Below header

ପିଲାଙ୍କ ଅପହରଣ ରୋକିବାକୁ ତିଆରି ହେଲା “ସ୍ମାର୍ଟ ଟ୍ରାକର ୟୁନିଫର୍ମ”, ଅନଲିମିଟେଡ଼ ଦୂରତା ପର୍ଯ୍ୟନ୍ତ କରିବ କାମ

ଛୋଟ ପିଲାଙ୍କ ଅପହରଣ ଜନିତ ଘଟଣା ଦିନ କୁ ଦିନ ବଢ଼ିବାରେ ଲାଗିଛି । କିଛି ପିଲାଙ୍କୁ ଠାବ କରିବାରେ ପୋଲିସ ସକ୍ଷମ ହେଉଥିବା ବେଳେ କେତେକଙ୍କ ସନ୍ଧାନ ମିଳିପାରିନଥାଏ । ଏହି ସମସ୍ୟାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀସ୍ଥିତ ଏକ ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀ ଏକ “ସ୍ମାର୍ଟ ଟ୍ରାକର ୟୁନିଫର୍ମ” ଉଦ୍ଭାବନ କରିଛନ୍ତି । କିଡନାପ ବା ଅପହରଣ ହୋଇଥିବା ଛୋଟ ପିଲାଙ୍କୁ ଠାବ କରିବାରେ ଏହି ୟୁନିଫର୍ମ ବିଶେଷ ସହାୟକ ହେବ ବୋଲି ଜଣାଯାଇଛି । ସେମାନଙ୍କୁ ଦୁବୃତ୍ତ ମାନେ ଅପହରଣ କରି କେଉଁଠିକୁ ନେଇଛନ୍ତି, କେଉଁ କେଉଁ ରାସ୍ତା ଦେଇ ଯାଇଛନ୍ତି । ସେବାବଦରେ ଏହି ୟୁନିଫର୍ମ ଅତି ସହଜର ଓ ସଠିକ ସମୟରେ ସୂଚନା ଦେଇପାରିବ । କିନ୍ତୁ ଏଥିପାଇଁ ପିତାମାତାଙ୍କ ସ୍ମାର୍ଟଫୋନ ସହ ଡ଼ିଭାଇସ ଟିକୁ କନେକଟ କରିବାକୁ ହେବ । ପିଲା ଘରୁ ପାଦ କାଢ଼ିବା ମାତ୍ରେ ଏହି ଡିଭାଇସ ସୂଚନା ଦେବା ଆରମ୍ଭ କରିଦେବ । ଆଉ ସବୁଠାରୁ ବଡ କଥା ହେଉଛି ଏହାର ରେଞ୍ଜ ଅନଲିମିଟେଡ଼ ଦୂରତା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ ।

kidnap new

ଯେତେ ଦୂରକୁ ଗଲେ ମଧ୍ୟ ତଥ୍ୟ ଦେବାରେ ସକ୍ଷମ ହେବ । ସୂଚନା ଦେବା ଯୋଗ୍ୟକି, ଉତ୍ତରପ୍ରଦେଶ ବାରଣାସୀ ସ୍ଥିତ ଅଶୋକା ଇନଷ୍ଟିଟ୍ୟୁଟର ବିଟେକ ଫାଇନାଲ ବର୍ଷର ତିନି ଛାତ୍ରଛାତ୍ରୀ ଏହି ସ୍ୱତନ୍ତ୍ର ୟୁନିଫର୍ମଟିକୁ ନିର୍ମାଣ କରିଛନ୍ତି । ଏହି ତିନି ଛାତ୍ର ନେନୋ ଜିପିଏସ ଟେକ୍ନୋଲୋଜି ଟେକନିକ ମାଧ୍ୟମରେ ହିଁ ଏପରି ଏକ ସ୍ୱତନ୍ତ୍ର ଡିଭାଇସଟିର ନିର୍ମାଣ କରିଛନ୍ତି । ଏହି ଡ଼ିଭାଇସ ଟିର ଆଉ ଏକ ବିଶେଷତା ହେଉଛି, ଯେଉଁ ପିଲା ମାନେ କଥା କହି ପାରନ୍ତି ନାହିଁ କିମ୍ବା ଶୁଣି ପାରନ୍ତି ନାହିଁ । ବାରକୋଡ଼ ସାହାଯ୍ୟରେ ସେମାନଙ୍କ ମାତାପିତା ସେମାନଙ୍କ ବାବଦରେ ସୂଚନା ପାଇପାରିବେ । ଏହାକୁ ଉଦ୍ଭାବନ କରିଥିବା ଟିମଙ୍କ ଅନୁଯାୟୀ ଏଥିରେ ଲାଗିଥିବା ବ୍ୟାଟେରୀ ୬ ରୁ ୭ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବାର କ୍ଷମତା ରଖିଛି । ଏହାବାଦ ଏକ ଟ୍ରାନ୍ସମିଟର ଓ ଏକ ବଜର ବି ଖଞ୍ଜା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.