଛୋଟ, ହେଲ୍ପ ହେଲ୍ପ ହୋଇଥାଏ। ଯେକୌଣସି ପ୍ରକାର ସାହାଯ୍ୟ ପାଇଁ ମୋତେ ସିଧାସଳଖ ମେସେଜ୍‌ କରନ୍ତୁ। ମୁଁ ତାହାକୁ ପୂରା କରିବାକୁ ପ୍ରାଣପଣେ ଚେଷ୍ଟା କରିବି। ଦୟାଳୁ ହୁଅନ୍ତୁ। ସମସ୍ତଙ୍କୁ ମୋ ତରଫରୁ ଭଲ ପାଇବା ଓ ଧୈର୍ଯ୍ୟ, ରିୟା।

rhea
Image Credit: Instagram/rheachakraborty

ସୂଚନାଯୋଗ୍ୟ ଯେ ବୟଫ୍ରେଣ୍ଡ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଅଭିଯୁକ୍ତ ଭାବେ ଜେଲକୁ ପଠାଯାଇଥିଲା। କିନ୍ତୁ ପରେ ସେ ଜାମିନ୍‌ରେ ଆସିଥିଲେ। ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଥିଲା। ତେବେ ବର୍ତ୍ତମାନ ସେ ଉକ୍ତ ସମୟକୁ ଭୁଲି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.