Below header

୧ ଟଙ୍କାର ମୂଲ୍ୟ ବୁଝାଇଲା ରିଲାଏନ୍ସ, ଜିଓର ଏହି ପ୍ଲାନ୍‌ରେ ଅଧିକ ଟଙ୍କାଏ ଦେଇ ପାଇପାରିବେ ୫୬ ଜିବି ଅଧିକ ଡାଟା

ରିଲାଏନ୍ସ ଜିଓ ଆସିବା ପରଠାରୁ ବର୍ତ୍ତମାନ ଟେଲିକମ୍‌ କମ୍ପାନୀ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଜିଓକୁ ଟକ୍କର ଦେବା ପାଇଁ ଏବେ ସବୁ କମ୍ପାନୀ ଲାଗି ପଡ଼ିଛନ୍ତି। ତଥାପି ଏବେ ବି ଆଗରେ ଅଛି ଜିଓ। ତେବେ ଆଜି ଆମେ ଆପଣଙ୍କୁ ଜିଓର ଏଭଳି ୨ଟି ପ୍ଲାନ୍‌ ବିଷୟରେ କହିବାକୁ ଯାଉଛୁ, ଯାହ ମଧ୍ୟରେ କେବଳ ୧ ଟଙ୍କା ଫରକ ହିଁ ରହିଛି। କିନ୍ତୁ ଏଥିରେ ଆପଣଙ୍କୁ ଅନେକ ଫାଇଦା ମିଳିବ।

ଆସନ୍ତୁ ଜାଣିବା ଜିଓର ୫୯୮ ଟଙ୍କିଆ ଓ ୫୯୯ ଟଙ୍କିଆ ପ୍ଲାନ୍‌ ବିଷୟରେ…

ଜିଓର ୫୯୮ ଟଙ୍କିଆ ପ୍ଲାନ୍‌ର ବୈଧତା ୫୬ ଦିନ। ଏଥିରେ ପ୍ରତିଦିନ ୨ ଜିବି ଡାଟା ମିଳିଥାଏ। ଅର୍ଥାତ୍‌, ପୂରା ପ୍ୟାକ୍‌ରେ ୧୧୨ ଜିବି ହାଇ ସ୍ପିଡ୍‌ ଡାଟା ମିଳେ। ସେହିପରି ଏହି ପ୍ୟାକ୍‌ରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ ଓ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳେ। ଏହା ବ୍ୟତୀତ ଜିଓ ଆପ୍‌ର ସବ୍‌ସ୍କ୍ରିପ୍‌ସନ୍‌ ମଧ୍ୟ ମିଳୁଛି। ଜିଓର ଏହି ପ୍ଲାନ୍‌ରେ କୌଣସି ଅତିରିକ୍ତ ଚାର୍ଜ ବିନା ୧ ବର୍ଷ ପାଇଁ ଡିଜ୍‌ନୀ+ହଟ୍‌ଷ୍ଟାର ସବ୍‌ସ୍କ୍ରିପ୍‌ସନ୍‌ ମାଗଣାରେ ମିଳେ।

ଅନ୍ୟପଟେ ଜିଓର ୫୯୯ ଟଙ୍କିଆ ପ୍ଲାନ୍‌ର ବୈଧତା ୮୪ ଦିନ। ଏଥିରେ ପ୍ରତିଦିନ ୨ ଜିବି ଡାଟା ମିଳିଥାଏ। ଅର୍ଥାତ୍‌ ପୂରା ପ୍ୟାକ୍‌ରେ ୧୬୮ ଜିବି ହାଇ ସ୍ପିଡ୍‌ ଡାଟା ମିଳେ। ସେହିପରି ଏହି ପ୍ୟାକ୍‌ରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲ କଲିଂ ଓ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳେ। ଏହା ବ୍ୟତୀତ ଜିଓ ଆପ୍‌ର ସବ୍‌ସ୍କ୍ରିପ୍‌ସନ୍‌ ମଧ୍ୟ ମିଳୁଛି।

ଉଭୟ ପ୍ଲାନ୍‌ ମଧ୍ୟରେ ଫରକ?

୫୯୮ ଟଙ୍କିଆ ପ୍ଲାନ୍‌ର ବୈଧତା ୫୬ ଦିନ ଥିବା ବେଳେ ଆଉ ମାତ୍ର ୧ଟଙ୍କା ଅଧିକ ଖର୍ଚ୍ଚ କରି ଆପଣ ୫୯୯ ଟଙ୍କିଆ ପ୍ଲାନ୍‌ରେ ଅଧିକ ୨୮ ଦିନର ଭ୍ୟାଲିଡିଟି ପାଇପାରିବେ। ସେହିପରି ୫୬ ଜିବି ଅଧିକ ଡାଟା ମଧ୍ୟ ମିଳିବ। ଏବେ ଆପଣଙ୍କୁ ୧ ଟଙ୍କାର ମୂଲ୍ୟ ବୁଝାପଡ଼ିଯାଇଥିବ ନିଶ୍ଚୟ। କିନ୍ତୁ ପ୍ରକାଶ ଯେ ୫୯୯ ଟଙ୍କିଆ ପ୍ଲାନ୍‌ରେ ଆପଣଙ୍କୁ ବର୍ଷେ ପାଇଁ ଡିଜ୍‌ନୀ ଓ ହଟଷ୍ଟାର ସବ୍‌ସ୍କ୍ରିପସନ୍‌ ମିଳିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.