ସ୍ବାମୀ କହୁଛି ଅପହରଣ, ସ୍ତ୍ରୀ କହୁଛି ମୁଁ ନିଜ ଇଚ୍ଛାରେ ଆସିଛି: ଘର କଳି ଏବେ ଗାଁ ଦାଣ୍ଡରେ

ମାହାଙ୍ଗା: ସ୍ବାମୀ କହୁଛି ସ୍ତ୍ରୀକୁ ଅପହରଣ କରାଯାଇଛି । ଏପଟେ ସ୍ତ୍ରୀ କହୁଛି ମୁଁ ନିଜ ଇଚ୍ଛାରେ ଆସିଛି। ସ୍ବାମୀ, ସ୍ତ୍ରୀ ଭିତରେ ଚାଲିଥିବା ବିବାଦ ଏବେ ଗାଁ ଦାଣ୍ଡରେ । କଟକ ଜିଲ୍ଲା ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡା ଗ୍ରାମର ସଂଗ୍ରାମ କେଶରୀ ଜେନା।  ପତ୍ନୀ ପୂଜାରାଣି ଜେନାଙ୍କୁ ସେହି ଗ୍ରାମର ଶୁଭେନ୍ଦୁ ଜେନା କିଡନାପ କରିଥିବା ନେଇ ସେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି l

ଗତ ଫବୃଆରୀ ମାସ ୫ ତାରିଖରେ ପୂଜାରଣୀ ତାଙ୍କ ବାପ ଘରକୁ ଯାଇଥିଲେ। ମାତ୍ର ସେଠାରୁ ଶୁଭେନ୍ଦୁ କିଡନାପ କରିନେଇଯାଇଥିବା ପୂଜାରାଣୀଙ୍କ ସ୍ବାମୀ ସଂଗ୍ରାମ କହିଛନ୍ତି l ଏପରିକି ପୂଜାରାଣୀଙ୍କ ୬ ବର୍ଷର ଗୋଟିଏ ପୁଅ ଏବେ ମା’ର ମମତାରୁ ବଞ୍ଚିତ l କୋମଳ ମତି ପୁଅଟି ଏବେ ମାକୁ ଝୁରୁଛି ଆଉ କହୁଛି  ମୋ ମା ମୋ ପାଖକୁ ଫେରିଆସେ । ନହେଲେ ମୁଁ ମରିଯିବି l ଖାଇବା ପିଇବା ଏବଂ ପାଠ ପଢାରେ ବହୁ ଅସୁବିଧା ହେଉଛି ବୋଲି ପୁଅଟି କହିଛି l

ଏପଟେ ସଂଗ୍ରାମ ନ୍ୟାୟ ନ ପାଇଲେ ଥାନା ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l ଏପଟେ ଶୁଭେନ୍ଦୁଙ୍କ ସହ ଫୋନ ଯୋଗେ ତାଙ୍କ ପ୍ରତିକ୍ରିୟା ନେବାରୁ ଶୁଭେନ୍ଦୁ କହିଲେ ମୁଁ କିଡ଼ନାପ କରିନାହିଁ, ସିଏ ମୋ ସହିତ ଆସିଛି l ପୂଜାରାଣୀ ମଧ୍ୟ କହିଛନ୍ତି ଠିକ୍ ସମାନ କଥା।  ସ୍ବାମୀ ସଂଗ୍ରାମ ମାନସିକ ଯନ୍ତ୍ରଣା ଦେବାରୁ ସେ ଶୁଭେନ୍ଦୁଙ୍କ ସହ ନିଜ ଇଚ୍ଛାରେ ଚାଲିଆସିଥିବା କହିଛନ୍ତିl

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.