ଗୁଜରାଟ: ଭଦୋଦରା ବାୱାମନପୁରା ଅଞ୍ଚଳରେ ନିର୍ମାଣାଧୀନ କୋଠା ଭୁଶୁଡି ୩ମୃତ

ଗୁଜରାଟ: ଗୁଜରାଟ ଭଦୋଦରା ବାୱାମନପୁରା ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ଭୁଶୁଡ଼ିବା କାରଣରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିଛି ଲୋକ ଏହି କୋଠା ତଳେ ଫସି ରହିଥିବା ଜଣାଯାଇଛି। ଏହି ଘଟଣାରେ ବିଲଡିଂ ନିକଟରେ ପାର୍କିଂ ହୋଇଥିବା ଅନେକ ଗାଡି ଭାଙ୍ଗି ଚୁରମାର ହୋଇଯାଇଛି। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।
ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ଗରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି କୋଠାଟି ଅତି କମରେ ତିନି ଦଶନ୍ଧି ପୁରୁଣା ଏବଂ ଏହାର ମରାମତି ଚାଲିଥିଲା।